ସଲମାନ ରୁଶଦୀଙ୍କୁ ଛୁରୀ ମାରିଥିବା ବ୍ୟକ୍ତି ଜଣକ କିଏ, ଜାଣନ୍ତୁ ଏହି ଆକ୍ରମଣ ପଛରେ କ’ଣ ଥିଲା ଉଦ୍ଦେଶ୍ୟ?
Advertisement

ସଲମାନ ରୁଶଦୀଙ୍କୁ ଛୁରୀ ମାରିଥିବା ବ୍ୟକ୍ତି ଜଣକ କିଏ, ଜାଣନ୍ତୁ ଏହି ଆକ୍ରମଣ ପଛରେ କ’ଣ ଥିଲା ଉଦ୍ଦେଶ୍ୟ?

Salman Rushdie Attacked: ନ୍ୟୁୟର୍କର ଚୌଟକ୍ୱା ଇନଷ୍ଟିଚ୍ୟୁଟର ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାକୁ ଯାଉଥିବା ବେଳେ ଇଂରାଜୀ ଭାଷା ପ୍ରସିଦ୍ଧ ଲେଖକ ସଲମାନ ରୁଶଦୀଙ୍କୁ ଶୁକ୍ରବାର ଦିନ ଆକ୍ରମଣ କରାଯାଇଥିଲା ।

ସାଙ୍କେତିକ ଫଟୋ

Salman Rushdie Attacked: ବିଶ୍ୱର ପ୍ରସିଦ୍ଧ ଲେଖକ ସଲମାନ ରୁଶଦୀ (Salman Rushdie) ନ୍ୟୁୟର୍କରେ (New York) ସାଂଘାତିକ ଆକ୍ରମଣ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରୁଶଦୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ଅନୁଯାୟୀ ରୁଶଦୀଙ୍କ ଦେହରେ ଅନେକ ଥର ଛୁରୀରେ ଆକ୍ରମଣ କରଯାଇଥିବା ଚିହ୍ନ ଦେଖିବାକୁ ମିଳିଛି । ଆକ୍ରମଣ ପରେ ରୁଶଦୀ ରକ୍ତରେ ଜୁଡୁବୁଡୁ ହୋଇଥିଲେ । ତାଙ୍କୁ ବର୍ତ୍ତମାନ ଭେଣ୍ଟିଲେଟରରେ ରଖାଯାଇଛି । ସୂଚନାନୁସାରେ, ତାଙ୍କର ଲିଭର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ନ୍ୟୁୟର୍କ ପୋଲିସ (New York police) ଏହି ଆକ୍ରମଣକାରୀ ୨୪ ବର୍ଷୀୟ ହାଦି ମାତାର (Hadi Matar) ବୋଲି ଚିହ୍ନଟ କରିଛି ।

ନ୍ୟୁୟର୍କର ଚୌଟକ୍ୱା ଇନଷ୍ଟିଚ୍ୟୁଟର ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାକୁ ଯାଉଥିବା ବେଳେ ଇଂରାଜୀ ଭାଷା ପ୍ରସିଦ୍ଧ ଲେଖକ ସଲମାନ ରୁଶଦୀଙ୍କୁ ଶୁକ୍ରବାର ଦିନ ଆକ୍ରମଣ କରାଯାଇଥିଲା ।

ସଲମାନ ରୁଶଦୀଙ୍କୁ କିଏ ଛୁରାମାଡ଼ କରିଥିବା ବ୍ୟକ୍ତି କିଏ?
ଲେଖକ ସଲମାନ ରୁଶଦୀଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ନ୍ୟୁ ଜର୍ସିର ବାସିନ୍ଦା ବୋଲି କୁହାଯାଉଛି । ରୁଶଦୀ ନ୍ୟୁୟର୍କର ଏକ ଇଭେଣ୍ଟରେ ଏକ ବକ୍ତୃତା ଦେବାକୁ ଯାଉଥିଲେ ।
ଏହି ସମୟରେ ଜଣେ ବ୍ୟକ୍ତି ମଞ୍ଚ ଉପରକୁ ଚଢ଼ି ଲେଖକଙ୍କୁ ମୁଥା ମାରିଥିଲେ ଓ ଛୁରୀରେ ଆକ୍ରମଣ କରିଥିଲେ । ଆକ୍ରମଣକାରୀଙ୍କୁ ହାଦି ମାତାର ବୋଲି ପୋଲିସ ଚିହ୍ନଟ କରିଛି । ସେ ୨୪ବର୍ଷୀୟ ବୋଲି କୁହାଯାଉଛି । ଲେଖକ ସଲମାନ ରୁଶଦୀଙ୍କୁ ଛୁରାମାଡ଼ କରିବାର କିଛି ମିନିଟ ପରେ ପୋଲିସ ଏହି ୨୪ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି ।

ଆଇନ ଶୃଙ୍ଖଳା ଅଧିକାରୀମାନେ ଆକ୍ରମଣକାରୀ ହାଦି ମାତାରଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପ୍ରାଥମିକ ଯାଞ୍ଚ କରିଛନ୍ତି । ଏନବିସି ନ୍ୟୁଜ୍ ଦ୍ୱାରା ଉଦ୍ଧୃତ ଆଇନ ଶୃଙ୍ଖଳା ଅଧିକାରୀ ଶିୟା ଉଗ୍ରବାଦ ଓ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ପ୍ରତି ତାଙ୍କର ସହାନୁଭୂତି ବିଷୟରେ ଜାଣିଥିଲେ । ତେବେ ମତର ଓ ଆଇଆରଜିସି ମଧ୍ୟରେ କୌଣସି ପ୍ରତ୍ୟକ୍ଷ ସଂଯୋଗ ନାହିଁ ବୋଲି କୁହାଯାଉଛି ।

ଏନବିସି ନ୍ୟୁଜ୍ ଅନୁଯାୟୀ, ଆଇନ ଶୃଙ୍ଖଳା ଅଧିକାରୀମାନେ ମତର ସହ ଜଡିତ ଏକ ମୋବାଇଲ୍ ଫୋନ୍ ମେସେଜିଂ ଆପରେ ନିହତ କମାଣ୍ଡର କାସେମ ସୋଲେମାନି ଓ ଇରାନ ଶାସକଙ୍କ ପ୍ରତି ସହାନୁଭୂତି ଦେଖାଇଥିବାର ଫଟୋ ପାଇଥିଲେ । ସୋଲେମାନି ଇରାନର ଜଣେ ବରିଷ୍ଠ ସୈନିକ ଯିଏ ଇସଲାମିକ ବିପ୍ଳବୀ ଗାର୍ଡ କର୍ପସରେ କାର୍ଯ୍ୟ କରିଥିଲେ । ୨୦୨୦ ମସିହାରେ ତାଙ୍କୁ ହତ୍ୟା କରାଯାଇଥିଲା ।

ଆକ୍ରମଣର ଉଦ୍ଦେଶ୍ୟ କ’ଣ ଥିଲା?
ସଲମାନ ରୁଶଦୀଙ୍କ ଉପରେ ହୋଇଥିବା ଆକ୍ରମଣରେ ବ୍ୟବହୃତ ଅସ୍ତ୍ର ସମ୍ପର୍କରେ ନ୍ୟୁୟର୍କ ପୋଲିସ ସୂଚନା ଦେଇନାହିଁ । ଏହି ଆକ୍ରମଣ ପଛରେ କ’ଣ ଉଦ୍ଦେଶ୍ୟ ରହିଛି ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ନ୍ୟୁୟର୍କ ରାଜ୍ୟ ପୋଲିସର ମେଜର ଇଉଜିନ୍ ଷ୍ଟାନିଜେଉସ୍କି କହିଛନ୍ତି ଯେ ଆମେ ଏଫବିଆଇ, ସରିଫ୍ କାର୍ଯ୍ୟାଳୟ ସହ କାର୍ଯ୍ୟ କରୁଛୁ ଓ ଏହି ଆକ୍ରମଣର କାରଣ କ’ଣ ଏବଂ ଉଦ୍ଦେଶ୍ୟ କ’ଣ ତାହା ଆମେ ଶୀଘ୍ର ଖୋଜି ବାହାର କରିବୁ।

ଏହା ବି ପଢ଼ନ୍ତୁ: Asia Cup 2022: ଭାରତ-ପାକିସ୍ଥାନ ମ୍ୟାଚରେ କେଉଁ ଦଳ ଜିତିବ? ପଣ୍ଟିଂ କଲେ ବଡ ଭବିଷ୍ୟବାଣୀ

ଏହା ବି ପଢ଼ନ୍ତୁ: ଆସାମକୁ ଯିବାକୁ ଚାହୁଁଥିଲେ ଆମୀର ଖାନ, ମନାକଲେ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା; ଜାଣନ୍ତୁ କାରଣ