ବାଂଲାଦେଶ ପରେ ପାକିସ୍ତାନକୁ ପୁଣି ଥରେ ବିଭାଜିତ କରି ସ୍ୱତନ୍ତ୍ର ସିନ୍ଧୁଦେଶ ଗଠନ କରିବାକୁ ଆନ୍ଦୋଳନ ଆରମ୍ଭ ହୋଇଯାଇଛି।
Trending Photos
କରାଚୀ: ପୁଣି ଥରେ ଭାଙ୍ଗି ଯାଇପାରେ ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ। ପ୍ରଥମେ ବାଂଲାଦେଶ ଆଉ ଏବେ ସ୍ୱତନ୍ତ୍ର ସିନ୍ଧୁଦେଶ ଗଠନ କରିବାକୁ ଦାବି ଜୋର ଧରିଲାଣି। ପୁଣି ଥରେ ପାକିସ୍ତାନ ବିଭାଜନ ରାସ୍ତାରେ ଅଗ୍ରସର ହେଲାଣି। ଏପରିକି ଏହି ଦାବି ବର୍ତ୍ତମାନ ପାକିସ୍ତାନରେ କ୍ଷମତାସୀନ ଇମରାନ ସରକାରଙ୍କ ଲାଗି ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।
ଆଧୁନିକ ଭାରତୀୟ ସିନ୍ଧି ରାଷ୍ଟ୍ରବାଦ ସଂସ୍ଥାପକ ଜିଏମ ସୈୟଦଙ୍କ ୧୧୭ତମ ଜୟନ୍ତୀ ଅବସରରେ ଜାନୁଆରୀ ୧୭ ତାରିଖ ରବିବାର ତାଙ୍କ ସମର୍ଥକଙ୍କ ପକ୍ଷରୁ ସ୍ୱାଧିନତା ରାଲି ଅନୁଷ୍ଠିତ ହୋଇଥିଲା। ଏହି ରାଲିରେ ଯୋଗ ଦେଇଥିବା ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ଫଟୋ ଥିବା ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ।
#WATCH: Placards of PM Narendra Modi & other world leaders raised at pro-freedom rally in Sann town of Sindh in Pakistan, on 17th Jan.
Participants of the rally raised pro-freedom slogans and placards, seeking the intervention of world leaders in people's demand for Sindhudesh. pic.twitter.com/FJIz3PmRVD
— ANI (@ANI) January 18, 2021
ଏହି ରାଲି ଆୟୋଜନ କରି ସୈୟଦଙ୍କ ସମର୍ଥକ ସ୍ୱତନ୍ତ୍ର ସିନ୍ଧୁ ଦେଶ ଗଠନ କରିବାରେ ସହଯୋଗ ଯୋଗାଇଦେବାକୁ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିବେଦନ କରିଛନ୍ତି। ଏପରିକି ଏହି ପ୍ରସଙ୍ଗରେ ବିଭିନ୍ନ ରାଷ୍ଟ୍ର ହସ୍ତକ୍ଷେପ କରିବା ସେମାନଙ୍କୁ ସମର୍ଥନ ଜଣାଇବାକୁ କହିଛନ୍ତି। ସ୍ୱତନ୍ତ୍ର ସିନ୍ଧୁଦେଶ ଗଠନକୁ ସମର୍ଥନ କରୁଥିବା ପ୍ରଦର୍ଶନକାରୀ ଦେଶକୁ ସ୍ୱାଧିନତା ଦେବା ସମର୍ଥନରେ ନାରାବାଜି କରିଛନ୍ତି।
Also Read: #blackout ବେଳେ ପାକିସ୍ତାନକୁ ଅନ୍ଧାରୁଆ ମାଡ, ଭାରତ କରିଛି କି ଆକ୍ରମଣ?
ଏହି ରାଲିରେ ପାକିସ୍ତାନର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଭିନ୍ନ ରାଷ୍ଟ୍ର ମୁଖ୍ୟଙ୍କ ଫଟୋ ଥିବା ପ୍ଲାକାର୍ଡ ଏହି ଆନ୍ଦୋଳନରେ ଦୃଶ୍ୟମାନ ହୋଇଛି। ଯେଉଁ ଦେଶର ରାଷ୍ଟ୍ରମୁଖ୍ୟଙ୍କ ପ୍ଲାକାର୍ଡ ବ୍ୟବହୃତ ହୋଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ ମୋଦି, ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ସାଉଦି ଆରବ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ, ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ, ଜର୍ମାନ ଚାନସେଲର ଆଞ୍ଜେଲା ମୋର୍କେଲ, ଜାତିସଂଘ ମହାସଚିବ ଆଣ୍ଟେନିଓ ଗୁଟେରିସ ପ୍ରମୁଖ ସାମିଲ ଅଛନ୍ତି।
Also Read: ବିଲୁଆ ମୁହଁ ମାସ୍କ ପିନ୍ଧି ଜଣେ ଗିରଫ
ଏହି ରାଲିରେ ପ୍ରଦର୍ଶନକାରୀ ଯେଉଁ ପୋଷ୍ଟର ପ୍ରଦର୍ଶିତ କରିଛନ୍ତି ସେଥିରେ ଲେଖାଯାଇଛି, ସିନ୍ଧ ପ୍ରାନ୍ତ ପାକିସ୍ତାନ ଠାରୁ ସ୍ୱତନ୍ତ୍ରତା ଚାହୁଁଛି। ବାଂଲାଦେଶର ସ୍ୱାଧିନତା ପରେ ସ୍ୱତନ୍ତ୍ର ସିନ୍ଧୁ ରାଷ୍ଟ୍ର ଗଠନ କରିବାକୁ ଜିଏମ ସୈୟଦଙ୍କ ଦ୍ୱାରା ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ସେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ପାକିସ୍ତାନ ଗଠିତ ହେବା ପରେ ସେ ପ୍ରଥମ ଦେଶର ପ୍ରଥମ ରାଜନୈତିକ ବନ୍ଦୀ ହୋଇଥିଲେ।
ସ୍ୱାଧିନତା ପରେ ବିଭାଜିତ ହୋଇସାରିଛି ପାକିସ୍ତାନ। ୧୯୪୭ ମସିହା ଅଗଷ୍ଟ ୧୪ ତାରିଖରେ ପାକିସ୍ତାନକୁ ସ୍ୱାଧିନତା ମିଳିଥିଲା। ହେଲେ ୧୯୭୧ ମସିହାରେ ପାକିସ୍ତାନର ବିଭାଜନ ହେବା ସହ ସ୍ୱତନ୍ତ୍ର ବାଂଲାଦେଶ ଗଠିତ ହୋଇଥିଲା। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ ତତ୍କାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ। ସେବେଠାରୁ ପାକିସ୍ତାନ ଅଧିନସ୍ଥ ସିନ୍ଧ, ବେଲୁଚିସ୍ତାନ ଆଦି ପ୍ରାନ୍ତକୁ ପାକିସ୍ତାନରୁ ଅଲଗା କରି ସ୍ୱତନ୍ତ୍ର ଦେଶ ଭାବେ ଗଠନ କରିବାକୁ ବେଶ ଲମ୍ବା ସମୟ ଧରି ଆନ୍ଦୋଳନ ଚାଲିଆସୁଛି।