କୋରୋନା ମାମଲାରେ ପୁଣି ବୃଦ୍ଧି: ଦିନକରେ ଚିହ୍ନଟ ହେଲା ୨ ଲକ୍ଷ ୬୪ ହଜାରରୁ ଅଧିକ ମାମଲା, ଆଖି ବୁଜିଲେ ଏତିକି ସଂକ୍ରମିତ
Advertisement
Article Detail0/zeeodisha/odisha1070254

କୋରୋନା ମାମଲାରେ ପୁଣି ବୃଦ୍ଧି: ଦିନକରେ ଚିହ୍ନଟ ହେଲା ୨ ଲକ୍ଷ ୬୪ ହଜାରରୁ ଅଧିକ ମାମଲା, ଆଖି ବୁଜିଲେ ଏତିକି ସଂକ୍ରମିତ

ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୩ କୋଟି ୬୫ ଲକ୍ଷ ୮୨ ହଜାର ୧୨୯ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । 

କୋରୋନା ମାମଲାରେ ପୁଣି ବୃଦ୍ଧି: ଦିନକରେ ଚିହ୍ନଟ ହେଲା ୨ ଲକ୍ଷ ୬୪ ହଜାରରୁ ଅଧିକ ମାମଲା, ଆଖି ବୁଜିଲେ ଏତିକି ସଂକ୍ରମିତ

ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନାର ତାଣ୍ଡବ ଜାରି ରହିଛି । ପ୍ରତିଦିନ ଲକ୍ଷ ଲକ୍ଷ କୋରୋନା ମାମଲା ସାମ୍ନାକୁ ଆସୁଛି ।  ସେହିପରି କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ମାମଲା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୫,୭୫୩ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇସାରିଛି । ଶୁକ୍ରବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୬୪ ହଜାର ୨୦୨ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୧୫ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୦୯,୩୪୫ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୧,୫୪,୫୪୨ ସକ୍ରିୟ ମାମଲାରେ ବୃଦ୍ଧି ଘଟିଛି । ଗତକାଲି ତୁଳନାରେ ଆଜି କୋରୋନା ମାମଲାରେ ୬.୭ ପ୍ରତିଶତ ବୃଦ୍ଧି ଘଟିଛି । 

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୩ କୋଟି ୬୫ ଲକ୍ଷ ୮୨ ହଜାର ୧୨୯ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୩ କୋଟି ୪୮ ଲକ୍ଷ ୨୪ ହଜାର ୭୦୬ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧୨ ଲକ୍ଷ ୭୨ ହଜାର ୦୭୩ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୮୫ ହଜାର ୩୫୦ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଏହା ବି ପଢ଼ନ୍ତୁ:-ଆହୁରି ୨୪ ଘଣ୍ଟା ବର୍ଷିବ! ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଏହା ବି ପଢ଼ନ୍ତୁ:-ୟୁପିରେ ୩ ମନ୍ତ୍ରୀଙ୍କ ସମେତ ୧୪ ଜଣ ବିଧାୟକଙ୍କ ଇସ୍ତଫା, ଜାଣନ୍ତୁ କେତେ ପ୍ରଭାବଶାଳୀ ଏହି ସମସ୍ତ ନେତା ଓ ବିଜେପିକୁ କିପରି ପହଞ୍ଚାଇ ପାରିବେ କ୍ଷତି?

ଏହା ବି ପଢ଼ନ୍ତୁ:-ମୋଦିଙ୍କ ଆଗରେ ଦୁଃଖ ପ୍ରକାଶ କଲେ ଚନ୍ନି, ଜାଣନ୍ତୁ ପିଏମଙ୍କୁ କ'ଣ କହିଲେ ପଞ୍ଜାବ ସିଏମ

ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ହ୍ରାସ ଦେଖାଦେଇଛି । ଜାନୁଆରୀ ୧୩ ପର୍ଯ୍ୟନ୍ତ ସାରା ଦେଶରେ ୧୫୫ କୋଟି ୩୯ ଲକ୍ଷ ୮୧ ହଜାର ୮୧୯ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୩ ଲକ୍ଷ ୮ ହଜାର ୬୬୯ କୋରୋନା ଟିକାର ଡୋଜ୍ ଲଗାଯାଇଛି । 

ଗୁରୁବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୋରୋନା ବିସ୍ଫୋରଣ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୮,୮୬୭ ନୂଆ ମାମଲା ଚିହ୍ନଟ ହୋଇଛି । ଦିଲ୍ଲୀରେ ସଂକ୍ରମଣ ହାର ୧୯.୨୧ ପ୍ରତିଶତ ଥିବାବେଳେ ଏହି ମହାମାରୀ ଯୋଗୁଁ ୩୧ ଜଣଙ୍କର ମୃତ୍ୟୁ ହୋଇଛି । ସଂକ୍ରମିତ ମାମଲାରେ ଦିଲ୍ଲୀ ପୂର୍ବ ରେକର୍ଡ ଭାଙ୍ଗିଛି । ଏପର୍ଯ୍ୟନ୍ତ କୌଣସି ଗୋଟିଏ ଦିନରେ ଏହା ସର୍ବାଧିକ ସଂଖ୍ୟକ ମାମଲା ଅଟେ । ଏହାପୂର୍ବରୁ ଗତବର୍ଷ ଏପ୍ରିଲ ୨୦ରେ ୨୮,୩୯୫ ମାମଲା ରିପୋର୍ଟ ହୋଇଥିଲା । ଦିଲ୍ଲୀରେ ପଜିଟିଭ ହାର ୨୯.୨୧ ପ୍ରତିଶତକୁ ବୃଦ୍ଧି ପାଇଛି । ଗତ ବର୍ଷ ମେ ୩ ଠାରୁ ସଂକ୍ରମଣ ହାର ସର୍ବୋଚ୍ଚ ସ୍ତରରେ ରହିଛି । ମେ ୩ରେ ସଂକ୍ରମଣ ହାର 2.୫୫ ପ୍ରତିଶତ ଥିଲା ।