ଏଣିକି ଡ୍ରାଗନ ସେନାର ସନ୍ଦେହଜନକ ଗତବିଧି ଉପରେ ନଜର ରଖିବ ଡ୍ରୋନ।
Trending Photos
ନୂଆଦିଲ୍ଲୀ: ଗତ ବର୍ଷ ଜୁନ ମାସରେ ପୂର୍ବ ଲଦାଖସ୍ଥିତ ଗଲୱାନ ଉପତ୍ୟାକାରେ ହୋଇଥିବା ହୋଇଥିବା ଦେଶର ସୀମା ସୁରକ୍ଷା ଉପରେ ସତର୍କ ନଜର ରଖିଛ ଭାରତୀୟ ସେନା। ଏହିକ୍ରମ ଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆନୁଷଙ୍ଗୀକ ଭିତ୍ତିଭୂମିର ବିକାଶ ସହ ସୈନ୍ୟ ବଳ ମୁତୟନ କରିବାକୁ ନେଇ ପୂର୍ବ ଅପେକ୍ଷା ବେଶ ସତର୍କତାର ସହ କାର୍ଯ୍ୟ ଜାରିରଖିଛି ଭାରତ।
ଗତ ବର୍ଷ ମେ-ଜୁନ ମାସରୁ ସୀମାରେ ସାମ୍ନାସାମ୍ନି ହୋଇଥିଲେ ଉଭୟ ଭାରତ-ଚୀନ। ବିଶ୍ୱରେ ଡ୍ରାଗନ ଆର୍ମୀ (Dragon Army) ଭାବେ ଜଣାଶୁଣା ଚୀନର ପିପୁଲ୍ସ ଲିବରସେନ ଆର୍ମୀ-ପିଏଲଏ (Peoples Liberation Army-PLA) ସର୍ବପ୍ରଥମେ ଭାରତୀୟ ସୀମା ମଧ୍ୟକୁ କରିଥିଲା ଅନୁପ୍ରବେଶ। ହେଲେ ଭାରତୀୟ ସେନା ବାହିନୀର (Indian Army) ସତର୍କତା କାରଣରୁ ସେମାନଙ୍କ ପ୍ରୟାସ ଫସର ଫାଟିଯାଇଥିଲା।
Also Read: ଶେଷରେ ମୁଣ୍ଡ ନୁଆଁଇଲା China; ସୀମାରୁ ପଛକୁ ହଟିଲା Dragon Army
ଏହା ପରେ ପୂର୍ବ ଲଦାଖସ୍ଥିତ (Ladakh) ଗଲୱାନ ଉପତ୍ୟାକା (Galwan Valley) ଠାରେ ଚୀନ ସେନା (Chinese Army) ସହ ମୁହାଁମୁହିଁ ହୋଇଥିଲେ ଭାରତୀୟ ସୈନ୍ୟ (Indian Soldier)। ଏହି ସଂଘର୍ଷରେ ୨୦ ଭାରତୀୟ ସୈନିକ ଶହୀଦ ହୋଇଥିଲେ। ଅନ୍ୟପଟେ ଭାରତୀୟ ଯବାନଙ୍କ ପାଲଟା ଆକ୍ରମଣରେ ଟଳିପଡିଥିଲେ ୪୦-୫୦ ଚୀନୀ ସୈନିକ (Chinese Soldier)।
ଏ ଘଟଣା ପର ଠାରୁ ପ୍ରାୟ ବର୍ଷେ କାଳ ଧରି ସୀମାରେ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି ଉଭୟ ଦେଶର ସେନାବାହିନୀ। ଏହି ଦୁଇ ଦେଶର ସୀମାକୁ ପରସ୍ପର ଠାରୁ ପୃଥକ କରୁଥିବା ହିମାଳୟ ପାର୍ବତ୍ୟାଞ୍ଚଳ ଏକ ରଣକ୍ଷେତ୍ରରେ ପରିଣତ ହୋଇସାରିଛି। କାରଣ ସେଠାରେ ବ୍ୟାପକ ମାତ୍ରାରେ ସଶସ୍ତ୍ର ଯବାନଙ୍କୁ ମୁତୟନ କରାଯାଇଛି।
Also Read: ଜବାବ ଦେବାକୁ ତତ୍ପର ଡ୍ରାଗନ,ଭାରତ-ଆମେରିକା ଉପରେ କରିବ ପରମାଣୁ ହମଲା!
ହିମାଳୟ ଅଞ୍ଚଳରେ ଡ୍ରାଗନ ଆର୍ମୀ ପକ୍ଷରୁ କରାଯାଉଥିବା ଅନୁପ୍ରବେଶ ଉଦ୍ୟମକୁ ରୋକିବା ପାଇଁ ଅଣ୍ଟାଭିଡିଛନ୍ତି ଭାରତୀୟ ଯବାନ। ସୀମାରେ ପେଟ୍ରୋଲିଂ (Border Patroling) ବଢାଇବା ସହ ଶତ୍ରୁ ପକ୍ଷର ଗତିବିଧି ଉପରେ ରଖାଯାଉଛି ସତର୍କ ନଜର। ଏବେ ଚୀନୀ ସୈନିକଙ୍କ ଉପସ୍ଥିତି ବାବଦରେ ଅବଗତ ହେବା ପାଇଁ ମିଲିଟାରୀ ଡ୍ରୋନ (Military Drone) ବ୍ୟବହାର କରିବ ଭାରତୀୟ ସେନା।
ଏଣିକି ଭାରତ-ଚୀନ ସୀମାକୁ (India-China Border) ପରସ୍ପର ଠାରୁ ପୃଥକ କରୁଥିବା ପ୍ରକୃତ ନିୟନ୍ତ୍ରଣ ସୀମା-ଏଲଏଲସି (Line of Actual Control-LAC) ଅଞ୍ଚଳରେ ଇସ୍ରାଏଲୀ ନିର୍ମିତ ହୀରୋନ ଡ୍ରୋନ (Israel Made Heron Drone) ଉଡାଇବ ଭାରତୀୟ ସେନା। ବିଗତ କିଛି ବର୍ଷ ଧରି ରଣନୈତିକ କ୍ଷେତ୍ରରେ ଭାରତର ପାରମ୍ପରିକ ସହଯୋଗୀ ଭାବେ ଉଭା ହୋଇଥିବା ଇସ୍ରାଏଲ ଏହି ଡ୍ରୋନ ଭାରତକୁ ପ୍ରଦାନ କରିବ।
Also Read: ସାମରିକ ପରେ ଏବେ ଭାରତ ସହ ଛାୟାଯୁଦ୍ଧ କରିବ ଚୀନ
ଏହି ଡ୍ରୋନକୁ ଏଲଏଲସି ସମେତ ଏହାର ସନ୍ନିକଟସ୍ଥ ଅଞ୍ଚଳ ଉପର ନଜର ରଖିବା ପାଇଁ ମୁତୟନ କରାଯିବ। ଭାରତ ସେନାକୁ ମିଳିଥିବା ହୀରୋନ ଡ୍ରୋନ ଇସ୍ରାଏଲ ସୈନ୍ୟବାହିନୀ ବ୍ୟବହାର କରୁଥିବା ଡ୍ରୋନ ଅପେକ୍ଷା ଅତ୍ୟାଧୁନିକ। ପୁରୁଣା ଭର୍ସନ ତୁଳନାରେ ଏବେ ଭାରତକୁ ମିଳିବାକୁ ଥିବା ଡ୍ରୋନର ଆଣ୍ଟି ଜାମିଂ କ୍ଷମତା ପୂର୍ବ ଅପେକ୍ଷା ଆହୁରି ମଜବୁତ।
ଇସ୍ରାଏଲ ଏରୋସ୍ପେଶ ଇଣ୍ଡଷ୍ଟ୍ରିଜ-ଆଇଏଆଇ (Israel Aerospace Industries-IAI) ପକ୍ଷରୁ ନିର୍ମିତ ଏହି ଡ୍ରୋନ ବିଶେଷ ଉପକରଣ ଦ୍ୱାରା ବିକଶିତ କରାଯାଇଛି। ଏହି ସ୍ୱତନ୍ତ୍ର ଧରଣର ଏୟାରକ୍ରାଫ୍ଟ (Aircraft) ବର୍ତ୍ତମାନ ସମୟରେ ଯୁଦ୍ଧ କ୍ଷେତ୍ରରୁ ଗୁଇନ୍ଦା ତଥ୍ୟ (Battlefield Intelligence Information) ପ୍ରଦାନ କରିବାରେ ବେଶ ପାରଙ୍ଗମ। ହୀରୋନ ଡ୍ରୋନ ହେଉଛି ଏକ ମଧ୍ୟମ ଉଚ୍ଚତା (Medium Altitude) ବିଶିଷ୍ଟ ମାନବ ବିହୀନ ବିମାନ ଯାନ-ୟୁଏଭି (Unmanned Aerial Vehicle-UAV)। ଯାହାକୁ ସ୍ୱତନ୍ତ୍ର ଭାବେ ସାମରିକ କ୍ଷେତ୍ରରେ ହେଉଥିବା ଗତବିଧି ଉପରେ ସତର୍କ ନଜର (Military Surveillance Operation) ରଖିବା ପାଇଁ ବିକଶିତ କରାଯାଇଛି।
Also Read: ଲଦାଖ ସଂଘର୍ଷ: ନାଇଟ ପାଟ୍ରୋଲିଂକୁ ଜୋରଦାର କରିଛି ଭାରତୀୟ ବାୟୁସେନା
ଗତବର୍ଷ ଗଲୱାନ ଉପତ୍ୟାକାରେ ହୋଇଥିବା ସଂଘର୍ଷ ପରେ ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ସତର୍କ ହୋଇଉଠିଥିଲେ ଭାରତ ସରକାର। ଏ ପ୍ରସଙ୍ଗରେ ସୁଦୃଢ ପଦକ୍ଷେପ ନେବାକୁ ଯାଇ ଶତ୍ରୁ ପକ୍ଷ ବିରୁଦ୍ଧରେ ଭାରତୀୟ ସେନାକୁ ଆହୁରି ବଳଶାଳୀ କରିବା ପାଇଁ ଅଣ୍ଟାଭିଡିଥିଲେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର। ଏହି କ୍ରମରେ ତତ୍କାଳ ପ୍ରଭାବରେ ଭାରତୀୟ ସୋନା ଲାଗି ୫୦୦ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କ୍ରୟ ଲାଗି ନିଷ୍ପତ୍ତି ନେଇଥିଲା ପ୍ରତିରକ୍ଷା ମନ୍ତ୍ରୀଣାଳୟ।