ବିଭିନ୍ନ ସମୟରେ ଜନବସତି ଅଞ୍ଚଳରେ ମାଙ୍କଡ଼ ଦ୍ୱାରା କରାଯାଇଥିବା କାମ ଚର୍ଚ୍ଚାର ବିଷୟ ପାଲଟିଥାଏ।
Trending Photos
ଭୋପାଳ: ବିଭିନ୍ନ ସମୟରେ ଅନେକ ପ୍ରକାର ଅଜବ ଧରଣର କାରନାମାକୁ ନେଇ ଚର୍ଚ୍ଚାରେ ରହିଥାଏ ବେଶ ଚତୁର ପ୍ରାଣୀ ଭାବେ ଜଣାଶୁଣା ମାଙ୍କଡ଼। କେତେବେଳେ ଗଛରେ ଚଢି ଫଳ ପନିପରିବା ଚୋରି କରିବା ହେଉ ଅଥବା ଅନ୍ୟ କୌଣସି କାମକୁ ନେଇ ଚର୍ଚ୍ଚାରେ ରହିଥାଏ ମାଙ୍କଡ। ବିଭିନ୍ନ ସମୟରେ ଜନବସତି ଅଞ୍ଚଳରେ ମାଙ୍କଡ଼ ଦ୍ୱାରା କରାଯାଇଥିବା କାମ ଚର୍ଚ୍ଚାର ବିଷୟ ପାଲଟିଥାଏ।
ସଦ୍ୟ ମଧ୍ୟ ପ୍ରଦେଶର ଜବଲପୁର ଜିଲ୍ଲାରେ ଘଟିଯାଇଛି ଏଭଳି ଘଟଣା। ସ୍ଥାନୀୟ ଏକ ରାସ୍ତାରେ ଫସିରହିଥିବା ଏକ ଅଟୋରିକ୍ସା ମଧ୍ୟରୁ ପ୍ରାୟ ଲକ୍ଷେ ଟଙ୍କା ଲୁଟିନେଇଛି ମାଙ୍କଡ଼। ଯାହା ଏବେ ସେଠାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ସ୍ଥାନୀୟ ମଝୋଲି ଥାନା ପ୍ରଭାରୀ ସଚିନ ସିଂହ କହିଛନ୍ତି ଗତ ସେପ୍ଟମ୍ବର ୩୦ ତାରିଖରେ ଏହି ଘଟଣା ଘଟିଥିଲା।
Also Read: Changing World: ସମୟ ସହ ତାଳ ଦେଇ ଚାଲୁଛନ୍ତି ମଣିଷଙ୍କ ପୂର୍ବଜ
ତିନି ଜଣ ଯାତ୍ରୀଙ୍କୁ ନେଇ ଗୋଟିଏ ଅଟୋରିକ୍ସା ଯାତ୍ରା କରୁଥିବା ସମୟରେ ଏକ ସଂକୀର୍ଣ୍ଣ ରାସ୍ତାରେ କୌଣସି କାରଣ ପାଇଁ ଅଟକିଥିଲା। ଗାଡି କ'ଣ ପାଇଁ ଅଟକି ରହିଛି ବୋଲି ଜାଣିବା ପାଇଁ ଅଟୋ ଯାତ୍ରୀ ଯେତେବେଳେ ବାହାରକୁ ଆସନ୍ତି ସେତେବେଳେ ଏକ ମାଙ୍କଡ ଆସି ଅଟୋରିକ୍ସାରେ ଏକ ଟାୱେଲ ମଧ୍ୟରେ ରଖାଯାଇଥିବା ୧ ଲକ୍ଷ ଟଙ୍କା ନେଇ ସେଠାରୁ ଚମ୍ପଟ ମାରିଥିଲା।
Also Read: Covid19 Alert: ମଣିଷ ପରେ Mask ପନ୍ଧିଲା ମାଙ୍କଡ
ଏହା ପରେ ସେହି ମାଙ୍କଡ଼ ଟାୱେଲରେ ରଖାଯାଇଥିବା ଟଙ୍କାଙ୍କୁ ନେଇ ଏକ ଗଛରେ ଚଢିଯାଇଥିଲା। ଯେତେବେଳେ ଏହି ମାଙ୍କଡ ଗଛରେ ଥାଇ ଟାୱେଲକୁ ହଲାଇଥିଲା ସେତେବେଳେ ଏହା ମଧ୍ୟରେ ଥିବା ଟଙ୍କା ଏଣେତେଣେ ବିଛେଇ ହୋଇ ପଡି଼ଥିଲା। ଅଟୋରେ ଟଙ୍କା ନେଇ ଯାତ୍ରା କରୁଥିବା ବ୍ୟକ୍ତି ଜଣକ ମାଙ୍କଡ ନେଇଯାଇଥିବା ଟଙ୍କାରୁ ମାତ୍ର ୫୬ ହଜାର ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଥିଲେ। ବାକି ଟଙ୍କା କୁଆଡେ ଗଲା ସେ ନେଇ କିଛି ଖୋଜଖବର ମିଳିନାହିଁ।
Also Read: Independence Day 2021: ଜାତୀୟ ପତାକା ଉଡାଇଲା ମାଙ୍କଡ
ଏହା ସହିତ ଥାନା ପ୍ରଭାରୀ ସିଂହ କହିଛନ୍ତି ଯେ ବାକି ଟଙ୍କା କୁଆଡେ ଗଲା ତାହା ଜଣାପଡିନାହିଁ। ଅଟୋରୁ ଟଙ୍କା ନେଇଯାଇଥିବା ମାଙ୍କଡ ଜଙ୍ଗଲୀ ଥିବାରୁ ଏହି ଘଟଣାରେ କୌଣସି ମାମଲା ଦାଏର ହୋଇନାହିଁ। ଏ ଘଟଣାର ଅନୁସନ୍ଧାନ ପାଇଁ ଘଟଣାସ୍ଥଳରେ କୌଣସି ସିସିଟିଭି ନଥିବାରୁ ଏନେଇ ଅଧିକ ତଥ୍ୟ ମିଳି ପାରୁନାହିଁ। ଯେଉଁଠାରେ ଏହି ଘଟଣା ଘଟିଛି ସେଠାକାର ଲୋକ ମାଙ୍କଡଙ୍କୁ ଖାଇବାକୁ ଦେଇଥାନ୍ତି। ଅନ୍ୟପଟେ ଅନେକ ମାଙ୍କଡ଼ ସେଠାକୁ ଯିବାଆସିବା କରୁଥିବା ଗାଡିରେ ପଶି ଯାଇଥାନ୍ତି।