Corona Virus: ଶୀତ ଦିନରେ ଉପରମୁହାଁ ହୋଇଛି କରୋନା ଗ୍ରାଫ । ଗତ ୨୪ ଘଣ୍ଟାରେ ଦେଶରେ ୭୬୧ଟି ନୂଆ ମାମଲା ସାମ୍ନାକୁ ଆସିଥିବା ନେଇ କେନ୍ଦ୍ର ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଏହାସହ ସମଗ୍ର ଭାରତରେ ୧୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
Trending Photos
)

ସେହିପରି, ବର୍ତ୍ତମାନ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୩୪କୁ ହ୍ରାସ ପାଇଛି। ଗୁରୁବାର ଅପେକ୍ଷା ଆଜିର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ କମ୍ ଅଛି। କିନ୍ତୁ, ୧୨ ଜଣଙ୍କର ମୃତ୍ୟୁ ପରେ ଦେଶରେ କୋଭିଡ୍ ଜନିତ ସମୁଦାୟ ମୃତ୍ୟୁ ସଂଖ୍ୟା ୫,୩୩,୩୮୫କୁ ବୃଦ୍ଧି ପାଇଛି । ଏଥିରୁ କେରଳର ୫ ଜଣ, କର୍ଣ୍ଣାଟକର ୪, ମହାରାଷ୍ଟ୍ରର ୨ ଜଣ ଓ ଉତ୍ତର ପ୍ରଦେଶର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଥିବା ୮୩୮ଙ୍କୁ ମିଶାଇବା ପରେ ଜାନୁଆରି ୫ ତାରିଖ ସୁଦ୍ଧା ସମୁଦାୟ ୪,୪୪,୭୮,୮୮୫ ଜଣ ଭାରତୀୟ କୋଭିଡ଼ରୁ ସୁସ୍ଥ ହୋଇଛନ୍ତି ।
ସେପଟେ ଦେଶରେ କୋଭିଡ଼-୧୯ର ନୂଆ ସବ ଭାରିଆଣ୍ଟ ଜେଏନ୍. ୧ (Covid-19 JN.1) ସଂକ୍ରମିତଙ୍କ ସଂଖ୍ୟା ୫୦୦ ଅତିକ୍ରମ କରିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳର ରିପୋର୍ଟ ଅନୁଯାୟୀ, ଜାନୁଆରୀ ୩ ତାରିଖ ସୁଦ୍ଧା ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୫୪୧ ଜଣ ଜେଏନ.୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ଯରୁ କର୍ଣ୍ଣାଟକ ଓ କେରଳରେ ସବୁଠାରୁ ଅଧିକ ମାମଲା ଠାବ ହୋଇଛି । ସେହିପରି ଓଡ଼ିଶାରୁ ୨ ଜଣ ଜେଏନ.୧ ଭାରିଆଣ୍ଟ ସଂକ୍ରମିତ ରହିଥିବା ଜଣାପଡ଼ିଛି । ସେଥିମଧ୍ୟରୁ ଜଣେ ସୁନ୍ଦରଗଡ଼ ଓ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ।