Tokyo Paralympics: ଦେଶକୁ ଚତୁର୍ଥ ସ୍ୱର୍ଣ୍ଣ ପଦକ ଜିତାଇଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ
Advertisement

Tokyo Paralympics: ଦେଶକୁ ଚତୁର୍ଥ ସ୍ୱର୍ଣ୍ଣ ପଦକ ଜିତାଇଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ

Tokyo Paralympics: ଟୋକିଓ ପାରାଲିମ୍ପିକ୍ସରେ ଶଟଲର ପ୍ରମୋଦ ଭଗତ ଭାରତର ଆଇଁ ଚତୁର୍ଥ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଏସଏଲ-୩ ର ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ସିଧା ଖେଳରେ ଡାନିଏଲ ବେଥେଲଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମନୋଜ ସରକାର ମଧ୍ୟ ବ୍ରୋଞ୍ଜ ପଦକ ଜିତିଛନ୍ତି ।

Tokyo Paralympics: ଦେଶକୁ ଚତୁର୍ଥ ସ୍ୱର୍ଣ୍ଣ ପଦକ ଜିତାଇଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ

Tokyo Paralympics 2020: ଟୋକିଓରେ ଖେଳାଯାଉଥିବା ପାରାଲିମ୍ପିକ୍ ଗେମ୍ସରେ ଆଜି ଭାରତ ପାଇଁ ଏକ ବିଶେଷ ଦିନ ଥିଲା । ଭାରତୀୟ ଖେଳାଳିମାନେ ଆଜି ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଇତିହାସ ସୃଷ୍ଟି କରିଛନ୍ତି । ଟୋକିଓ ପାରାଲିମ୍ପିକ୍ସର (Tokyo Paralympics) ପୁରୁଷ ଏକକ ଶ୍ରେଣୀ ଏସଏଲ-୩ ବ୍ୟାଡମିଣ୍ଟନ ଇଭେଣ୍ଟରେ ଭାରତର ପ୍ରମୋଦ ଭଗତ  (Pramod Bhagat) ସ୍ୱର୍ଣ୍ଣ ପଦକ (Gold medal) ଜିତିଛନ୍ତି । ଏହା ପରେ ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏକକ ଶ୍ରେଣୀ ଏସଏଲ-୩ ବ୍ୟାଡମିଣ୍ଟନ ଇଭେଣ୍ଟରେ ଭାରତର ମନୋଜ ସରକାର (Manoj Sarkar) ବ୍ରୋଞ୍ଜ ପଦକ (Bronze medal) ଜିତିଛନ୍ତି ।

ୱାର୍ଲ୍ଡ ନମ୍ବର ୧ ପାରା-ସଟଲର ପ୍ରମୋଦ ଭଗତ ଫାଇନାଲରେ ଡାନିଆନ୍ ବେଥେଲଙ୍କୁ ୨୧-୧୪ ଏବଂ ୨୧-୧୭ ରେ ପରାସ୍ତ କରିଛନ୍ତି । ସେ ପୂର୍ବରୁ ମାତ୍ର ୩୬ ମିନିଟ ଧରି ଚାଲିଥିବା ସେମିଫାଇନାଲରେ ଜାପାନର ଡାଏସୁକେ ଫୁଜିହାରାଙ୍କ ବିପକ୍ଷରେ ୨୧-୧୧ ଏବଂ ୨୧-୧୬ ରେ ଜିତିଥିଲେ ।

ଅଧିକ ପଢ଼ନ୍ତୁ: ହାରିଗଲା ପଞ୍ଜଶୀର! ବର୍ତ୍ତମାନ ସମଗ୍ର ଆଫଗାନିସ୍ତାନକୁ କବଜା କଲା ତାଲିବାନ - ରିପୋର୍ଟ

ଚଳିତ ବର୍ଷ ପାରାଲିମ୍ପିକ୍ ଗେମ୍ସରେ ବ୍ୟାଡମିଣ୍ଟନ୍ ଡେବ୍ୟୁ କରିଛି । ବିଶ୍ୱର ଏକ ନମ୍ବର ଖେଳାଳି ପ୍ରମୋଦ ଭଗତ ଏହି କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରଥମ ଭାରତୀୟ ହୋଇଥିଲେ । ଭୁବନେଶ୍ୱରର ୩୩ ବର୍ଷୀୟା ପ୍ରମୋଦ ବର୍ତ୍ତମାନ ମିଶ୍ରିତ ଡବଲ୍ସ ଏସଏଲ-୩ ଓ ଏସୟୁ-୫ ଶ୍ରେଣୀରେ ମଧ୍ୟ ବ୍ରୋଞ୍ଜ ପଦକ ପାଇଁ ଦୌଡ଼ରେ ଅଛନ୍ତି ।  ରବିବାର ଦିନ ବ୍ରୋଞ୍ଜ ପଦକ ପ୍ଲେ ଅଫରେ ଭଗତ ଏବଂ ତାଙ୍କ ସହଯୋଗୀ ପାଲକ କୋହଲି ଜାପାନର ଡେସୁକେ ଫୁଜିହାରା ଓ ଆକିକୋ ସୁଗିନୋଙ୍କ ସହ ଲଢ଼ିବେ ।

ଅଧିକ ପଢ଼ନ୍ତୁ: IAF Recruitment 2021: ବାୟୁସେନାରେ କାମ କରିବାର ସୁଯୋଗ, ଦଶମ ପାସ୍ କରିଥିଲେ ଶୀଘ୍ର କରନ୍ତୁ ଆବେଦନ

ମନୋଜ ସରକାର ଜିତିଲେ ବ୍ରୋଞ୍ଜ ପଦକ
ଟୋକିଓ ପାରାଲିମ୍ପିକ୍ସର ପୁରୁଷ ସିଙ୍ଗଲ୍ସ କ୍ଲାସ୍ ଏସଏଲ-୩ ବ୍ୟାଡମିଣ୍ଟନ୍ ଇଭେଣ୍ଟରେ ଭାରତର ମନୋଜ ସରକାର ମଧ୍ୟ ଆଶ୍ଚର୍ଯ୍ୟଜନକ ଖେଳ ଦେଖାଇଥିଲେ । ସେ ବ୍ରୋଞ୍ଜ ପଦକ ଜିତିଛନ୍ତି । ସିଧାସଳଖ ଖେଳରେ ଜାପାନର ଡେସୁକେ ଫୁଜିହାରାଙ୍କୁ ୨୨-୨୦ ଓ ୨୧-୧୩ ରେ ପରାସ୍ତ କରିବାକୁ ମନୋଜ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ । ଏହି ମ୍ୟାଚ୍ ୪୭ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା ​​।