ବିମାନବନ୍ଦର ନିକଟରେ Military Jet Crash; ୭ ମୃତ
Advertisement
Article Detail0/zeeodisha/odisha853599

ବିମାନବନ୍ଦର ନିକଟରେ Military Jet Crash; ୭ ମୃତ

ଉଡାଣ ଭରିବାର କିଛି ସମୟ ପରେ  ବିମାନ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା।

ବିମାନବନ୍ଦର ନିକଟରେ Military Jet Crash; ୭ ମୃତ

ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜେରିଆରେ ଏକ ଉଦ୍ଧାର ଅଭିଯାନରେ ଯାଉଥିବା ବାୟୁସେନା ବିମାନ ଦୁର୍ଘଟଣାଗସ୍ତ ହୋଇଛି। ଦେଶର ଏକ ବିମାନ ବନ୍ଦରରେ ଏ ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୭ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।       

ଏନେଇ ମିଳିଥିବା ରିପୋର୍ଟ ଅନୁସାରେ ଦେଶର ୪୨ ଜଣ ଅପହରଣ କରାଯିବା ପରେ ନାଇଜେରିଆ ବାୟୁସେନା (Nigerian Air Force) ବିମାନ କିଙ୍ଗ ଏୟାର ୩୫୦ (King Air 350) ଉଦ୍ଧାର ଅଭିଯାନରେ (Resque Operation) ବାହାରିଥିଲା। ମାତ୍ର ଏହି ବିମାନ ବନ୍ଦର ପରିସରରେ ଉଡାଣ ଭରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  

Also Read: ବନ୍ଧୁକଧାରୀଙ୍କ ଆତଙ୍କ; ୧୦୦ ସ୍କୁଲ ଛାତ୍ରଙ୍କୁ କରିନେଲେ ଅପହରଣ

ଅପହୃତ ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ଲାଗି ଦେଶର ମିନା (Minna) ସହର ଅଭିମୁଖେ ଉଡାଣ ଭରିଥିଲା ନାଇଜେରିଆ ବାୟୁସେନା ବିମାନ (Nigerian Air Force Jet)। ଏହି ସହର ଦେଶର ରାଜଧାନୀ ଆବୁଜା (Abuja) ଠାରୁ ୧୩୦ କିମି ଦୂରରେ ଅବସ୍ଥିତ।    

Also Read: ନାଇଜେରିଆରେ ଆମେରିକାର ସର୍ଜିକାଲ ଷ୍ଟ୍ରାଇକ ସଫଳ, ଟ୍ୱିଟ କରି ଜଣାଇଲେ ରାଷ୍ଟ୍ରପତି ଟ୍ରମ୍ପ

ଗତ ରବିବାର ନାଇଜେରିଆ ବାୟୁସେନା ବିମାନ କିଙ୍ଗ ଏୟାର ୩୫୦ ରାଜଧାନୀ ଆବୁଜା ଠାରୁ ମିନା ସହର ଅଭିମୁଖେ ଉଡାଣ ଭରିଥିଲା। ଏହି ବିମାନରେ ୭ ଜଣ ଯାତ୍ରା କରୁଥିଲେ। ଉଡାଣ ଭରିବାର କିଛି ସମୟ ପରେ  ବିମାନ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହି ସମସ୍ୟା ବାବଦରେ ବିମାନ ଚାଳକ ଜାଣିବା ପରେ ସେ ଏହାକୁ ରାଜଧାନୀରେ ଅବସ୍ଥିତ ବିମାନ ବନ୍ଦରରେ ଅଭିମୁଖେ ଉଡାଇ ଏହାକୁ ତତ୍କାଳ ଅବତରଣ କରାଇବାକୁ ଯୋଜନା କରିଥିଲା।  

Also Read: Niger Tragedy: ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ଆଖିବୁଜିଲେ ୭୦ ଗ୍ରାମବାସୀ

ମାତ୍ର ନିଜ ଉଦ୍ୟମରେ ସଫଳ ହୋଇନଥିଲେ ବିମାନ ଚାଳକ। ଆବୁଜାସ୍ଥିତ ବିମାନ ବନ୍ଦର (Abuja Air Port) ନିକଟରେ ଜୋରଦାର ଶବ୍ଦ କରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା କିଙ୍ଗ ଏୟାର ୩୫୦ ବିମାନ। ସଙ୍ଗେ ସଙ୍ଗେ ଏହି ବିମାନ କେତେ ଖଣ୍ଡରେ ଭାଙ୍ଗିଯାଇଥିଲା। ଏହି ଦୁର୍ଘଟଣାରେ ୭ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଚ କରିଛନ୍ତି ନାଇଜେରିଆ ବାୟୁସେନା ଏୟାର ଭାଇସ ମାର୍ଶଲ (Air Vice Marshal) ଇବିକୁନଲେ ଡାରାମୋଲ (Ibikunle Daramole)।

 

 

Also Read: ୧୦ ହଜାର ଫୁଟ ଉଚ୍ଚତାରେ ଆକାଶରୁ ଗାଏବ ହୋଇଗଲା ଇଣ୍ଡୋନେସିଆର ବୋଇଙ୍ଗ ୭୩୭ ବିମାନ, ୬୨ ମୃତ!

ନାଇଜେରିଆ ବାୟୁସେନା ବିମାନ କିଙ୍ଗ ଏୟାର ୩୫୦ ଦୁର୍ଘଟଣାଗ୍ରସ୍ତ ହେଉଥିବାର ଦେଖିବା ପରେ ଆବୁଜାସ୍ଥିତ ବିମାନ ବନ୍ଦର ପରିସରରେ  ଉପସ୍ଥିତ ଥିବା ଯାତ୍ରୀ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ।ଏନେଇ ଖବର ପାଇବା ପରେ ତତ୍କାଳ ଘଟଣାସ୍ଥଳରେ ପହଞ୍ଚିଥିଲା ନାଇଜେରିଆ ଅଗ୍ନିଶମ ବାହିନୀ ମାତ୍ର ବିମାନରେ ଲାଗିଥିବା ନିଆଁକୁ ଲିଭାଯାଇ ପାରିନଥିଲା। ଏ ଘଟଣାରେ ତଦନ୍ତ ଆରମ୍ଭ ହୋଇଯାଇଛି।