୧୯୪୭ ମସିହାରେ ଅଖଣ୍ଡ ଭାରତ ବର୍ଷ ବିଭାଜିତ ହେବା ପୂର୍ବରୁ ୧୯୪୫ ମସିହାରେ ଆୟୋଜିତ ହୋଇଥିବା ଏକ ଜନସଭାକୁ ସମ୍ବୋଧିତ କରିବା ପାଇଁ ଗୁଣ୍ଟୁର ଅଭିମୁଖେ ଆସିଥାନ୍ତେ ପାକିସ୍ତାନର ପ୍ରତିଷ୍ଠାତା।
Trending Photos
ହାଇଦ୍ରାବାଦ: ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ନେଇ ପ୍ରଥମେ ଉତ୍ତର ପ୍ରଦେଶ ଆଉ ଏବେ ସରଗରମ ହୋଇଉଠିଛି ଆନ୍ଧ୍ର ପ୍ରଦେଶ ରାଜନୀତି। ସଦ୍ୟ ରାଜ୍ୟର ଗୁଣ୍ଟୁର ସହରରେ ଅବସ୍ଥିତ 'ଜିନ୍ନା ଟାୱାର' ନାମ ବଦଳାଇବାକୁ ଦାବି ହୋଇଛି। ଆଉ ଏହି ଦାବି ଉଠାଇଛି ବିଜେପି। ସହରର ମହାତ୍ମା ଗାନ୍ଧୀ ରୋଡ୍ ଠାରେ ଅବସ୍ଥିତ ଜିନ୍ନା ଟାୱାର ହେଉଛି ୧୯୪୫ ମସିହାରେ ନିର୍ମିତ ଏକ ଉଚ୍ଚ ସ୍ମାରକୀ।
୧୯୪୭ ମସିହାରେ ଅଖଣ୍ଡ ଭାରତ ବର୍ଷ ବିଭାଜିତ ହେବା ପୂର୍ବରୁ ୧୯୪୫ ମସିହାରେ ଆୟୋଜିତ ହୋଇଥିବା ଏକ ଜନସଭାକୁ ସମ୍ବୋଧିତ କରିବା ପାଇଁ ଗୁଣ୍ଟୁର ଅଭିମୁଖେ ଆସିଥାନ୍ତେ ପାକିସ୍ତାନର ପ୍ରତିଷ୍ଠାତା (Founder of Pakistan) ମହମ୍ମଦ ଅଲ୍ଲୀ ଜିନ୍ନା (Mohammad Ali Jinnah)। ସେବେଠାରୁ ସେଠାରେ ଥିବା ଏକ ଉଚ୍ଚ ସ୍ମାରକୀର ନାମ 'ଜିନ୍ନା ଟାୱାର' (Jinnah Tower) ରଖିଥିଲେ ସ୍ଥାନୀୟ ମୁସଲମାନ। ଏହି ସ୍ମାରକୀର ମୀନାର ସହିତ ୬ଟି ସ୍ତମ୍ଭ ରହିଛି। ଏହାକୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ସୌହାର୍ଦ୍ଦ୍ୟ ଏବଂ ଶାନ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି ସ୍ଥାନ ଜିନ୍ନା କେନ୍ଦ୍ର ଭାବେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା।
Also Read: ବିପଦରେ ମହାବିକାଶ ଅଘାଡି ସରକାର! ଶିବସେନା-କଂଗ୍ରେସ ମଧ୍ୟରେ ବଢୁଛି ଫାଟ
ତୁରନ୍ତ 'ଜିନ୍ନା ଟାୱାର' ନାମ ବଦଳାଇବାକୁ ଦାବି କରିଛନ୍ତି ପଡୋଶୀ ତେଲେଙ୍ଗାନା ବିଜେପି ବିଧାୟକ (Telangana BJP MLA) ରାଜା ସିଂହ (Raja Singh)। ଏନେଇ ସେ କହିଛନ୍ତି ଏପରି ଜଣେ ବ୍ୟକ୍ତି ନାମ ବ୍ୟବହାର କରିବା କିପରି ଜାରି ରଖିପାରିବେ ଯେଉଁ ଲୋକ ଦେଶ ବିଭାଜନ ତଥା ଅନେକ ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ। ଜିନ୍ନାଙ୍କ ନାମ ପରିବର୍ତ୍ତେ ଏହି ଟାୱାର ନାମର ଦେଶର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କାଲାମଙ୍କ ନାମରେ ନାମିତ କରିବାକୁ ଚାହୁଁଛି ବିଜେପି।
Also Read: ସହରର ନାଁ ବଦଳାଇବାକୁ ନେଇ ମୁହାଁମୁହିଁ ଶିବସେନା-କଂଗ୍ରେସ, ବିଜେପି କହିଲା ଲୋକ ଦେଖାଣିଆ
ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ଗୁଣ୍ଟୁର ନଗର କମିଶନରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏନେଇ ମତ ରଖି ସ୍ଥାନୀୟ ବିଜେପି ନେତା (BJP Leader) ଭି.ଜୟପ୍ରକାଶ ନାରାୟଣ (V. Jayprakash Narayan) କହିଛନ୍ତି ଏହାର ଗୁଣ୍ଟୁର ସହର ପାଇଁ ଏହା ଏକ ଅପମାନ ସଦୃଶ୍ୟ। ଏହି ଜିନ୍ନା ଟାୱାର ଆମର ଆତ୍ମ ସମ୍ମାନକୁ ଆଘାତ କରୁଛି। ଯଦି ପ୍ରଶାସନ ଏହାର ନାମ ଦେଶର ପୂର୍ବତନ ରାଷ୍ଟ୍ରପତି କାଲାମଙ୍କ ନାମରେ ନାମିତ ନକରେ ତାହେଲେ ଆମେ ଏହାକୁ ହଟାଇବା ପାଇଁ କର ସେବା ଆରମ୍ଭ କରିବୁ। କାରଣ ଅଯୋଧ୍ୟାରେ ବାବ୍ରି ମସଜିଦ ହଟାଇବା ପାଇଁ କର ସେବା କରାଯାଇଥିଲା।
Also Read: Hindutva ପରେ Tipu Sultan ନାମକୁ ନେଇ ମୁହାଁମୁହିଁ BJP-ShivSena
ଭୋଟ୍ ବ୍ୟାଙ୍କ ରାଜନୀତିକୁ ନଜରରେ ରଖି ପୂର୍ବରୁ ରାଜ୍ୟକୁ ଶାସନ କରିଥିବା ଏବଂ ବର୍ତ୍ତମାନର ସରକାର 'ଜିନ୍ନା ଟାୱାର' ନାମ ବଦଳାଇ ନାହାଁନ୍ତି। ଏହାର ନାମ ତୁରନ୍ତ ବଦଳାଇବା ପାଇଁ ଆମେ ପ୍ରଶାସନ ଉଦ୍ଦେଶ୍ୟରେ ଏକ ଚେତାବନୀ ଦେଉଛୁ। ଏ ପ୍ରସଙ୍ଗରେ ଶାସକ YSRCP ସରକାର ଏବଂ ଗୁଣ୍ଟୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ।