ଆଜି ଦେଶରେ ରୁପା ମୂଲ୍ୟ (Silver Price) ହ୍ରାସ ଘଟିଛି । ଲଗାତର ଦ୍ୱିତୀୟ ଦିନ ହେବ ସୁନା ଦରରେ ହ୍ରାସ ରେକର୍ଡ କରାଯାଇଛି ।
Trending Photos
ନୂଆଦିଲ୍ଲୀ: Gold-Silver Rate: ଆଜି (ଗୁରୁବାର) ଅର୍ଥାତ ଫେବୃଆରୀ ୩ରେ ସୁନା ମୂଲ୍ୟ (Gold Price) ରେ ବୃଦ୍ଧି ଘଟିଛି । ଅନ୍ୟପଟେ ଲଗାତର ଦ୍ୱିତୀୟ ଦିନ ହେବ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ମଧ୍ୟ ମୂଲ୍ୟବାନ ଧାତୁ ମୂଲ୍ୟରେ ସମାନ ସ୍ଥିତି ଦେଖାଦେଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଦେଶରେ ଗତକାଲି ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟି ନଥିଲା । ଅନ୍ୟପଟେ ଆଜି ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୬୭୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୬୫୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୪୮,୯୮୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୬୦୦ ଟଙ୍କାର ବୃଦ୍ଧି ଦେଖାଦେଇଛି । ଫଳରେ ୧୦ ଗ୍ରାମ ସୁନା ଦର ୪୫,୫୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୪୪,୯୦୦ ଟଙ୍କା ଥିଲା ।
ସେପଟେ ଆଜି ଦେଶରେ ରୁପା ମୂଲ୍ୟ (Silver Price) ହ୍ରାସ ଘଟିଛି । ଲଗାତର ଦ୍ୱିତୀୟ ଦିନ ହେବ ସୁନା ଦରରେ ହ୍ରାସ ରେକର୍ଡ କରାଯାଇଛି । ଗତକାଲି ଦେଶରେ ରୁପା ମୂଲ୍ୟରେ ୫୦୦ ଟଙ୍କାର ହ୍ରାସ ଘଟିଥିବାବେଳେ ଆଜି ରୁପା ଦରରେ ୧୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୧,୪୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୧,୫୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୧୪୦ ଟଙ୍କା ରହିଛି । ଯାହା ଗତକାଲି ୬,୧୫୦ ଟଙ୍କା ଥିଲା ।
ଆଜି ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ମଧ୍ୟ ସୁନା ଦର (Gold Price) ରେ ବୃଦ୍ଧି ଘଟିଛି । ଗତକାଲି ଭୁବନେଶ୍ୱରରେ ସୁନା ଦର ସ୍ଥିର ରହିଥିଲା । ଅନ୍ୟପଟେ ଆଜି ୧୦ ଗ୍ରାମ ସୁନା ମୂଲ୍ୟରେ ୧୨୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୪୯,୧୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଅର୍ଥାତ ବୁଧବାର ୧୦ ଗ୍ରାମ ସୁନା ମୂଲ୍ୟ ୪୮,୯୮୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନାରେ ୮୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୪,୯୮୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୪୪,୯୦୦ ଟଙ୍କା ଥିଲା ।
ଏହା ବି ପଢ଼ନ୍ତୁ:-SBI ର କୋଟି କୋଟି ଗ୍ରାହକଙ୍କ ପାଇଁ ଜରୁରୀ ଖବର! ବଦଳି ଯାଇଛି ଟଙ୍କା ସହ ଜଡ଼ିତ ଏହି ନିୟମ, ତୁରନ୍ତ ଚେକ୍ କରନ୍ତୁ ଡିଟେଲ୍
ଏହା ବି ପଢ଼ନ୍ତୁ:-ଅନୁଷ୍କା ଶର୍ମା ଏହି ଫିଲ୍ମରେ କରିଥିଲେ ଅନେକ ଲିପଲକ୍, ଅନ୍ତରଙ୍ଗ ସିନ୍ ଦେଇ ବଢ଼ାଇ ଦେଇଥିଲେ ପାରା!
ଏହା ବି ପଢ଼ନ୍ତୁ:-ମାଗଣା ରାସନ ପାଉଥିବା ଲୋକଙ୍କ ପାଇଁ ବଡ଼ ଖବର, ଜାଣନ୍ତୁ ମାର୍ଚ୍ଚ ପରେ ମଧ୍ୟ ଫ୍ରିରେ ମିଳିବ କି ଖାଦ୍ୟ ଶସ୍ୟ?
ଏହା ବି ପଢ଼ନ୍ତୁ:-ଦୀର୍ଘ ସମୟ ଧରି ଶାରୀରିକ ସମ୍ପର୍କ ସ୍ଥାପନ ନ କରିବାରୁ ପଡ଼ିଥାଏ ଏହି ପ୍ରଭାବ, ଜାଣି ଚକିତ ହେବେ ଆପଣ
ଏହା ବି ପଢ଼ନ୍ତୁ:-୨ ମିନିଟରେ ଜାଣନ୍ତୁ ଖାଇବା ତେଲରେ ମିଶ୍ରଣ ହୋଇଛି ନା ଏହା ଶୁଦ୍ଧ, FSSAI କହିଲା ଏହି ସହଜ ଟ୍ରିକ୍
ଏହା ବି ପଢ଼ନ୍ତୁ:-OTT ରେ ରହିଛି ଏହି ୭ଟି ବୋଲ୍ଡ ୱେବ୍ ସିରିଜ୍, ଭୁଲରେ ବି ଦେଖନ୍ତୁନି ପରିବାର ସହ
ଆଜି ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ରେକର୍ଡ କରାଯାଇଛି । ଲଗାତର ଦ୍ୱିତୀୟ ଦିନ ସୁନା ଦରରେ ହ୍ରାସ ଦେଖାଦେଇଛି । ଗତକାଲି ରାଜଧାନୀରେ ରୁପା ମୂଲ୍ୟରେ ୫୦୦ ଟଙ୍କାର ହ୍ରାସ ଘଟିଥିଲା । ସେହିପରି ଆଜି ରୁପା ଦରରେ ୧୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୧,୪୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୧,୫୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୧୪୦ ଟଙ୍କା ରହିଛି । ଯାହା ଗତକାଲି ୬,୧୫୦ ଟଙ୍କା ଥିଲା ।