Tomato Price: ପିଆଜ ପରେ ଟମାଟୋ ଦର ବୃଦ୍ଧି, ଶସ୍ତାରେ ଖାଉଟିଙ୍କୁ ଯୋଗାଇବେ ସରକାର !
Advertisement
Article Detail0/zeeodisha/odisha2444902

Tomato Price: ପିଆଜ ପରେ ଟମାଟୋ ଦର ବୃଦ୍ଧି, ଶସ୍ତାରେ ଖାଉଟିଙ୍କୁ ଯୋଗାଇବେ ସରକାର !

Tomato Price: ଦେଶରେ ବିଶେଷ କରି ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ତାମିଲନାଡୁ, ଓଡ଼ିଶା, ଗୁଜୁରାଟ, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରରେ ଟମାଟୋ ଉତ୍ପାଦନ ଅଧିକ ହୋଇଥାଏ । କିଛି ଦିନ ହେବ ଗୁଜୁରାଟ, ମହାରାଷ୍ଟ୍ର, ଓଡ଼ିଶା ଏବଂ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ହେବା କାରଣରୁ ଟମାଟୋ ଫସଲ କ୍ଷତିଗ୍ରସ୍ତ ହୋଇଛି ।

Tomato Price: ପିଆଜ ପରେ ଟମାଟୋ ଦର ବୃଦ୍ଧି, ଶସ୍ତାରେ ଖାଉଟିଙ୍କୁ ଯୋଗାଇବେ ସରକାର !

Tomato Price: ପିଆଜର ଦର ବୃଦ୍ଧି ପରେ ବର୍ତ୍ତମାନ ଟମାଟୋର ମଧ୍ୟ ଦର ବୃଦ୍ଧି ହୋଇଛି । ୨ ସପ୍ତାହ ପୂର୍ବରୁ ବଜାରରେ ଟମାଟୋ କିଲୋଗ୍ରାମ ପିଛା ୨୦ରୁ ୩୦ଟଙ୍କାରେ ବିକ୍ରି ହେଉଥିଲା । କିନ୍ତୁ ବର୍ତ୍ତମାନ ତାହା ଦ୍ୱିଗୁଣିତ ହୋଇ କେଜି ପିଛା ୫୦ରୁ ୭୦ ଟଙ୍କାରେ ବିକ୍ରି ହେଉଛି । ଏହି ସମୟରେ କେନ୍ଦ୍ର ସରକାର ଟମାଟୋ ଦର ଉପରେ ନଜର ରଖିବା ଆରମ୍ଭ କରିଛନ୍ତି। ଟମାଟୋ ଦର ବୃଦ୍ଧି ହେବା ମାତ୍ରେ ସରକାର ପିଆଜ ପରି ଶସ୍ତାରେ ଟମାଟୋ ବିକ୍ରୟ କରିବାକୁ ନିଷ୍ପତ୍ତି ନେବେ । ଯାହାଫଳରେ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତି ମିଳିବ ।

ପିଆଜ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ନିକଟରେ କେନ୍ଦ୍ର ସରକାର ବଫର ଷ୍ଟକରୁ ବିକ୍ରୟ ବୃଦ୍ଧି କରିଛନ୍ତି । କାରଣ ଖୋଲା ବଜାରରେ ପିଆଜର ମୂଲ୍ୟ କେଜି ପିଛା ୫୫ ଟଙ୍କା ରହିଛି । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ବୃଦ୍ଧି ପାଉଥିବା ଦରକୁ ହ୍ରାସ କରିବା ପାଇଁ ସମବାୟ ସମିତି ମାଧ୍ୟମରେ କିଲୋଗ୍ରାମ ପିଛା ୩୫ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି ଆରମ୍ଭ କରାଯାଇଛି। ଯେଉଁ ସହରରେ ମୂଲ୍ୟ ଅଧିକ ସେଠାରେ ପିଆଜ କମ ଦରରେ ବିକ୍ରି କରାଯିବ । ସୂଚନା ମୁତାବକ, ଏହି ସମୟରେ ଟମାଟୋ ଦର ଉପରେ ମଧ୍ୟ ସରକାର ନଜର ରଖିବା ଆରମ୍ଭ କରିଛନ୍ତି। ଉପଭୋକ୍ତା ବ୍ୟାପାର ସଚିବ ନିଧି ଖରେ ସୋମବାର ଦିନ କହିଛନ୍ତି ଯେ, ଟମାଟୋ ମୂଲ୍ୟ ଉପରେ ସରକାର ନଜର ରଖିଛନ୍ତି। ଯଦି ମୂଲ୍ୟ ବୃଦ୍ଧି ହେବାର ଦୃଷ୍ଟି ଗୋଚର ହୁଏ ତେବେ ସରକାର ଏଥିରେ ହସ୍ତକ୍ଷେପ କରିବେ। ଏଭଳି ପରିସ୍ଥିତିରେ କେନ୍ଦ୍ର ଶସ୍ତା ଦରରେ ଟମାଟୋ ବିକ୍ରି ମଧ୍ୟ ଆରମ୍ଭ କରିପାରିବ ବୋଲି ଆଶା କରାଯାଉଛି। ଗତ କିଛି ଦିନ ହେବ ଉଭୟ ଖୁଚୁରା ଏବଂ ହୋଲସେଲ ବଜାରରେ ଟମାଟୋ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇବାକୁ ଲାଗିଛି।

ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ତାମିଲନାଡୁ, ଗୁଜୁରାଟ, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରରେ ଟମାଟୋ ଉତ୍ପାଦନ ଅଧିକ ହୋଇଥାଏ । କିନ୍ତୁ କିଛି ଦିନ ପୂର୍ବରୁ ଗୁଜୁରାଟ, ମହାରାଷ୍ଟ୍ର, ଓଡ଼ିଶା ଏବଂ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ହେବା କାରଣରୁ ଟମାଟୋ ଫସଲ କ୍ଷତିଗ୍ରସ୍ତ ହୋଇଛି। ଅନେକ ସ୍ଥାନରେ ଟମାଟୋ ନଷ୍ଟ ହୋଇଥିବା ସୂଚନା ମିଳିଛି । ବନ୍ୟା କାରଣରୁ ଯାତାୟତ ପ୍ରଭାବିତ ହୋଇଥିଲା ସେହି କାରଣରୁ ଟମାଟୋ ବଜାରକୁ ଆବଶ୍ୟକିୟ ମୁତାବକ ଆସିପାରିନାହିଁ ।

ବ୍ୟବସାୟୀଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ବଜାରରେ ଟମାଟୋ ଅଭାବ ରହିଛି । ଆବଶ୍ୟକିୟ ପରିମାଣଠାରୁ ବହୁତ କମ୍ ଆମଦାନୀ ହେଉଛି । ଚାରି ସପ୍ତାହ ପୂର୍ବରୁ ଟମାଟୋର ମୂଲ୍ୟ କିଲୋଗ୍ରାମରେ ୧୦ରୁ ୧୨ଟଙ୍କା ରହିଥିଲା। ବର୍ତ୍ତମାନ ଖୁଚୁରା ବଜାରରେ ଟମାଟୋ କିଲୋଗ୍ରାମ ପିଛା ୫୦ରୁ ୭୦ ଟଙ୍କାରେ ବିକ୍ରି ହେଉଛି । ମୂଲ୍ୟ ବୃଦ୍ଧି ପଛର ମୁଖ୍ୟ କାରଣ ହେଉଛି ଅଧିକ ପ୍ରବଳ ବର୍ଷା ଏବଂ ଉତ୍ପାଦନରେ ହ୍ରାସ । ଏହା ବ୍ୟତୀତ ଅନେକ ରାଜ୍ୟରେ ବନ୍ୟା ପରିସ୍ଥିତି କାରଣରୁ ଅନେକ ଟମାଟୋ ଉତ୍ପାଦନକାରୀ ରାଜ୍ୟ ସେମାନଙ୍କ ଉତ୍ପାଦକୁ ସଠିକ୍ ସମୟରେ ବଜାରକୁ ଯୋଗାଇବାରେ ସକ୍ଷମ ନୁହଁନ୍ତି। ଏହି କାରଣରୁ ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି । ସାଧାରଣ ଲୋକଙ୍କ ବ୍ୟତୀତ ରେଷ୍ଟୁରାଣ୍ଟ ଏବଂ ହୋଟେଲ ଇଣ୍ଡଷ୍ଟ୍ରି ଗୁଡିକ ଟମାଟୋ ଆବଶ୍ୟକ କରିଥାନ୍ତି । ଟମାଟୋ ଆବଶ୍ୟକୀୟ ପରିମାଣ ସଠିକ ସମୟରେ ନପହଞ୍ଚିଲେ ଉଭୟ ଖୁଚୁରା ଏବଂ ହୋଲସେଲ ବଜାରରେ ମୂଲ୍ୟ ବୃଦ୍ଧି ହୋଇଥାଏ ।

Also Read- Earthquake: ଭୂକମ୍ପରେ ଥରିଲା ରାଜସ୍ଥାନ, ଘରୁ ପଦାକୁ ଆସିଲେ ଲୋକେ

Also Read-  Grah Gochar 2024: ମଙ୍ଗଳ-ସୂର୍ଯ୍ୟ ପ୍ରଭାବ, ଅକ୍ଟୋବର ୨୦ ଯାଏଁ ୩ ରାଶିକୁ ମିଳିବ ଧନ