ରାଜଧାନୀ ୱାଶିଂଟନ ଠାରେ ହେବାକୁ ଯାଉଥିବା ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ନଜରର ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଦେଶର ନିରାପତ୍ତା ବ୍ୟବସ୍ଥାକୁ ମଜବୁତ ରଖିବା ଲାଗି ପ୍ରାୟ ୨୫ ହଜାର ସୈନିକ ପୋଲିସ ଯବାନଙ୍କୁ ମୁତୟନ କରାଯାଇଛି।
Trending Photos
ୱାଶିଂଟନ: ଚଳିତ ମାସ ଜାନୁଆରୀ ୬ ତାରିଖରେ ୱାଶିଂଟନ ଠାରେ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମର୍ଥକଙ୍କ ପକ୍ଷରୁ ହୋଇଥବା ହିଂସାକାଣ୍ଡ ଘଟଣା ପରେ ଆମେରିକା ରାଜଧାନୀର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା। ହେଲେ ଚଳିତ ଜନୁଆରୀ ହେବାକୁ ଯାଉଥିବା ଶପଥ ଗ୍ରହଣ ପୂ୍ର୍ବରୁ ରାଜଧାନୀ ୱାଶିଂଟନର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯାଇଛି। ଏପରିକି ସେଠାରେ ଲକ ଡାଉନ ଲାଗୁ କରାଯାଇଛି।
କଡା ସୁରକ୍ଷା ବଳୟ ମଧ୍ୟରେ ୪୬ ତମ ଆମେରିକୀୟ ରାଷ୍ଟ୍ରପତି ଭାବେ ଶପଥ ନେବେ ବାଇଡେନ। ଏହି କାର୍ଯ୍ୟକ୍ରମ ଅବସରରେ ହିଂସାକାଣ୍ଡ ଘଟିବା ଆଶଙ୍କାରେ ଆଗୁଆ ସତର୍କ ହୋଇଠିଛି ଆମେରିକୀୟ ସୁରକ୍ଷା ଏଜେନ୍ସି। ଏପରପିକି ଡ୍ୟୁଟି କରୁଥିବା କୌଣସି ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆକ୍ରମଣ ହେବାର ସମ୍ଭାବନା ରହିଛି।
Also Read: ଆମେରିକାରେ ଶୁଭିଲା ଗୃହଯୁଦ୍ଧର ପଦଧ୍ୱନୀ; ହିଂସାକାଣ୍ଡକୁ ନେଇ ମୁହାଁମୁହିଁ ଟ୍ରମ୍ପ-ବାଇଡେନ
ରାଜଧାନୀ ୱାଶିଂଟନ ଠାରେ ହେବାକୁ ଯାଉଥିବା ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ନଜରର ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏବେ ସେଠାରେ ସ୍ଥିତି ଲକ ଡାଉନ ଭଳି ହୋଇଯାଇଛି। ଦେଶର ନିରାପତ୍ତା ବ୍ୟବସ୍ଥାକୁ ମଜବୁତ ରଖିବା ଲାଗି ପ୍ରାୟ ୨୫ ହଜାର ସୈନିକ ପୋଲିସ ଯବାନଙ୍କୁ ମୁତୟନ କରାଯାଇଛି। ସୁରକ୍ଷା ପ୍ରସ୍ତୁତି ଆଧାରରେ ରାଜରାସ୍ତାରେ କଂକ୍ରିଟ ଅବରୋଧକ (Concrete Barrier) ସହ ଟ୍ୟାଙ୍କ ମୁତୟନ କରାଯାଇଛି। ରାଷ୍ଟ୍ରୀୟ ସ୍ମାରକକୁ ବନ୍ଦ ରଖାଯାଇଛି। ଆମେରିକା ସଂସଦକୁ ଘେରାବନ୍ଦୀ କରାଯିବା ସହ ପ୍ରତ୍ୟେକ ରାସ୍ତାରେ ଚେକ ପୋଷ୍ଟ କରାଯାଇଛି।
Also Read: ଆମେରିକା ସଂସଦରେ ସେନା ଶିବିର! ଟ୍ରମ୍ପ ଯୁଗର ଅନ୍ତ, ଆସନ୍ତାକାଲି ୪୬ ତମ ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ଉତ୍ସବ
ସୁରକ୍ଷା ଦାୟିତ୍ୱରେ ରହିଥିବା ସିକ୍ରେଟ ସର୍ଭିସ ଅଧିକାରୀ କହିଛନ୍ତି କୌଣସି ପରିସ୍ଥିତିର ମୁକାବିଲା ଲାଗି ଆମେ ପ୍ରସ୍ତୁତ ରହିଛୁ। ଅନ୍ୟପଟେ ଆମେରିକୀୟ ଆଇନ ସୂଚନା ଅଧିକାରୀ କହିଛନ୍ତି ବିଭାଗ ପକ୍ଷରୁ ଦକ୍ଷିଣପନ୍ଥୀ ସଙ୍ଗଠନ ସହ ଜଡିଟ ଲୋକଙ୍କ ଉପରେ ସତର୍କ ନଜର ରଖାଯାଇଛି। ଏଭଳି ସମ୍ଭାବ୍ୟ ଗୋଷ୍ଠୀର ସଦସ୍ୟ ୱାଶିଂଟନ ଆସି ହିଂସାତ୍ମକକାଣ୍ଡ ଭିଆଇ ପାରନ୍ତି ବୋଲି ଦେଶର ଆଇନ ସୂଚନା ବିଭାଗ ସନ୍ଦେହ କରୁଛି। ଏନେଇ ଜଣେ ବିଭାଗୀୟ ଅଧିକାର କହିଛନ୍ତି ଶପଥ ଗ୍ରହଣ ହେବା ପୂର୍ବରୁ ଫେଡେରାଲ୍ ଏଜେଣ୍ଟ (Federal Agent) ଦେଶର ରାଜନେତାଙ୍କ ଉପରେ ଚାଟିଂ ଉପରେ ନଜର ରଖିଛନ୍ତି। କାରଣ ସେମାନେ ଏହି କାର୍ଯ୍ୟକ୍ରମରେ ଅନୁପ୍ରବେଶ କରି ହିଂସାକାଣ୍ଡ ଘଟାଇବାକୁ ଷଡଯନ୍ତ୍ର କରୁଥାଇ ପାରନ୍ତି।
Also Read: ଆମେରିକା ସଂସଦରେ ସେନା ଶିବିର! ଟ୍ରମ୍ପ ଯୁଗର ଅନ୍ତ, ଆସନ୍ତାକାଲି ୪୬ ତମ ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ଉତ୍ସବ
ଆମେରିକୀୟ ଗୁଇନ୍ଦା ସଂସ୍ଥା (American Intelligence Agency) ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗସନ-ଏଫବିଆଇ (Federal Bureau of Investigation-FBI) ପକ୍ଷରୁ ହୋଇଥିବା ଅନୁସନ୍ଧାନ ପରେ ୧୨ ଆମେରିକୀୟ ନେସନାଲ ଗାର୍ଡ (American National Guard) ଯବାନଙ୍କୁ ହଟାଇ ଦିଆଯାଇଛି। କାରଣ ସେମାନେ ବୁଧବାର ଅନୁଷ୍ଠିତ ହେବାକୁ ଯାଉଥିବା ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ନେଇ ଉଗ୍ର ବୟାନବାଜି କରିଥିଲେ।
Also Read: ବିଦା ହେବେ ଆମେରିକା ଇତିହାସର କଳଙ୍କିତ ଅଧ୍ୟାୟର ମହାନାୟକ!
ଏ ଘଟଣାରେ ଦେଶର ସେନା ମୁଖ୍ୟାଳୟ ପେଣ୍ଟାଗନ (Army Headquarter Pentagon) ଅଧିକାରୀଙ୍କ ପକ୍ଷରୁ ବିସ୍ତୃତ ତଥ୍ୟ ଦିଆଯାଇନାହିଁ। ଅନ୍ୟପଟେ ଆମେରିକା ନିରାପତ୍ତା ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ସୁରକ୍ଷା ଦାୟିତ୍ୱରୁ ହଟାଯାଇଥିବା ୧୨ ଆମେରିକୀୟ ନେସନାଲ ଗାର୍ଡ ଦକ୍ଷିଣପନ୍ଥୀ ସଙ୍ଗଠନ ସହ ଜଡିତ ଥିଲେ। ସେମାନେ ସୋସିଆଲ ମିଡିଆରେ କଟ୍ଟରପନ୍ଥୀ ବିଚାରଧାରାକୁ ସମର୍ଥନ କରୁଥିବା ପୋଷ୍ଟ କରିଥିଲେ। ନ୍ୟାସନାଲ ଗାର୍ଡ ବ୍ୟୁରୋ ମୁଖ୍ୟ ଜେନେରାଲ ଡାନିଏଲ ହକେନ୍ସ ସ୍ପଷ୍ଟ କରିଛନ୍ତି ଏପରି ସଦସ୍ୟଙ୍କୁ କାମରୁ ହଟାଇ ଘରକୁ ପଠାଯାଇଛି।