• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ଅମ୍ଫାନ

ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ 'ଅମ୍ଫାନ'

ସନ୍ଧ୍ୟାରେ 'ଅମ୍ଫାନ' ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି ଆଇଏମଡି |

Published: May 20, 2020, 01:39 PM IST|Updated: May 20, 2020, 01:39 PM IST
joinshare
ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ 'ଅମ୍ଫାନ'

Trending

  • News
  • Photos
  • Videos
Top 10 News: ଆଜିଠୁ ମୌସୁମୀ ଅଧିବେଶନ, ଶ୍ରୀକ୍ଷେତ୍ରରେ ପବିତ୍ର ହେରା ପଞ୍ଚମୀ ଓ ଅନ୍ୟ ଖବର

Top 10 News: ଆଜିଠୁ ମୌସୁମୀ ଅଧିବେଶନ, ଶ୍ରୀକ୍ଷେତ୍ରରେ ପବିତ୍ର ହେରା ପଞ୍ଚମୀ ଓ ଅନ୍ୟ ଖବର

top 10 news today40 min ago
2

Parliament Session: ଆଜିଠୁ ସଂସଦର ମୌସୁମୀ ଅଧିବେଶନ; ଅଗଷ୍ଟ ୧୩ ଯାଏଁ ଚାଲିବ

Odia News2 hrs ago
3

Accident News: କୁସୁନପୁରଠାରେ ୨ଟି ଟ୍ରକ୍‌ ଧକ୍କା, ୩ଜଣଙ୍କର ମୃତ୍ୟୁ

Accident News2 hrs ago
4

FIFA Golden Boot: ଫାଇନାଲରେ ମେସି ଗୋଲ ଦେଇ ନଥିଲେ, ଏମବାପ୍ ପୁଣି ଜିତିଲେ ଗୋଲ୍ଡେନ୍ ବୁଟ୍

fifa final 20263 hrs ago
5

FIFA Final: ଦ୍ୱିତୀୟ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେଲା ସ୍ପେନ୍

fifa final 20263 hrs ago

ନୂଆଦିଲ୍ଲୀ: ମେ ୨୦ ତାରିଖ ବୁଧବାର ବାଲାଂଦେଶ-ପଶ୍ଚିମବଙ୍ଗ ସୀମାନ୍ତ ସୁନ୍ଦରବନ ଅଞ୍ଚଳରେ ସ୍ଥଳଭାଗ ଛୁଇଁବ ଭୟଙ୍କର ସାମୁଦ୍ରିକ ଝଡରୁ ମହାବାତ୍ୟାରେ ପରିଣତ ହୋଇଥିବା 'ଅମ୍ଫାନ' | ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି | ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରର ୧୯.୪୫ ଡିଗ୍ରୀ ଅକ୍ଷାଂଶ ୮୭.୫୨ ପୂର୍ବ ଦ୍ରାଘିମା ମଧ୍ୟରେ ରହିଛି ଏହି ମହାବାତ୍ୟାର ଅବସ୍ଥିତି | ପବନର ବେଗ ଉତ୍ତର-ଉତ୍ତରପଶ୍ଚିମ ବଙ୍ଗୋପ ସାଗରରେ ୨୦୦ କିମି ରହିଛି | ଓଡିଶାର କେତେକ ସ୍ଥାନରେ ଏହାର ପ୍ରାକ୍ ପ୍ରଭାବ ଅନୁଭୂତ ହୋଇଛି | 

ଆଇଏମଡି ପକ୍ଷରୁ ଏନେଇ ମହାବାତ୍ୟାରେ ପ୍ରଭାବିତ ହେବାକୁ ଥିବା ସାମ୍ଭାବ୍ୟ ଅଞ୍ଚଳରେ ଦୋକାନ ବଜାର ବନ୍ଦ କରିବାକୁ ଜଣାଇ ଦିଆଯାଇଛି | ଏହା ସହିତ ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ ପ୍ରତିବନ୍ଧକ ଲଗାଇବାକୁ କୁହାଯାଇଛି | ଏହା ସହିତ ବିଭିନ୍ନ ସ୍ଥାନରେ ରେଳ ଏବଂ ସଡକ ସଂଯୋଗ ବ୍ୟାହତ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି | 'ଅମ୍ଫାନ' ମହାବାତ୍ୟାର ମୁକାବିଲା ଲାଗି ପ୍ରସ୍ତୁତ ରହିଛନ୍ତି ଉଭୟ ପଶ୍ଚିମବଙ୍ଗ ଏବଂ ଓଡିଶା ସରକାର |

ଏହାକୁ ଦୃଷ୍ଟିରେ ରଖି ସାମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ରିଲିଫ କ୍ୟାମ୍ପକୁ ପଠାଇ ଦିଆଯାଇଛି | ବର୍ତ୍ତମାନ ସମୟରେ ସାମ୍ପ୍ରତିକ କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏପରି ସ୍ଥାନରେ ନିୟୋଜିତ ହୋଇଥିବା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀର କର୍ମଚାରୀଙ୍କ ସମେତ ଲୋକଙ୍କୁ ମାସ୍କ ଏବଂ ପିପିଇ କିଟ ବଣ୍ଟନ କରାଯାଇଛି |     

 

Add Zee News as a Preferred Source
TAGS:
amphan
Cyclonic storm
Super Cyclone