କୋରୋନା ସଙ୍କଟ ବେଳେ H3N8 Bird Flu ଆତଙ୍କ, ପ୍ରଥମ ଥର ଜଣେ ମଣିଷ ସଂକ୍ରମିତ
Advertisement
Article Detail0/zeeodisha/odisha1166244

କୋରୋନା ସଙ୍କଟ ବେଳେ H3N8 Bird Flu ଆତଙ୍କ, ପ୍ରଥମ ଥର ଜଣେ ମଣିଷ ସଂକ୍ରମିତ

୨୦୦୨ ମସିହାରେ ପ୍ରଥମ ଥର ଆମେରିକାରେ H3N8 ଚିହ୍ନଟ ହୋଇଥିଲା। କେବଳ ଘୋଡା, ସିଲ ମାଛ, କୁକୁରଙ୍କ ଠାରେ ଏହି ଭୂତାଣୁ ଦେଖିବାକୁ ମିଳିଥିଲା। କିନ୍ତୁ ପ୍ରଥମ ଥର ଜଣେ ମଣିଷ ନମୂନାରେ H3N8 ଚିହ୍ନଟ ହୋଇଛି। ମଙ୍ଗଳବାର ଚୀନର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଅନୁସାରେ, କେନ୍ଦ୍ରୀୟ ହେନାନ ପ୍ରାନ୍ତର ଜଣେ ଚାରି ବର୍ଷର ବାଳକ ଠାରେ H3N8 ଚିହ୍ନଟ ହୋଇଛି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: କୋରୋନା ସଙ୍କଟ ବେଳେ H3N8 Bird Flu ଆତଙ୍କ ଖେଳିଯାଇଛି। ପ୍ରଥମ ଥର ଏଥିରେ ଜଣେ ମଣିଷ ସଂକ୍ରମିତ ହୋଇଛି। ଚୀନର ଜଣେ ଚାରି ବର୍ଷିୟ ବାଳକ ଦେହରେ H3N8 Bird Flu ମିଳିଛି। ତେବେ ଏହା ମଣିଷଙ୍କ ଠାରେ ତୀବ୍ର ବେଗରେ ବ୍ୟାପିବା ଆଶଙ୍କା କମ ବୋଲି ଚୀନ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

୨୦୦୨ ମସିହାରେ ପ୍ରଥମ ଥର ଆମେରିକାରେ H3N8 ଚିହ୍ନଟ ହୋଇଥିଲା। କେବଳ ଘୋଡା, ସିଲ ମାଛ, କୁକୁରଙ୍କ ଠାରେ ଏହି ଭୂତାଣୁ ଦେଖିବାକୁ ମିଳିଥିଲା। କିନ୍ତୁ ପ୍ରଥମ ଥର ଜଣେ ମଣିଷ ନମୂନାରେ H3N8 ଚିହ୍ନଟ ହୋଇଛି। ମଙ୍ଗଳବାର ଚୀନର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଅନୁସାରେ, କେନ୍ଦ୍ରୀୟ ହେନାନ ପ୍ରାନ୍ତର ଜଣେ ଚାରି ବର୍ଷର ବାଳକ ଠାରେ H3N8 ଚିହ୍ନଟ ହୋଇଛି। ଗତ ମାସରେ ସମ୍ପୃକ୍ତ ବାଳକ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ। ତାଙ୍କ ଠାରେ ଜ୍ୱର ଓ ଅନ୍ୟନ୍ୟ ଲକ୍ଷଣ ଥିଲା। ଆଉ ରକ୍ତ ନମୂନା ପରୀକ୍ଷାରେ ସେ H3N8 Bird Fluରେ ସଂକ୍ରମିତ ହୋଇଥିବା ଜାଣିବାକୁ ମିଳିଥିଲା।

Also Read: ପୁଣି କୋରୋନା ମାମଲାରେ ବୃଦ୍ଧି: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୩୨ ସଂକ୍ରମିତ

ସ୍ୱାସ୍ଥ୍ୟ ଆୟୋଗ ପୁଣି କହିଛି ଯେ, H3N8 Bird Fluରେ ସଂକ୍ରମିତ ବାଳକଙ୍କ ଘରେ କୁକୁଡା ଚାଷ କରାଯାଉଛି। ସେ ରହୁଥିବା ଅଞ୍ଚଳରେ ବିପୁଳ ସଂଖ୍ୟାରେ ଜଙ୍ଗଲି ବତକ ବସବାସ କରନ୍ତି। ପିଲାଟି ସିଧା ସଳଖ ପକ୍ଷୀଙ୍କ ଦ୍ୱାରା ସଂକ୍ରମିତି ହୋଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାର ଷ୍ଟ୍ରେନ୍ ଚିହ୍ନଟ ହୋଇନାହିଁ। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ମଧ୍ୟ ପରୀକ୍ଷଣ କରାଯାଇଛି। ସେମାନଙ୍କ ଠାରେ କୌଣସି ଲକ୍ଷଣ ନାହିଁ କି ଭାଇରସ ଟିହ୍ନଟ ହୋଇନାହିଁ। ତେବେ ଏହି ଭାଇରସ ମଣିଷଙ୍କୁ ଆକ୍ରାନ୍ତ କରିବା ଆଶଙ୍କ କମ ବୋଲି ଚୀନର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଦାବି କରିଛି।

ବିଶେଷ କରି ଜଙ୍ଗଲୀ ପକ୍ଷୀ ଓ କୁକୁଡା ଫାର୍ମରେ Avian influenza ବ୍ୟାପିଥାଏ। ଏହା ମଣିଷଙ୍କୁ ସଂକ୍ରମିତ କରିବା ବିରଳ। Bird Fluର H5N1 ଓ H7N9 ଷ୍ଟ୍ରେନ୍ ଯଥାକ୍ରମେ ୧୯୯୭ ଓ ୨୦୧୩ ମସିହାରେ ଚିହ୍ନଟ ହୋଇଥିଲା। ଆମେରିକାର CDC ଏହି ଭାଇରସରେ ସଂକ୍ରମଣ ହୋଇଥିବା ଲୋକ ଅସୁସ୍ଥ ଅନୁଭବ କରିଥିଲେ। ଅନ୍ୟପଟେ ୨୦୧୨ ମସିହାରେ ୧୬୦ ସିଲ ମାଛର ମୃତ୍ୟୁ ପାଇ H3N8କୁ ଦାୟୀ କରାଯାଇଥିଲା। ଏହି ସିଲ ମଡକ ଘଟଣା ଆମେରିକାର ଉତ୍ତର ପୂର୍ବ ଉପକୂଳରେ ଘଟିଥିଲା। 

Also Read: ରଥଯାତ୍ରାରେ ଅଘଟଣ; ବିଦ୍ୟୁତ ତାର ଲାଗି ୧୧ ମୃତ ଓ ୧୫ ଆହତ, ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସୂଚନାଯୋଗ୍ୟ, ଦେଶରେ କୋରୋନା ଭୂତାଣୁ ମାମଲାରେ ପୁଣିଥରେ ବୃଦ୍ଧି ଦେଖାଦେଇଛି। ବୁଧବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାର ୯୨୭ ନୂତନ କୋରୋନା ମାମଲା (Coronavirus Case) ଚିହ୍ନଟ ହୋଇଛି। ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୨ ସଂକ୍ରମିତଙ୍କର ମୃତ୍ୟୁ ମାମଲା (COVID-19 Deaths) ସାମ୍ନାକୁ ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୨୫୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଅର୍ଥାତ ଗୋଟିଏ ଦିନରେ ଦେଶରେ ୬୪୩ ସକ୍ରିୟ ମାମଲାରେ ହ୍ରାସ ଘଟିଛି। ଗତକାଲି କୋରୋନାର ୨,୪୮୩ ମାମଲା ଚିହ୍ନଟ ହୋଇଥିବାବେଳେ ଏହି ଭୂତାଣୁ ଯୋଗୁଁ ୧୩୯୯ ଜଣଙ୍କର ମୃତ୍ୟୁ ଘଟିଥିଲା।