ହିଂସାକାଣ୍ଡ ପରେ ଆମେରିକାରେ କର୍ଫ୍ୟୁ; ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୁ୍ଦ୍ଧରେ ଆଗତ ହେବ ମହାଭିଯୋଗ!
Advertisement

ହିଂସାକାଣ୍ଡ ପରେ ଆମେରିକାରେ କର୍ଫ୍ୟୁ; ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୁ୍ଦ୍ଧରେ ଆଗତ ହେବ ମହାଭିଯୋଗ!

ଦେଶରେ ରାଜନୈତିକ କ୍ଷମତା ହସ୍ତାନ୍ତରଣ ହେବା ପୂର୍ବରୁ ରାଜଧାନୀ ୱାଶିଂଟନ ଡିସିସ୍ଥିତ କ୍ୟାପିଟାଲ ବିଲ୍ଡିଂ ଠାରେ ହଙ୍ଗମା କରିଛନ୍ତି ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମର୍ଥକ। ଏହି ହିଂସାକାଣ୍ଡରେ ୪ ଲୋକଙ୍କ ମୃତ୍ୟୁ ହେବା ପରେ ସ୍ଥିତି ସୁଧାରିବାକୁ ସ୍ଥାନୀୟ ମେୟର କର୍ଫ୍ୟୁ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଦେଶର ରାଷ୍ଟ୍ରମୁଖ୍ୟ ଟ୍ରମ୍ପଙ

ହିଂସାକାଣ୍ଡ ପରେ ଆମେରିକାରେ କର୍ଫ୍ୟୁ; ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୁ୍ଦ୍ଧରେ ଆଗତ ହେବ ମହାଭିଯୋଗ!

ୱାଶିଂଟନ: ଦେଶରେ ରାଜନୈତିକ କ୍ଷମତା ହସ୍ତାନ୍ତରଣ ହେବା ପୂର୍ବରୁ ରାଜଧାନୀ ୱାଶିଂଟନ ଡିସିସ୍ଥିତ କ୍ୟାପିଟାଲ ବିଲ୍ଡିଂ ଠାରେ ହଙ୍ଗମା କରିଛନ୍ତି ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମର୍ଥକ। ଏହି ହିଂସାକାଣ୍ଡରେ ୪ ଲୋକଙ୍କ ମୃତ୍ୟୁ ହେବା ପରେ ସ୍ଥିତି ସୁଧାରିବାକୁ ସ୍ଥାନୀୟ ମେୟର କର୍ଫ୍ୟୁ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଦେଶର ରାଷ୍ଟ୍ରମୁଖ୍ୟ ଟ୍ରମ୍ପଙ୍କ ସୋସିଆ ମିଡିଆ ଆକାଉଣ୍ଟ ଟ୍ୱିଟର ହ୍ୟାଣ୍ଡେଲକୁକୁ ୧୨ ଘଣ୍ଟା ଏବି ଇନଷ୍ଟାଗ୍ରାମକୁ ୧୨ ଘଣ୍ଟା ଲାଗି ସସପେଣ୍ଡ କରାଯାଇଛି।        

ଏହି ହିଂସାକାଣ୍ଡ ମଧ୍ୟରେ ଫେସବୁକ ଏବଂ ୟୁଟ୍ୟୁବ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଭିଡିଓ ହଟାଇ ଦେଇଛି। ଯେଉଁଥିରେ ରାଷ୍ଟ୍ରପତି ହିଂସାକାଣ୍ଡ ଚାଲିଥିବା ସମୟରେ ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରୁଥିଲେ। ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ସସପେଣ୍ଡ ହେବା ସମ୍ପର୍କରେ ଟ୍ୱିଟର ସେଫ୍ଟି ଟିମ ପକ୍ଷରୁ କୁହାଯାଇଛି ଆପତ୍ତିଜନକ ଟ୍ୱିଟ୍ ହଟାନଗଲେ ଏହା ସବୁଦିନ ପାଇଁ ବନ୍ଦ ରହିବ। ଇନଷ୍ଟାଗ୍ରାମ ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ମଧ୍ୟ ବନ୍ଦ କରିଦେଇଛି। ଇନଷ୍ଟାଗ୍ରାମର ମୁଖ୍ୟ ଆଡାମ ମୋସେରୀ କହିଛନ୍ତି ଆମେ ରାଷ୍ଟ୍ରପତିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ୨୪ ଘଣ୍ଟା ପାଇଁ ବନ୍ଦ କରୁଛୁ।

ଆମେରିକା ରେ ଗତ ବର୍ଷ ଅନୁଷ୍ଠିତ ହୋଇଥିବା ନିର୍ବାଚନ ଫଳାଫଳ ଉପରେ ଆମେରିକୀୟ ସଂସଦର ବୈଠକ ପୂର୍ବରୁ ବ୍ୟାପକ ସଂଖ୍ୟାରେ ଡୋନାଲ୍ଡ ଟ୍ରମ୍ପ ଙ୍କ ସମର୍ଥକ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ  ହ୍ୱାଇଟ ହାଉସ ସହ  କ୍ୟାପିଟାଲ ବିଲଡିଂ ବାହାରେ ଏକାଠି ହେବାକୁ ଲାଗିଲା। ଏହା ପରେ ସେମାନେ ଆକ୍ରମଣ କରିଥିଲେ। ସେମାନଙ୍କ ସଂଖ୍ୟାଲ ଏତେ ଥିଲେ ଯେ ପୋଲିସ ସେମାନଙ୍କୁ ଅଟକାଇବା ସମ୍ଭବ ନୁହେଁ। କ୍ରୋଧିତ ସମର୍ଥକ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପାଇଁ ସ୍ଲୋଗାନ ଦେଉଥିଲେ। କ୍ୟାପିଟାଲ ବିଲଡିଂ ଠାରେ ଚାଲିଥିବା ବିତର୍କ ସମୟରେ ଟ୍ରମ୍ପ ସମର୍ଥକ ସିନେଟ ଚାମ୍ବରରେ ପହଞ୍ଚି ଉପରାଷ୍ଟ୍ରପତିଙ୍କ ବ୍ୟତୀତ ହାଉସ ବାଚସ୍ପତିଙ୍କ ଚେୟାର ଦଖଲ କରିନେଇଥିଲେ। 

Also Read: ଆମେରିକାରେ ଶୁଭିଲା ଗୃହଯୁଦ୍ଧର ପଦଧ୍ୱନୀ; ହିଂସାକାଣ୍ଡକୁ ନେଇ ମୁହାଁମୁହିଁ ଟ୍ରମ୍ପ-ବାଇଡେନ

 

କ୍ୟାପିଟାଲ ବିଲଡିଂ ଠାରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ୧୩ ଜଣଙ୍କୁ ଗିରଫ କରିଛି। ଏହା ବ୍ୟତୀତ ହିଂସାକାଣ୍ଡରେ ଜଡିତ ଅନେକ ଲୋକଙ୍କ ଠାରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି। ୱାଶିଂଟନ୍ ଡିସି ମହାନଗର ନିଗମ ପୋଲିସ କହିଛି ଉତ୍ତେଜିତ ଟ୍ରମ୍ପ ସମର୍ଥକଙ୍କ ପାଖରୁ ୫ଟି ବନ୍ଧୁକ ଜବତ କରାଯାଇଛି। ପୋଲିସ ବର୍ତ୍ତମାନ ପ୍ରଦର୍ଶନକାରୀଙ୍କ କବଳରୁ ରାଜଧାନୀ ୱାଶିଂଟନ ଡିସି ସହରକୁ ମୁକ୍ତ କରିବାରେ ନିୟୋଜିତ ଅଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି।

ଏତିକିରେ ସରିନଥିଲା ତାଣ୍ଡବ। କ୍ୟାପିଟାନ ବିଲ୍ଡିଂ ଠାରେ ଚାଲିଥିବା ବିତର୍କ ସମୟରେ ଅନେକ ଅନିୟମିତ ସମର୍ଥକ ସିନେଟ ଚାମ୍ବରରେ ପହଞ୍ଚିଥିଲେ। ଟ୍ରମ୍ପଙ୍କ ଜଣେ ସମର୍ଥକ ରିପବ୍ଲିକାନ୍ ପାର୍ଟିର ପତାକା ଧରି ସଂସଦ ଗୃହ କାର୍ଯ୍ୟାଳୟରେ ପ୍ରବେଶ କରି ଗୃହ ବାଚସ୍ପତିଙ୍କ ଚେୟାରରେ ବସିଥିଲେ। କେବଳ ଏତିକି ନୁହେଁ ଅନ୍ୟ ଜଣେ ସମର୍ଥକ ଉପରାଷ୍ଟ୍ରପତି ମାଇକ ପେନ୍ସଙ୍କ ଚେୟାରରେ ବସିଥିଲେ।

Also Read: ଆମେରିକା ରାଷ୍ଟ୍ରପତି ନିର୍ବାଚନ; ପୁନର୍ବାର ଆରମ୍ଭ ହେଲା ଭୋଟଗଣନା

 

ଆମେରିକା ସଂସଦର ଉଭୟ ଗୃହରେ ସିନେଟ ଗୁରୁବାର ଇଲେକ୍ଟୋରାଲ କଲେଜ ଭୋଟ୍ ଗଣିବା ଏବଂ ବିଡେନଙ୍କ ବିଜୟକୁ ସିଲ୍ କରିବା ପାଇଁ ବୈଠକ ଆରମ୍ଭ ହୋଇଥିଲା। ଏହି ସମୟ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ଶତାଧିକ ସମର୍ଥକ ସଂସଦ ବାହାରେ ଏକାଠି ହୋଇଥିଲେ। ନ୍ୟାସନାଲ ଗାର୍ଡ ଏବଂ ପୋଲିସ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ଲୋକ କ୍ୟାପିଟାଲ ବିଲଡିଂରେ ପ୍ରବେଶ କରି ସେଠାରେ ହଙ୍ଗମା କରିଥିଲେ। ଏହି ସମୟ ମଧ୍ୟରେ ଗୁଳିମାଡ ହେବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି। ହେଲେ କିଏ ଗୁଳି ଚଳାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

କ'ଣ ପାଇଁ ହୋଇଥିଲା ହିଂସାକାଣ୍ଡ  

ଗତ ବର୍ଷ ନଭେମ୍ବର ୩ ତାରିଖରେ ଆମେରିକୀୟ ରାଷ୍ଟ୍ରପତି ପଦ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ ୩୦୬ ଏବଂ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ୨୩୨ ଇଲେକ୍ଟୋରାଲ କଲେଜ ଭୋଟ ପାଇଥିଲେ। ଏହା ସତ୍ତ୍ୱେ ବର୍ତ୍ତମାନର ରାଷ୍ଟ୍ରପତି ଟ୍ରମ୍ପ ସାମ୍ଭାବ୍ୟ ପରାଜୟକୁ ସ୍ୱୀକାର କରିନଥିଲେ। ଏହି ନିର୍ବାଚନରେ ବ୍ୟାପକ ହେରଫେର ହୋଇଥିବା ନେଇ ଅଭିଯୋଗ କରିଥିଲେ। ଦେଶର ଅନେକ ରାଜ୍ୟରେ ତାଙ୍କ ସମର୍ଥକଙ୍କ ପକ୍ଷରୁ ଅଦାଲତରେ ମାମଲା ଦାଏର ହୋଇଥିଲା। ସେଥିମଧ୍ୟରୁ ଅଧିକାଂଶ ମାମଲାକୁ ଆମେରିକୀୟ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ଏବେ ଟ୍ରମ୍ପ ସମର୍ଥକ ଭିଆଇଥିବା ହିଂସାକାଣ୍ଡକୁ ବିଶ୍ୱବ୍ୟାପୀ ଗଣମାଧ୍ୟମର ଶିରୋନାମା ପାଲଟିଛି।  

Also Read: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କିଏ କରିବ ବାଜିମାତ? ଭବିଷ୍ୟବକ୍ତା ଲିଚମ୍ୟାନ କହିଲେ...

 

ରାଷ୍ଟ୍ରପତିଙ୍କ ସମର୍ଥକଙ୍କ ପକ୍ଷରୁ ହୋଇଥିବା ହିଂସାକାଣ୍ଡର ପ୍ରଭାବ ଏବେ ଦେଶର ରାଜନୀତିରେ ଅନୁଭୂତ ହୋଇଛି। ଗୁରବାର ଟ୍ରମ୍ପ ପ୍ରଶାସନ ସହ ଜଡିକ କେତେତ କେତେକ ମୁଖ୍ୟ ଲୋକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହି ଘଟଣା ପରେ ହ୍ୱାଇଟ ହାଉସ ଡେପୁଟି ପ୍ରେସ ସଚିବ ସାରା ମାଥ୍ୟୁସ ଏବଂ ଫାଷ୍ଟ ଆମେରିକାନ ଲେଡି ମେଲାନିଆ ଟ୍ରମ୍ପଙ୍କ ଷ୍ଟାଫ୍ ଷ୍ଟିଫାନି ଗ୍ରିଶାନ୍ ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି।

Also Read: ଚୀନ ଦେଲା ଝଟକା; ବିଡେନଙ୍କୁ ଆମେରିକା ରାଷ୍ଟ୍ରପତି ସ୍ୱୀକାର କରିବାକୁ କରିଦେଲା ମନା

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବାଜିମାତ କରିଥିବା ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ ଚଳିତ ବର୍ଷ ଜାନୁଆରୀ ୨୦ ତାରିଖରେ ଶପଥ ଗ୍ରହଣ କରିବେ। ହେଲେ ବର୍ତ୍ତମାନର ରାଷ୍ଟ୍ରପଟି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବାକୁ ପ୍ରାୟ ୨ ସପ୍ତାହ ବାକି ଅଛି। ଏହି ସମୟ ମଧ୍ୟରେ ତାଙ୍କୁ ତୁରନ୍ତ ଗାଦିରୁ ହଟାଇବାକୁ ଚେଷ୍ଟା ଚାଲିଛି। ବିରୋଧି ଡେମୋକ୍ରାଟିକ ପାର୍ଟିର ଅଧିକାଂଶ ସିନେଟର ବର୍ତ୍ତମାନର ରାଷ୍ଟ୍ରମୁଖ୍ୟଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଯୋଜନା କରୁଛନ୍ତି।