• ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୧୩୨୯ ଜୀବନ
  • ଦେଶରେ ଦିନକରେ ୫୧ ହଜାର ୬୬୭ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ କୋରୋନାରେ ଆଉ ୪୦ ଜଣଙ୍କର ମୃତ୍ୟୁ
  • ରାଜ୍ୟରେ ଆଉ ୨୯୧୨ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଆଜି ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ ବନ୍ଦ
  • ଚାଷୀଙ୍କ ଟୋକନ ସମସ୍ୟାକୁ ନେଇ କଂଗ୍ରେସ ପକ୍ଷରୁ ଡାକରା
  • ଆଜି ଅପରାହ୍‌ଣ ୪ଟାରେ ପ୍ରକାଶ ପାଇବ ଏବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳ
  • ରାଜ୍ୟ ମୁକ୍ତ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ବି ପ୍ରକାଶ ପାଇବ
  • ଅପରାହ୍ଣ ୪ ଟାରେ ବୋର୍ଡ କାର୍ଯ୍ୟାଳୟ ପରିସରରେ ପ୍ରକାଶ ପାଇବ ପରୀକ୍ଷା ଫଳ
  • bseodisha.ac.in ଓ bseodisha.nic.inରେ ମିଳିବ ରେଜଲ୍ଟ

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ପୂର୍ବୋତ୍ତର ଭାରତ; ଜାଣନ୍ତୁ କାହିଁକ ଆସିଥାଏ ଭୂମିକମ୍ପ?

ଯେତେବେଳେ ଟେକ୍ଟୋନିକ ପ୍ଲେଟ ବହୁ ଜୋରରେ ହଲିଥାଏ ସେତେବେଳେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥାଏ। 

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ପୂର୍ବୋତ୍ତର ଭାରତ; ଜାଣନ୍ତୁ କାହିଁକ ଆସିଥାଏ ଭୂମିକମ୍ପ?

ନୂଆଦିଲ୍ଲୀ: ଏପ୍ରିଲ ୨୮ ତାରିଖ ବୁଧବାର ପୂର୍ବୋତ୍ତର ଭାରତରେ ଅନୁଭୂତ ହୋଇଯାଇଛି ଶକ୍ତିଶାଳୀ ଭୂମିକମ୍ପ ଝଟକା। ଲଗାତାର ଭାବେ ଗୋଟିଏ ପରେ ଗୋଟିଏ ଏପରି ମୋଟ ୭ଟି ଭୂକମ୍ପ ଝଟକା ଗୋଟିଏ ଦିନରେ ଅନୁଭୂତ ହୋଇଯାଇଛି। ଏହି ଭୂକମ୍ପର ପ୍ରଥମ ଝଟକା ପ୍ରଥମେ ଆସାମର ସୋନିତପୁର ଠାରେ ସକାଳ ୭ଟା ୫୧ ମିନିଟ ସମୟରେ ଅନୁଭୂତ ହୋଇଥିଲା। 

ବୁଧବାର ପୂର୍ବୋତ୍ତର ଭାରତରେ (North East India) ୬.୪ ତୀବ୍ରତା ବିଶିଷ୍ଟ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଯାଇଛି। ଏନେଇ ଆଞ୍ଚଳିକ ଭୂକମ୍ପ କେନ୍ଦ୍ର-ଆରଏମସି (Regional Meteorological Center-RMC) ପକ୍ଷରୁ କୁହାଯାଇଛି ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଆସାମ (Assam) ସୋନିତପୁର (Sonitpur) ଜିଲ୍ଲା ମୁଖ୍ୟାଳୟ ଠାରୁ ୪୩ କିମି ପଶ୍ଚିମ ଦିଗରେ ରହିଛି।    

Also Read: ଇଣ୍ଡୋନେସିଆରେ ଦାଉ ସାଧୁଛି ଭୂକମ୍ପ, ୭୮୨ କମ୍ପନରେ ଆଖି ବୁଜିଲେ ୪୨ ଲୋକ

ବୁଧବାର ସକାଳ ୭ଟା ୫୧ ମିନିଟରେ ପ୍ରଥମ ଏବଂ ଏହା ପରେ ୮ଟା ୩ ମିନିଟ, ୮ଟା ୧୩ ମିନିଟ, ୮ଟା ୨୫ ମିନିଟ, ୮ଟା ୪୪ ମିନିଟ ସମୟରେ ୪, ୪.୭ ଏବଂ ୩.୬ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହା ପରେ ରାଜ୍ୟର ନଗାଓଁ (Nagaon) ଜିଲ୍ଲାରେ ୧୦ଟା ୫ ମିନିଟ ସମୟରେ ୩.୨ ଏବଂ ୧୦ଟା ୩୯ ମିନିଟ ସମୟରେ ୩.୪ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିଲା। 

ଏହି ଭୂକମ୍ପର ଝଟକା ଆସାମ ସମେତ ଅରୁଣାଚଳ ପ୍ରଦେଶ (Arunachal Pradesh) ଏବଂ ମେଘାଳୟ (Meghalaya) ସମେତ ଉତ୍ତର ପଶ୍ଚିମବଙ୍ଗର (Northern West Bengal) ଜଳପାଇଗୁଡି (Jalpaiguri), ଅଲ୍ଲୀପୁରଦ୍ୱାର (Alipurduar), କୁଚବିହାର (Cooch Behar), ଦାର୍ଜିଲିଂ (Darjeeling) ପ୍ରଭୃତି ଜିଲ୍ଲାରେ ଅନୁଭୂତ ହୋଇଛି। 

Also Read: ଶକ୍ତିଶାଳୀ ଭୂକମ୍ପରେ ଥରିଉଠିଲା ପ୍ରଶାନ୍ତ ମହାସାଗର, Tsunami ପାଇଁ ସତର୍କତା ଜାରି

 

ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗର ସମେତ ପୂର୍ବ କେମିଂ ଜିଲ୍ଲାରେ ଏହି ଭୂକମ୍ପ ପ୍ରଭାବରେ କେତେକ ଘର କ୍ଷତିଗ୍ରସ୍ତ ହୋଇଥିବାର ଖବର ମିଳିଛି। ଅନ୍ୟପଟେ ମେଘାଳୟରେ ହୋଇଥିବା କ୍ଷୟକ୍ଷତି ବାବଦରେ କିଛି ଜଣାପଡିନାହିଁ। ଗତ ୨୦୧୬ ମାର୍ଚ୍ଚ-ଏପ୍ରିଲ ମାସରେ ଏଠାରେ ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। 

କାହିଁକି ଅନୁଭୂତ ହୋଇଥାଏ ଭୂମିକମ୍ପ? 

ପୃଥିବୀ (Earth) ମୁଖ୍ୟତଃ ୪ଟି ସ୍ତରକୁ ନେଇ ଗଠିତ ହୋଇଛି। ଇନର କୋର (Inner Core), ଆଉଟର କୋର (Outer Core), ମେଣ୍ଟଲ (Mental), କ୍ରଷ୍ଟ (Crust)। ଉଭୟ କ୍ରଷ୍ଟ-ମେଣ୍ଟଲ କୋରକୁ ଲିଥୋସ୍ପିଅର (Lithosphere) କୁହାଯାଏ। ଯାହା ପୃଥିବୀ ପୃଷ୍ଠରେ ୫୦ କିମି ମୋଟେଇ ବିଶିଷ୍ଟ ବ୍ୟାସାର୍ଦ୍ଧ ମଧ୍ୟରେ ପରିବ୍ୟାପ୍ତ ହୋଇ ରହିଛି। ଯାହାକୁ ଅଶ୍ମମଣ୍ଡଳୀୟ ପ୍ଲେଟ ଅର୍ଥାତ ଟେକ୍ଟୋନିକ ପ୍ଲେଟ (Tectonic Plate) ବୋଲି କୁହାଯାଏ। 

ଏହି ପ୍ଲେଟ ନିଜ ସ୍ଥାନରେ ରହି ହଲିଥାନ୍ତି। ଯେତେବେଳେ ଏହା ବହୁ ଜୋରରେ ହଲିଥାଏ ସେତେବେଳେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥାଏ। ଏହି ପ୍ଲେଟ ଭୂସମାନ୍ତରାଳ (Horizontal) ଏବଂ ଭୂଲମ୍ବ (Vertical) ଭାବରେ ଗତି କରିପାରନ୍ତି। ଏହି ପ୍ଲେଟ ସ୍ଥିର ଥିବାବେଳେ ନିଜ ପାଇଁ ପୃଥିବୀ ପୃଷ୍ଠରେ ସ୍ଥାନ ଖୋଜିଥାଏ ଯେଉଁ ସମୟରେ ଗୋଟିଏ ପ୍ଲେଟ୍ ଅନ୍ୟ ପ୍ଲେଟ୍ ତଳକୁ ଚାଲିଯାଏ। 

Also Read: USA: ଶକ୍ତିଶାଳୀ ଭୂମିକମ୍ପ ଝଟକାରେ ଥରିଉଠିଲା ଆଲାସ୍କା

 

ଭୂକମ୍ପ କେନ୍ଦ୍ରସ୍ଥଳରେ (Earthquake Epicenter) ଉତ୍ପନ ହେଉଥିବା ଶକ୍ତିର ତରଙ୍ଗରୁ ଏହାର ତୀବ୍ରତା ମପାଯାଏ। କିଛି ସେକେଣ୍ଡ ମଧ୍ୟରେ ଏହି ତରଙ୍ଗ କାରଣରୁ କେତେ କେତେ କିଲୋମିଟର ଦୂରତା ପର୍ଯ୍ୟନ୍ତ କମ୍ପନ ଅନୁଭୂତ ହୋଇଥାଏ। ଯାହାର ଫଳ ସ୍ୱରୂପ ପୃଥିବୀ ପୃଷ୍ଠରେ ଫାଟ ସୃଷ୍ଟି ହୋଇଥାଏ। ଯଦି ଭୂମିକମ୍ପର ଗଭୀରତା ଅଳ୍ପ ଦୂରତାରେ ରହିଥାଏ ତାହେଲେ ଏଥିରୁ ବାହାରୁଥିବା ଶକ୍ତି ଭୂପୃଷ୍ଠର ଅତି ନିକଟବର୍ତ୍ତୀ ହେବା କାରଣରୁ ଏହା ଦ୍ୱାରା ଅନେକ କ୍ଷୟକ୍ଷତି ହୋଇଥାଏ। ପୃଥିବୀର ଗଭୀରତାରେ ଆସୁଥିବା ଭୂକମ୍ପ ପ୍ରଭାବ ଅଧିକ କ୍ଷତି ପହଞ୍ଚାଏ ନାହିଁ। ଯଦି ସମୁଦ୍ରରେ ଭୂକମ୍ପ ହେବା କାରଣରୁ ଅଧିକ ଉଚ୍ଚ ଏବଂ ଶକ୍ତିଶାଳୀ ତରଙ୍ଗ ସୃଷ୍ଟି ହୁଏ ତାହାକୁ ସୁନାମୀ ମଧ୍ୟ କୁହାଯାଏ।

ଭୂକମ୍ପ ତୀବ୍ରତା ମାପିବା ଲାଗି ରିକ୍ଟର ସ୍କେଲ (Richter Scale) ବ୍ୟବହାର କରାଯାଏ। ଏହାକୁ ରିକ୍ଟର ମ୍ୟାଗ୍ନିଚ୍ୟୁଡ ଟେଷ୍ଟ ସ୍କେଲ (Richter Magnitude Test Scale) ବୋଲି କୁହାଯାଏ। ଏହାର ସହାୟତାରେ ଭୂମିକମ୍ପ ତୀବ୍ରତାକୁ ୧-୯ ପର୍ଯ୍ୟନ୍ତ ଆଧାରରେ ମପାଯାଇଥାଏ। 

Also Read: ଶକ୍ତିଶାଳୀ ଭୂକମ୍ପ ଝଟକାରେ ଧ୍ୱଂସ୍ତବିଧ୍ୱସ୍ତ ଗ୍ରୀସ-ତୁର୍କୀ; ୪ ମୃତ, ୧୦୦ରୁ ଅଧିକ ଆହତ

 

ରିକ୍ଟର ସ୍କେଲ ତୀବ୍ରତା ଏବଂ ଏହା ଦ୍ୱାରା ଅନୁଭୂତ ହେଉଥିବା ପ୍ରଭାବ 

୦-୧.୯: କେବଳ ସେସମୋଗ୍ରାଫ ମାଧ୍ୟମରେ କମ୍ପନ ଜଣାପଡିଥାଏ।

୨-୨.୯: ହାଲୁକା କମ୍ପନ ଅନୁଭୂତ ହୋଇଥାଏ।

୩-୩୯: କୌଣସି ଭାରୀ ଯାନ ରାସ୍ତାରେ ଗଳା ଭଳି ଅନୁଭୂତ ହୁଏ। 

୪-୪.୯: ଘରର ଝରକା ଭାଙ୍ଗିବା ସହ କାନ୍ଥରେ ଟଙ୍ଗା ହୋଇଥିବା ସାମଗ୍ରୀ ତଳକୁ ଖସିପଡେ।

୫-୫.୯: ଘରେ ରହିଥିବା ବିଭିନ୍ନ ଆସବାବ ପତ୍ର ଦୋହଲିବା ଆରମ୍ଭ କରେ। 

୬-୬.୯:  ଘରର ମୂଳଦୁଆ ଭାଙ୍ଗି ଯାଇପାରେ ଏବଂ ଉପର ମହଲାରେ କ୍ଷତିଗ୍ରସ୍ତ ହୋଇପାରେ।

୭-୭.୯: ଘର ଭୁଶୁଡି ପଡେ କିମ୍ବା ମାଟି ତଳେ ରହିଥିବା ପାଇପ ଫାଟିଯାଏ। 

୮-୮.୯: ଘର ସହିତ ବଡ ବଡ ପୋଲ ଖସିପଡେ ଏବଂ ସୁନାମୀ ହେବାର ଆଶଙ୍କା ରହିଥାଏ।

୯ରୁ ଅଧିକ: ସମ୍ପୂର୍ଣ୍ଣ ଧ୍ୱଂସ। ଯଦି କେହି ଭୂମିରେ ଠିଆ ହୋଇଥାଏ ତାହେଲେ ସେ ପୃଥିବୀ ପୃଷ୍ଠ ଦୋହଲୁଥିବାର ଦେଖିପାରିବ। ସମୁଦ୍ର ନିକଟବର୍ତ୍ତୀ ହେଲେ ସୁନାମି ହୋଇପାରେ। 

 ଭୂକମ୍ପକୁ ଏହାର କେନ୍ଦ୍ର ସ୍ଥଳରୁ ମପାଯାଇଥାଏ। ଭୂମିକମ୍ପକୁ ଏହାର ପ୍ରକୋପ ଅନୁସାରେ ୪ଟି ଜୋନରେ ବିଭକ୍ତ କରାଯାଇଛି। ମାକ୍ରୋ ସେସମିକ୍ ଜୋନିଂ ମ୍ୟାପିଂ (Macro Seismic Zoning Mapping) ଅନୁଯାୟୀ ଏହି ଜୋନ୍ ୫-୨ ମଧ୍ୟରେ ଅନ୍ତର୍ଭୂକ୍ତ। ଜୋନ୍ ୫ ସବୁଠାରୁ ସମ୍ବେଦନଶୀଳ ଏବଂ ସମାନ ଭାବରେ ଜୋନ୍ ୨ ସର୍ବନିମ୍ନ ସମ୍ବେଦନଶୀଳ ବୋଲି ବିବେଚନା କରାଯାଏ।