BJP National Council Meet: ଆଜି ରାଷ୍ଟ୍ରୀୟ ପରିଷଦ ବୈଠକର ଦ୍ବିତୀୟ ଦିନ, ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ
Advertisement

BJP National Council Meet: ଆଜି ରାଷ୍ଟ୍ରୀୟ ପରିଷଦ ବୈଠକର ଦ୍ବିତୀୟ ଦିନ, ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ

BJP National Council Meet: ଦିଲ୍ଲୀ ପ୍ରଗତି ମୈଦାନ ସ୍ଥିତ ଭାରତ ମଣ୍ତପରେ ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଜାରି ରହିଛି । ଏନେଇ ରବିବାର ବୈଠକର ଦ୍ବିତୀୟ ତଥା ଶେଷ ଦିନରେ ଦଳର ସମସ୍ତ ନେତା ମାନଙ୍କୁ ଗୁରୁମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଖବର ଅନୁଯାୟୀ, ବୈଠକର ଦ୍ବିତୀୟ ଦିନରେ ୨୦୨୪ ନିର୍ବାଚନ ନେଇ ଚୂଡାନ୍ତ ରଣନୀତି ପ୍ରସ୍ତୁତ କରାଯାଉଛି । ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ୩୭୦ ଆସନରେ ବିଜୟ ନେଇ ଲକ୍ଷ୍ୟ ରଖିଛି । ପ୍ରାୟ ୧୧,୫୦୦ରୁ ଅଧିକ ବିଜେପି କର୍ମୀଙ୍କ ସହିତ ନିର୍ବାଚନୀ ରଣନୀତି ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଏହାସହ ମୋଦି ଆଗାମୀ ନିର୍ବାଚନରେ ପ୍ରତି ବୁଥରୁ ଅଧିକ ୩୭୦ ଭୋଟ ହାସଲ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ଏହି କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ସରକାରଙ୍କ ଦ୍ବାରା ଲୋକ କଲ୍ୟାଣ ଓ ପ୍ରଗତିମୂଳକ କାର୍ଯ୍ୟର ଝଲକ ଦେଖାଇଛନ୍ତି ।

ପ୍ରକାଶ ଥାଉ କି, ଦୁଇ ଦିନଆ ଅଧିବେଶନକୁ ଶନିବାର ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିଥିଲେ। ପ୍ରଥମ ଦିନରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହି ଅଧିବେଶନରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ , ମୁଖପାତ୍ର ସମ୍ବିତ୍ ପାତ୍ର , ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ପ୍ରମୂଖ ଉପସ୍ଥିତ ଥିଲେ। ରାଜ୍ୟରୁ ୨୮୮ ଜଣ ପଦାଧିକାରୀ ମଧ୍ୟ ଯୋଗଦେଇଥିଲେ।