ବ୍ରହ୍ମବରଦା ସିଲ୍‌, ଚିହ୍ନଟ ହୋଇଥିଲେ କୋରୋନା ଆକ୍ରାନ୍ତ
Advertisement
Article Detail0/zeeodisha/odisha663106

ବ୍ରହ୍ମବରଦା ସିଲ୍‌, ଚିହ୍ନଟ ହୋଇଥିଲେ କୋରୋନା ଆକ୍ରାନ୍ତ

ଓଡ଼ିଶାରେ ଚିହ୍ନଟ ହୋଇଥିବା ୨୦ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ନିଜାମୁଦ୍ଦିନ ଫେରନ୍ତା ।

ପ୍ରତୀକାତ୍ମକ ଫଟୋ

ଯାଜପୁର: କୋରୋନା ପୋଜିଟିଭ ଚିହ୍ନଟ ହେବା ପରେ  ଯାଜପୁର ବ୍ରହ୍ମବରଦା ଅଞ୍ଚଳକୁ ସିଲ କରାଯାଇଛି । ଏହି ସ୍ଥାନରୁ ହିଁ ଗତକାଲି ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବ୍ରହ୍ମବରଦାର ୩ କିଲୋମିଟର ପରିଧି ମଧ୍ୟରେ ସମସ୍ତ ପ୍ରକାର ଚଳାଚଳ ବନ୍ଦ ହୋଇଛି । ତେବେ ଏହି ସ୍ଥାନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟ ନିଜାମୁଦ୍ଦିନ ଫେରନ୍ତା ବୋଲି ସ୍ପଷ୍ଟ ହୋଇଛି । ତେବେ ସମ୍ପୃକ୍ତ ଆକ୍ରାନ୍ତ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ ଚିହ୍ନଟ ପାଇଁ ମଧ୍ୟ ଉଦ୍ୟମ ଜାରିରହିଛି । 

ଓଡ଼ିଶାରେ ଚିହ୍ନଟ ହୋଇଥିବା ୨୦ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ନିଜାମୁଦ୍ଦିନ ଫେରନ୍ତା । ଏପର୍ଯ୍ୟନ୍ତ ୨୮ ଜଣ ନିଜାମୁଦ୍ଦିନ ଧର୍ମସଭାକୁ ଯାଇଥିବା ଲୋକଙ୍କୁ ଚିହ୍ନଟ କରିଛନ୍ତି ରାଜ୍ୟ ସରକାର । ଏମାନଙ୍କ ମଧ୍ୟର ୨୫ ଜଣଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଥିବା ବେଳେ ୩ ଜଣଙ୍କ ପୋଜିଟିଭ ଆସିଛି । ତେବେ ରାଜ୍ୟରୁ ସମୁଦାୟ କେତେଜଣ ନିଜାମୁଦ୍ଦିନ ଧର୍ମସଭାକୁ ଯାଇଥିଲେ, ସେନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ । ତେଣୁ ନିଜ ଆଡ଼ୁ ସମ୍ପୃକ୍ତ ବ୍ୟକ୍ତିମାନେ ସାମ୍ନାକୁ ଆସିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁରୋଧ କରିଛି । 

ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇଛି । ନିଜାମୁଦ୍ଦିନରୁ ଫେରିଥିବା ୨୮ ଜଣ ବ୍ୟକ୍ତିଙ୍କ କୋରୋନା ପରୀକ୍ଷା ହୋଇଥିବା ଏଥିରେ କୁହାଯାଇଛି । ତେବେ ଗତକାଲି ଚିହ୍ନଟ ହୋଇଥିବା ୧୫ ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣଙ୍କ ନିଜାମୁଦ୍ଦିନ ଲିଙ୍କ ରହିଛି । ଏମାନଙ୍କ ମଧ୍ୟରେ କଟକ, ପୁରା ଓ ଯାଜପୁରର ଜଣେ ଲେଖାଁଏ ବ୍ୟକ୍ତି ଅଛନ୍ତି ।