Advertisement
Article Detail0/zeeodisha/odisha2294242
Zee OdishaOdisha National-InternationalPetrol Diesel Price: ସାଢେ ୩ଟଙ୍କା ଯାଏଁ ବଢିଲା ତୈଳ ଦର, ଜାଣନ୍ତୁ କେବେଠୁ ନୂଆ ଦର ଲାଗୁ?

Petrol Diesel Price: ସାଢେ ୩ଟଙ୍କା ଯାଏଁ ବଢିଲା ତୈଳ ଦର, ଜାଣନ୍ତୁ କେବେଠୁ ନୂଆ ଦର ଲାଗୁ?

Petrol Diesel Price: ଅର୍ଥ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ତୁରନ୍ତ ବୃଦ୍ଧି ସହିତ ଏହି ବର୍ଦ୍ଧିତ ହାର ପ୍ରଯୁଜ୍ୟ ହେବ। ବେଙ୍ଗାଲୁରୁରେ ପେଟ୍ରୋଲ ବର୍ତ୍ତମାନ ଲିଟର ପିଛା ୯୯.୮୪ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଲିଟର ପିଛା ୮୫.୯୩ ଟଙ୍କାରେ ବିକ୍ରି ହେଉଛି।

 

Petrol Diesel Price: ସାଢେ ୩ଟଙ୍କା ଯାଏଁ ବଢିଲା ତୈଳ ଦର, ଜାଣନ୍ତୁ କେବେଠୁ ନୂଆ ଦର ଲାଗୁ?

Petrol Diesel Price: କର୍ଣ୍ଣାଟକରେ କଂଗ୍ରେସ ସରକାର ରାଜ୍ୟବାସୀଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ କର୍ଣ୍ଣାଟକ ବିକ୍ରି ଟିକସ ବୃଦ୍ଧି କରିଛନ୍ତି। ଏଭଳି ପରିସ୍ଥିତିରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୩ ଟଙ୍କା ବୃଦ୍ଧି ପାଇଛି ବୋଲି ସ୍ପଷ୍ଟ ହୋଇଛି। ମନି କଣ୍ଟ୍ରୋଲର ରିପୋର୍ଟ ଅନୁଯାୟୀ, ରାଜ୍ୟ ସରକାର ଜୁନ୍ ୧୫ ରେ ପେଟ୍ରୋଲ ଏବଂ ଡିଜେଲ ଉପରେ ବିକ୍ରୟ ଟିକସ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ପେଟ୍ରୋଲ ଉପରେ 'କର୍ଣ୍ଣାଟକ ବିକ୍ରି କର'(KST) ୨୫.୯୨ ପ୍ରତିଶତରୁ ୨୯.୮୪ ପ୍ରତିଶତ ଏବଂ ଡିଜେଲରେ ୧୪.୩ ପ୍ରତିଶତରୁ ୧୮.୪ ପ୍ରତିଶତକୁ ବୃଦ୍ଧି କରାଯାଇଛି।

ଅର୍ଥ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ତୁରନ୍ତ ବୃଦ୍ଧି ସହିତ ଏହି ବର୍ଦ୍ଧିତ ହାର ପ୍ରଯୁଜ୍ୟ ହେବ। ବେଙ୍ଗାଲୁରୁରେ ପେଟ୍ରୋଲ ବର୍ତ୍ତମାନ ଲିଟର ପିଛା ୯୯.୮୪ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଲିଟର ପିଛା ୮୫.୯୩ ଟଙ୍କାରେ ବିକ୍ରି ହେଉଛି।

କର୍ଣ୍ଣାଟକରେ ଲୋକସଭା ନିର୍ବାଚନ(Karnataka Loksabha Election 2024) ପରେ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇଛି। ବାସ୍ତବରେ, ୫ଟି ଗ୍ୟାରେଣ୍ଟି କାର୍ଯ୍ୟକାରୀ ପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ ୫୦ ହଜାର କୋଟିରୁ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଇନ୍ଧନ ମୂଲ୍ୟରେ ବୃଦ୍ଧି ଏହି ଆର୍ଥିକ ବର୍ଷରେ ପ୍ରାୟ ୨୫୦୦-୨୮୦୦ କୋଟି ଟଙ୍କା ବୃଦ୍ଧିରେ ସହାୟକ ହେବ। କର୍ଣ୍ଣାଟକ ପେଟ୍ରୋଲିୟମ ଡିଲର ଆସୋସିଏସନ ଅନୁଯାୟୀ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩ଟଙ୍କା ହେବା ପରେ ୧୦୨. ୮୫ ପଇସା ହୋଇଥିବା ବେଳେ ଡିଜେଲର ମୂଲ୍ୟ ୩.୦୨ ରୁ ୮୮.୯୩ ଟଙ୍କା ବୃଦ୍ଧି ପାଇଛି। ଏହି ଆଦେଶ ତୁରନ୍ତ ପ୍ରଭାବ ସହିତ କାର୍ଯ୍ୟକାରୀ ହେବ । 

Add Zee News as a Preferred Source

ଆଜି ଶନିବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୦.୯୭ ଟଙ୍କାରେ କାରବାର କରୁଛି। ସେହିପରି ଦିଲ୍ଲୀରେ ପେଟ୍ରୋଲ ଦର ସ୍ଥିର ରହିଛି। ଦିଲ୍ଲୀରେ ଲିଟର ପିଛା ୯୪.୭୨, କୋଲକାତାରେ ୧୦୩.୯୪ ଟଙ୍କା, ମୁମ୍ବାଇରେ ୧୦୪.୨୧ ଓ ଚେନ୍ନାଇରେ ୧୦୦.୭୫ ଟଙ୍କାରେ କାରବାର କରୁଛି। ଗୁଡଗାଓଁରେ ୯୪.୯୦ ଟଙ୍କା ଓ ନୋଏଡାରେ ୯୪.୭୨ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି। ସେହିପରି ଭୁବନେଶ୍ୱରରେ ଡିଜେଲ ଦରରେ ମଧ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। ଗୁରୁବାର ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୯୨.୫୫ ଟଙ୍କାରେ କାରବାର କରୁଥିବା ବେଳେ ନୂଆଦିଲ୍ଲୀରେ ୮୭.୬୨ ଟଙ୍କା, କୋଲକାତାରେ ୯୦.୭୬ ଟଙ୍କା, ମୁମ୍ବାଇ ୯୨.୧୫ ଟଙ୍କା, ଚେନ୍ନାଇ ୯୨.୩୪ କାରବାର କରୁଥିବା ଦେଖିବାକୁ ମିଳିଛି।

Also Read:  Laxmi Narayan Yog: ବୁଧଶୁକ୍ର ୟୁତି ଆଣୁଛି ଲକ୍ଷ୍ମୀ ନାରାୟଣ ଯୋଗ, ୩ ରାଶିଙ୍କୁ ବଡ଼ ଲାଭ

Also Read: Subhadra Yojana: ମିଳିବନି ସୁଭଦ୍ରା ଯୋଜନା ଟଙ୍କା, ଯଦି ପାଖରେ ନଥିବ ଏସବୁ ଡକ୍ୟୁମେଣ୍ଟ

About the Author