କ୍ୟାପିଟାଲ ବିଲ୍ଡିଂ ହିଂସାକାଣ୍ଡ: କ୍ଷତି ସହିଥିବା ଆମେରିକାର ମଜାକ ଉଡାଇଲା ଚତୁର ଡ୍ରାଗନ
Advertisement
Article Detail0/zeeodisha/odisha823580

କ୍ୟାପିଟାଲ ବିଲ୍ଡିଂ ହିଂସାକାଣ୍ଡ: କ୍ଷତି ସହିଥିବା ଆମେରିକାର ମଜାକ ଉଡାଇଲା ଚତୁର ଡ୍ରାଗନ

ରାଜଧାନୀ ଁୱାଶିଂଟନସ୍ଥିତ କ୍ୟାପିଟାଲ ବିଲ୍ଡିଂ ଠାରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଆମେରିକାର ମଜାକ ଉଡାଉଛି ପ୍ରତିଦ୍ୱନ୍ଦ୍ୱୀ ଚୀନ।  

 କ୍ୟାପିଟାଲ ବିଲ୍ଡିଂ ହିଂସାକାଣ୍ଡ: କ୍ଷତି ସହିଥିବା ଆମେରିକାର ମଜାକ ଉଡାଇଲା ଚତୁର ଡ୍ରାଗନ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଗଣତନ୍ତ୍ର ଯୁକ୍ତରାଷ୍ଟ୍ର ଆମେରିକାର ରାଜସ୍ଥାନୀ ୱାଶିଂଟନ ଠାରେ ହୋଇଥିବା ହିଂସାକାଣ୍ଡ ଘଟଣା ଏବେ ସମଗ୍ର ବିଶ୍ୱର ଗଣମାଧ୍ୟମରେ ମୁଖ୍ୟ ଖବର ପାଲଟିଛି। ଏ ପ୍ରସଙ୍ଗ ସମ୍ପର୍କିତ ଖବର  ବିଶ୍ୱବ୍ୟାପୀ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଅନେକ ଦେଶର ରାଷ୍ଟ୍ରମୁଖ୍ୟ ଏ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି। 

ଯେଉଁଥିରେ ସାମିଲ ଅଛି ଆମେରିକାର ଅନ୍ୟତମ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଚୀନ। ବିଶ୍ୱ ମହମାରୀ କୋରାନା ମାମଲାରେ ବିଭିନ୍ନ ପାଶ୍ଚାତ୍ୟ ଦେଶର ମଜାକ ଉଡାଉଥିବା ଚୀନ ଏବେ ୟୁଏସଏ କ୍ୟାପିଟାଲ ବିଲ୍ଡିଂ ହିଂସାକାଣ୍ଡ ଘଟଣାରେ ଏପରି କାର୍ଯ୍ୟକୁ ପୁନର୍ବାର ଦୋହାରାଇଛି। ସାମ୍ପ୍ରତିକ ଘଟଣାରେ ଆମେରିକାକୁ ଉପହାସ କରିବା ପଛେଇନାହିଁ ଚୀନ। 

Also Read: ଚାଲୁଣୀ କହୁଛି ଛୁଞ୍ଚିକୁ

ୱାଶିଂଟନ ଡିସି ହିଂସାକାଣ୍ଡ ଘଟଣା ପରେ ଗତବର୍ଷ ନଭେମ୍ବରରେ ହୋଇଥିବା ନିର୍ବାଚନରେ ନିଜର ପରାଜୟ ସ୍ୱୀକାର କରିବାକୁ ପ୍ରସ୍ତୁତ ନଥିବା ବର୍ତ୍ତମାନର ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଶେଷରେ କ୍ଷମତା ହସ୍ତାନ୍ତର କରିବାକୁ ରାଜି ହୋଇଛନ୍ତି। ଏହି ନିର୍ବଚନ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ମୁଁ ଏଥିରେ ସମ୍ପୂର୍ଣ୍ଣ ସହମତ ନୁହେଁ। ଆସନ୍ତା ୨୦ ତାରିଖରେ ପ୍ରତିଦ୍ୱନ୍ଦ୍ୱୀ ତଥା ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେଙ୍କୁ କ୍ଷମତା ହସ୍ତାନ୍ତର କରିବି।  

Also Read: 'ନିର୍ବାଚନ ପୂର୍ବରୁ ଚୀନ ଉପରେ ଆକ୍ରମଣ କରିପାରେ ଆମେରିକା'

 

ଆମେରିକାରେ ହୋଇଥିବା ଏପରି ହିଂସାକାଣ୍ଡ ଘଟଣା ଉପରେ ସହଯୋଗୀ ସହ ପ୍ରତିଦ୍ୱନ୍ଦ୍ୱୀ ଦେଶଙ୍କ ନଜର ରହିଛି। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି, “ୱାଶିଂଟନ୍ ଡିସି ଠାରେ ହୋଇଥିବା ଦଙ୍ଗା ହିଂସାକାଣ୍ଡ ଖବର ଶୁଣିବା ପରେ ମୁଁ ବହୁତ ବ୍ୟଥିତ। ଶାନ୍ତିପୂର୍ଣ୍ଣ ଭାବେ କ୍ଷମତାର ହସ୍ତାନ୍ତରଣ ହେବ ଆବଶ୍ୟକ। ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବେଆଇନ ବିରୋଧ ପ୍ରଦର୍ଶନ ମାଧ୍ୟମରେ ବିକୃତ ହେବାକୁ ଦିଆଯିବ ନାହିଁ।  

 

ଅନ୍ୟପଟେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆମେରିକାରେ ହୋଇଥିବା ଏପର ହିଂସାତ୍ମକ କାର୍ଯ୍ୟକୁ ନିନ୍ଦା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, "ଆମେରିକା ସଂସଦରେ ଅପମାନଜନକ ଦୃଶ୍ୟ। ଆମେରିକା ସମଗ୍ର ବିଶ୍ୱରେ ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଉଦାହରଣ। ଗଣତାନ୍ତ୍ରିକ ବ୍ୟବସ୍ଥାରେ କ୍ଷମତା ହସ୍ତାନ୍ତର ଏକ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ଭାବେ କରାଯିବା ଆବଶ୍ୟକ। " ସେହିପରି ବ୍ରିଟିଶ ବିଦେଶ ମନ୍ତ୍ରୀ ଡୋମିନିକ୍ ରାଏବ କହିଛନ୍ତି କ୍ଷମତାର ଆଇନଗତ ତଥା ଉପଯୁକ୍ତ ହସ୍ତାନ୍ତର ବନ୍ଦ କରିବାକୁ ଏହି ହିଂସାତ୍ମକ ପ୍ରୟାସରେ କୌଣସି ଲାଭ ହୋଇପାରିବ ନାହିଁ। 

Also Read: ଚୀନ ଦେଲା ଝଟକା; ବିଡେନଙ୍କୁ ଆମେରିକା ରାଷ୍ଟ୍ରପତି ସ୍ୱୀକାର କରିବାକୁ କରିଦେଲା ମନା

ସହଯୋଗୀ ଭାରତ-ବ୍ରିଟେନ ଏପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରି ସାରିଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀ ଚୀନ ଦେଶର ରାଷ୍ଟ୍ରୀୟ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ମାଧ୍ୟମରେ ଆମେରିକାକୁ ଅଟ୍ଟହାସ୍ୟ କରିଛି। ପ୍ରପମେ  ଏହି ଦେଶରେ ଅବସ୍ଥିତ ବିଶ୍ୱ ଐତିହ୍ୟ ଷ୍ଟାଚ୍ୟୁ ଅଫ ଲିବର୍ଟିର ମଜାକ ଉଡାଇଛି। ଏହା ସହିତ ହାଉସ ସ୍ପିକର ବାଚସ୍ପତି ନାନସୀ ପେଲୋସିଙ୍କୁ ସମାଲୋଚନା କରିଛି। ହଂକଂ ଠାରେ ହୋଇଥିବା ପ୍ରଦର୍ଶନ ପ୍ରସଙ୍ଗରେ ଚୀନକୁ ଘେରିଥିଲେ ସେ। ବର୍ତ୍ତମାନ ଗ୍ଲୋବାଲ ଟାଇମ୍ସ ଆମେରିକୀୟ ନେତାଙ୍କ ପୁରୁଣା ବିବୃତ୍ତି ଉପରେ ତାଙ୍କୁ ଟାର୍ଗେଟ କରିଛି।