Temple in Saudi Arabia: ସାଉଦି ଆରବରୁ ମିଳିଲା ୮ ହଜାର ବର୍ଷର ପୁରୁଣା ମନ୍ଦିର
Advertisement
Article Detail0/zeeodisha/odisha1282653

Temple in Saudi Arabia: ସାଉଦି ଆରବରୁ ମିଳିଲା ୮ ହଜାର ବର୍ଷର ପୁରୁଣା ମନ୍ଦିର

Temple in Saudi Arabia: ଏକ ରିପୋର୍ଟ ଅନୁଯାୟୀ, ଅଲ-ଫା ଅଞ୍ଚଳର ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ବିଗତ ୪୦ ବର୍ଷ ଧରି ପ୍ରତ୍ନତତ୍ତ୍ୱବିଦଙ୍କ ପାଇଁ ଏକ ପ୍ରମୁଖ ଗବେଷଣାସ୍ଥଳ ପାଲଟିଛି। ଏଠାରେ କରାଯାଇଥିବା ଅନେକ ଆବିଷ୍କାର ବେଳେ ସହିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ହେଉଛି ଏହି ମନ୍ଦିର। 

Temple in Saudi Arabia: ସାଉଦି ଆରବରୁ ମିଳିଲା ୮ ହଜାର ବର୍ଷର ପୁରୁଣା ମନ୍ଦିର

Temple in Saudi Arabia: ସାଉଦି ଆରବର ଦକ୍ଷିଣ-ପଶ୍ଚିମ ଭାଗରେ ଅବସ୍ଥିତ ଏକ ଉପକୂଳବର୍ତ୍ତୀ ସହରରେ  ୮ ହଜାର ବର୍ଷର ପୁରୁଣା ମନ୍ଦିରକୁ ଠାବ କରାଯାଇଛି। ରାଜଧାନୀ ରିୟାଦ ଠାରୁ  ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଉପକୂଳବର୍ତ୍ତୀ ସହରରେ ହୋଇଥିବା  ଖନନ ବେଳେ ଏହି ଐତିହାସିକ ମନ୍ଦିରର ପ୍ରତୀକ ଏବଂ ଶିଳାଲେଖ ଦେଖିବାକୁ ମିଳିଥିଲା। ସାଉଦି ଆରବ ପ୍ରତ୍ନତତ୍ତ୍ୱବିତଙ୍କ ଏକ ଟିମ୍ ଅଲ-ଫା ସ୍ଥାନରେ ଏହି ଧାର୍ମିକ କେନ୍ଦ୍ରକୁ ନୂତନ ଜ୍ଞାନକୌଶଳରେ ବିକଶିତ ହୋଇଥିବା ଉପକରଣ ସହିତ ଖନନ କରିଥିଲେ। ଏନେଇ ଅନୁସନ୍ଧାନରୁ ମିଳିଥିବା ଅବଶେଷାଶଂକୁ ଅଧିକ ଅଧ୍ୟୟନ କରିବା ପାଇଁ ପଠାଯାଇଛି। ଏହି ଖନନରେ ଉଚ୍ଚମାନର ଏରିଏଲ୍ ଫଟୋଗ୍ରାଫି, କଣ୍ଟ୍ରୋଲ୍ ପଏଣ୍ଟ ସହିତ ଡ୍ରୋନ୍ ଫୁଟେଜ୍, ରିମୋଟ ସେନ୍ସିଂ, ଲେଜର ସେନ୍ସିଂ ଏବଂ ଅନ୍ୟାନ୍ୟ ସର୍ଭେ ବ୍ୟବହାର କରାଯାଇଥିଲା।

'ସାଉଦି ଗେଜେଟ୍' ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅଲ-ଫା ଅଞ୍ଚଳର ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ବିଗତ ୪୦ ବର୍ଷ ଧରି ପ୍ରତ୍ନତତ୍ତ୍ୱବିଦଙ୍କ ପାଇଁ ଏକ ପ୍ରମୁଖ ଗବେଷଣାସ୍ଥଳ ପାଲଟିଛି। ଏଠାରେ କରାଯାଇଥିବା ଅନେକ ଆବିଷ୍କାର ବେଳେ ସହିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ହେଉଛି ଏହି ମନ୍ଦିର। ଯାହାର କିଛି ଧ୍ୱଂସାବଶେଷ ମଧ୍ୟ ଭାଙ୍ଗିଯାଇଥିବା ସ୍ଥାନରୁ ମିଳିଛି। ଏହା ଏକ ଯଜ୍ଞ କୁଣ୍ଡ ବୋଲି କୁହାଯାଉଛି। ଯାହା ଦର୍ଶାଉଛି ଯେ ସେଠାରେ ଏପରି କିଛି ଲୋକ ବସବାସ କରୁଥିଲେ ଯେଉଁମାନଙ୍କ ଜୀବନରେ ପୂଜାପାଠ ଏବଂ ଯଜ୍ଞ ଭଳି ରୀତିନୀତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ମନ୍ଦିର ତୁୱାଇକ୍ ପର୍ବତ ପାର୍ଶ୍ୱରେ ଅବସ୍ଥିତ ଯାହା ରକ୍ କଟ୍ ମନ୍ଦିର ନାମରେ ଜଣାଶୁଣା। ଯାହା ବର୍ତ୍ତମାନ ଅଲ-ଫାଉ ନାମରେ ପରିଚିତ। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଗବେଷଣାରୁ ମିଳିଥିବା ଫଳାଫଳ ଅନୁଯାୟୀ ଅଲ-ଫା ଲୋକେ ବହୁତ ଧାର୍ମିକ ଥିଲେ। ଖନନ ସମୟରେ ଏକ ଶିଳାଲେଖ ମିଳିଥିଲା। ଯାହା ଅଲ-ଫା ଦେବତା କାହଲଙ୍କ ଅସ୍ଥିତ୍ୱକୁ ନିଶ୍ଚିତ କରୁଛି।

 

ଏଠାରେ ଏକ ପ୍ରାଚୀନ ସହର ଦେଖିବାକୁ ମିଳିଛି। ଯେଉଁଠି କିଛି ମୀନାର ନିର୍ମାଣ କରାଯାଇଛି। ଏନେଇ ହୋଇଥିବା ଗବେଷଣାରୁ ଏକଥା ଜଣାପଡ଼ିଛି ବିଶ୍ୱର ସବୁଠାରୁ ଅଞ୍ଚଳ ଭାବେ ଜଣାଶୁଣା ସାଉଦି ଆରବର ଏହି ଅଞ୍ଚଳରେ ଜଟିଳ ଜଳସେଚନ ପ୍ରଣାଳୀ, କେନାଲ, ପାଣିକୁଣ୍ଡ, ଶହ ଶହ ଗର୍ତ୍ତ ବାବଦରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ହଜାର ହଜାର ବର୍ଷ ପୂର୍ବେ ଏହି ଅଞ୍ଚଳରେ ମନ୍ଦିର ଏବଂ ମୂର୍ତ୍ତି ପୂଜା କରିବାର ସଂସ୍କୃତି ରହିଆସିଛି।

fallback

ଏଠାରେ ହୋଇଥିବା ଖନନରୁ ମିଳିଥିବା ଶିଳାଲେଖା ଉପରେ ଅଧିକ ଗବେଷଣା ଜାରି ରହିଛି। ନୂତନ ଜ୍ଞାନକୌଶଳ ମାଧ୍ୟମରେ ନବ ପାଷାଣ କାଳୀନ ସମୟ ମାନବ ବସତିର ଅବଶେଷା ବାବଦରେ ଅନେକ ତଥ୍ୟ ମିଳିଛି। ଏଠାରେ ନୂତନ ଅନୁସନ୍ଧାନ ସମୟରେ ଏହି ମନ୍ଦିର ନିକଟରେ ୨୮୦୭ କବର ମଧ୍ୟ ମିଳିଛି। ମୃତକ କେଉଁ ଧର୍ମର ବୋଲି ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ଯଦିଓ ଏଠାରେ ମିଳିଥିବା କବର ବିଭିନ୍ନ ସମୟର ବୋଲି କୁହାଯାଉଛି। 

Also Read: ହିନ୍ଦୁ ମନ୍ଦିର ନିର୍ମାଣ ଲାଗି ଦାମୀ ଉପହାର ଦେଲେ ୟୁଏଇ ବିଦେଶ ମନ୍ତ୍ରୀ

Also Read: Pakistan ରେ ବଢୁଛି ସଂଖ୍ୟାଲଘୁ ବିରୋଧି ଅତ୍ୟାଚାର; ପୁଣି ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା

Also Read: ରାମ ମନ୍ଦିର ନିର୍ମାଣକୁ ପାକିସ୍ତାନର ସମାଲୋଚନା, ମୁହଁତୋଡ ଜବାବ ଦେଲା ଭାରତ