ମନ୍ଦିର ମାଳିନୀ ସହର ପରେ ଶ୍ରୀକ୍ଷେତ୍ରକୁ ଉଡିବ ବିମାନ
Advertisement

ମନ୍ଦିର ମାଳିନୀ ସହର ପରେ ଶ୍ରୀକ୍ଷେତ୍ରକୁ ଉଡିବ ବିମାନ

ପୁରୀରେ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ନେଇ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। 

ମନ୍ଦିର ମାଳିନୀ ସହର ପରେ ଶ୍ରୀକ୍ଷେତ୍ରକୁ ଉଡିବ ବିମାନ

ସଞ୍ଜୟ ମହାପାତ୍ର,ପୁରୀ: ରାଜ୍ୟ ରାଜଧାନୀ ତଥା ମନ୍ଦିର ମାଳିନୀ ସହର ପରେ ଶ୍ରୀକ୍ଷେତ୍ରରେ ହେବ ଆନ୍ତର୍ଜାତୀୟ ବିମାନବନ୍ଦର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିବା ପରେ ଆରମ୍ଭ ହୋଇଛି ପ୍ରକ୍ରିୟା। କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି କାର୍ଯ୍ୟ ପାଇଁ ଆଗେଇ ଆସିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। 

ରାଜ୍ୟ ହେଉ ଅଥବା ପୁରୀ (Puri) କେନ୍ଦ୍ର ସରକାର ସବୁବେଳେ ସହାୟତା ପାଇଁ ଅଗେଇ ଆସିଛନ୍ତି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) ମଧ୍ୟ ଏନେଇ ପ୍ରୟାସ କରୁଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ (MLA Jayant Sarangi)।

ପୁରୀରେ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ନେଇ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟ ( Aviation Ministry) ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସକରାତ୍ମକ  ରହିଛି। ବିଶେଷକରି ପର୍ଯ୍ୟଟନ ଶିଳ୍ପ ସହ ଆର୍ଥିକ ଦୃଷ୍ଟିକୋଣରୁ ଏହା ବେଶ ସହାୟକ ହେବ। ଏହା ଦ୍ୱାରା ପୁରୀର ପର୍ଯ୍ୟଟନ ଶିଳ୍ପ (Tourism Industry) ସହ ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି କହିଛନ୍ତି ଫରେନ ଟୁର ଅପେରଟର (Foreign Tour Operator)। 

Also Read: ଲକଡାଉନ ପରେ ସ୍ୱାଭାବିକ ହେଉଛି ପର୍ଯ୍ୟଟନ

ଶ୍ରୀକ୍ଷେତ୍ର (Srikhetra) ହେଉଛି ୪ ଧାମ (Four Dham) ମଧ୍ୟରେ ଶ୍ରେଷ୍ଠ ଧାମ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟସହର (World Heritage City) ପାଇଁ ଅନେକ ପ୍ରକଳ୍ପ ଆରମ୍ଭ କରିଥିବା ବେଳେ ଆନ୍ତର୍ଜାତୀୟ ବମାନବନ୍ଦର (International Airport) କରିବା ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ। ତାହା ସହିତ ବିମାନବନ୍ଦରକୁ ମହାପ୍ରଭୁଙ୍କ ନାଁରେ କରାଯିବାକୁ ଥିବାରୁ ଶ୍ରୀଜଗନ୍ନାଥ ସଂସ୍କୃତିର (Jagannath Culture) ମଧ୍ୟ ପ୍ରଚାର ହୋଇପାରିବ ବୋଲି କହିଛନ୍ତି ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି (Ex MLA Maheswar Mohanty)।

Also Read: କୋହଳ ହେଲା ନିୟମ: ଆଜି ଗୋଟିଏ ଦିନରେ ୪୦ ହଜାର ଭକ୍ତ କଲେ ଜଗାକୁ ଦର୍ଶନ

 

ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଜମି ଚିହ୍ନଟ କାର୍ଯ୍ୟ ସରିଛି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିବାର ମାସକ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କେନ୍ଦ୍ର ମନ୍ତ୍ରୀ ମଧ୍ୟ ଓଡିଶା ସରକାରଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାର ସବୁବେଳେ ଓଡିଶାକୁ ସହାୟତା କରିବାକୁ ଆଗେଇ ଆସିଛନ୍ତି। ଆଉ ଏଥିପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରମୁଖ ଭୁମିକା ରହିଛି। ଯଥାଶୀଘ୍ର ପୁରୀରେ ଏହି କାର୍ଯ୍ୟ କିଭଳି ଆରମ୍ଭ କରାଯିବ ସେ ନେଇ ରାଜ୍ୟ ସରକାର ମଧ୍ୟ ସମସ୍ତ ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ।

Also Read: ମାନ୍ୟତା ପାଇବା ପରେ ପୁରୀ ସ୍ୱର୍ଣ୍ଣିମ ବେଳାଭୂମୀରେ ଉଡିଲା ବ୍ଲୁଫ୍ଲାଗ

 

ପୁରୀରେ ଆନ୍ତର୍ଜାତୀୟ ବିମାନବନ୍ଦର ନେଇ କେନ୍ଦ୍ର ସରକାରଙ୍କ ଗ୍ରୀନ ସିଗନାଲ ପରେ ଏବେ ଜମି ଚିହ୍ନଟକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ସେପଟେ ଆନ୍ତର୍ଜାତୀୟ ବିମାନବନ୍ଦର ପୁରୀରେ ହେବା ନେଇ ଏବେ ବାଟ ଫିଟିବ ବୋଲି ଆଶା କରାଯାଉଛି।