ଦେଶରେ ୪ ଦିନ ପରେ ପୁଣି ବୃଦ୍ଧି ପାଇଲା କୋରୋନା ମାମଲା; ଶେଷ ୨୪ ଘଣ୍ଟାରେ ୪୩୧ ଜଣଙ୍କର ମୃତ୍ୟୁ
Advertisement

ଦେଶରେ ୪ ଦିନ ପରେ ପୁଣି ବୃଦ୍ଧି ପାଇଲା କୋରୋନା ମାମଲା; ଶେଷ ୨୪ ଘଣ୍ଟାରେ ୪୩୧ ଜଣଙ୍କର ମୃତ୍ୟୁ

India Coronavirus News Updates: ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ ୨୨.୭୨ କୋଟିରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏଥିମଧ୍ୟରୁ ୩.୩୩ କୋଟି ଭାରତର ଲୋକ ।

 

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: India Coronavirus News Updates: କୋରୋନା ଭୂତାଣୁ ସଂକ୍ରମଣ ମାମଲାଗୁଡ଼ିକ କ୍ରମାଗତ ଭାବରେ ଜାରି ରହିଛି । ଚାରି ଦିନ ପରେ ପୁଣି ଥରେ ଦେଶରେ ୩୦ ହଜାରରୁ ଅଧିକ ନୂତନ କୋରୋନା ମାମଲା ପଞ୍ଜିକୃତ ହୋଇଛି । ଗୁରୁବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩୦,୫୭୦ ନୂତନ କୋରୋନା ମାମଲା ଆସିଛି ଓ ୪୩୧ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ୩୮,୩୦୩ ଲୋକ ମଧ୍ୟ କୋରୋନାରୁ ଆରୋଗ୍ୟ ହୋଇଛନ୍ତି ଅର୍ଥାତ ୮୧୬୪ ଆକ୍ଟିଭ ମାମଲା ହ୍ରାସ ପାଇଛି ।

କୋରୋନାର ଶେଷ ଛଅ ଦିନର ତଥ୍ୟ

  • ୧୦ ସେପ୍ଟେମ୍ବର  - ୩୩,୩୭୬
  • ୧୧ ସେପ୍ଟେମ୍ବର - ୨୮,୫୯୧
  • ୧୨ ସେପ୍ଟେମ୍ବର - ୨୭,୨୫୪
  • ୧୩ ସେପ୍ଟେମ୍ବର - ୨୫,୪୦୪ 
  • ୧୪ ସେପ୍ଟେମ୍ବର - ୨୭,୧୭୬ 
  • ୧୫ ସେପ୍ଟେମ୍ବର - ୩୦,୫୭୦

ଭାରତରେ କୋରୋନା ସଂକ୍ରମଣର ସ୍ଥିତି 
କୋରୋନା ମହାମାରୀ ଆରମ୍ଭରୁ ଆଜିପର୍ଯ୍ୟନ୍ତ ମୋଟ ତିନି କୋଟି ୩୩ ଲକ୍ଷ ୪୭ ହଜାର ଲୋକ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ୪ ଲକ୍ଷ ୪୩ ହଜାର ୯୨୮ ଜଣଙ୍କର ମୃତ୍ୟୁ ହୋଇଛି । ଭଲ କଥା ହେଉଛି ଏପର୍ଯ୍ୟନ୍ତ ୩ କୋଟି ୨୫ ଲକ୍ଷ ୬୦ ହଜାର ଲୋକ ଏହି ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି । ଦେଶରେ କୋରୋନା ସକ୍ରିୟ ମାମଲା ସଂଖ୍ୟା ଚାରି ଲକ୍ଷରୁ କମ୍ ଅଟେ । ସମୁଦାୟ ୩ ଲକ୍ଷ ୪୨ ହଜାର ୯୧୩ ଲୋକ ଏବେବି କୋରୋନା ଭୂତାଣୁ ସଂକ୍ରମିତ ଅଛନ୍ତି, ଯେଉଁମାନେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ।

  • କୋରୋନାର ମୋଟ ମାମଲା - ତିନି କୋଟି ୩୩ ଲକ୍ଷ ୪୭ ହଜାର ୩୨୫ 
  • ମୋଟ ଡିସଚାର୍ଜ - ତିନି କୋଟି ୨୫ ଲକ୍ଷ ୬୦ ହଜାର ୪୭୪ 
  • ମୋଟ ଆକ୍ଟିଭ ମାମଲା - ତିନି ଲକ୍ଷ ୪୨ ହଜାର ୯୧୩ 
  • ମୋଟ ମୃତ୍ୟୁ- ଚାରି ଲକ୍ଷ ୪୩ ହଜାର ୯୨୮ 
  • ମୋଟ ଟିକାକରଣ - ୭୬ କୋଟି ୫୭ ଲକ୍ଷ ୧୭ ହଜାର ଡୋଜ ଦିଆଯାଇଛି 

୭୬ କୋଟି ଟିକାର ଡୋଜ ଦିଆଯାଇଛି
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ସାରା ଦେଶରେ ୭୬ କୋଟି ୫୭ ଲକ୍ଷ ୧୭ ହଜାର ଡୋଜ କୋରୋନା ଟିକା ଦିଆଯାଇଛି । ଶେଷ ଦିନରେ ୬୪.୫୧ ଲକ୍ଷ ଟିକା ଦିଆଯାଇଥିଲା । ଏଥି ସହିତ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ ଏପର୍ଯ୍ୟନ୍ତ ପ୍ରାୟ ୫୫ କୋଟି କୋରୋନା ପାଇଁ ଟେଷ୍ଟ କରାଯାଇଛି । ଶେଷ ଦିନରେ ପ୍ରାୟ ୧୫ ଲକ୍ଷ କୋରୋନା ନମୁନା ଟେଷ୍ଟ କରାଯାଇଥିଲା, ଯାହାର ପଜିଟିଭ ହାର ୩ ପ୍ରତିଶତରୁ କମ୍ ଅଟେ ।

ଅଧିକ ପଢ଼ନ୍ତୁ: ନୂତନ ଯୁଗର ଶୁଭାରମ୍ଭ! ମହାକାଶ ବୁଲିବାକୁ ଗଲେ ୪ ଜଣ ସାଧାରଣ ଲୋକ, ସ୍ପେସ୍ଏକ୍ସ ରଚିଲା ଇତିହାସ

ଅଧିକ ପଢ଼ନ୍ତୁ: ରେଲୱେରେ ୩୦୦୦ ରୁ ଅଧିକ ପଦବୀ ପାଇଁ ବାହାରିଲା ନିଯୁକ୍ତି, ଜାଣନ୍ତୁ କେବେଠାରୁ କରିପାରିବେ ଆବେଦନ