Advertisement
Article Detail0/zeeodisha/odisha691804
Zee OdishaOther Newsକେଜରିଓ୍ୱାଲଙ୍କୁ ବିଜେପି ସାଂସଦଙ୍କ ସମାଲୋଚନା

କେଜରିଓ୍ୱାଲଙ୍କୁ ବିଜେପି ସାଂସଦଙ୍କ ସମାଲୋଚନା

ଦେଶରେ କୋରୋନା ସଂକଟ ଜାରି ରହିଥିବା ବେଳେ ବିଜେପି ଓ ଆମ ଆଦମୀ ପାର୍ଟୀ ମଧ୍ୟରେ ତୁତୁ ମେମେ ଜାରି ରହିଛି. ବିଜେପି ସାଂସଦ ପରଭେଶ ସାହିବ ସିଂହ ବର୍ମା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି. ପରଭେଶ କହିଛନ୍ତି କି 'କ' ରେ କୋରୋନା ଆଉ 'କ' ରେ କେଜରିଓ୍ୱାଲ.

କେଜରିଓ୍ୱାଲଙ୍କୁ ବିଜେପି ସାଂସଦଙ୍କ ସମାଲୋଚନା

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକଟ ଜାରି ରହିଥିବା ବେଳେ ବିଜେପି ଓ ଆମ ଆଦମୀ ପାର୍ଟୀ ମଧ୍ୟରେ ତୁତୁ ମେମେ ଜାରି ରହିଛି। ବିଜେପି ସାଂସଦ ପରଭେଶ ସାହିବ ସିଂହ ବର୍ମା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ପରଭେଶ କହିଛନ୍ତି କି 'କ' ରେ କୋରୋନା ଆଉ 'କ' ରେ କେଜରିଓ୍ୱାଲ। ଏଭଳି କିଛି ଲେଖି ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ ସେୟାର କରିଛନ୍ତି। 

ଏହା ପୂର୍ବରୁ ମଧ୍ୟ ବିଜେପି ସାଂସଦ କେଜରିଓ୍ୱାଲଙ୍କୁ ଟାର୍ଗେଟ କରିଥିଲେ। କେଜରିଓ୍ୱାଲ ସରକାର କର୍ମଚାରୀଙ୍କୁ ଦରମା ଦେବା ନେଇ ଯେଉଁ ସହାୟତା ମାଗିଥିଲେ, ତହାକୁ ନେଇ ମଧ୍ୟ ପରଭେଶ ସମାଲୋଚନା କରିଥିଲେ। ତେବେ ସେ ଯାହା ବି ହେଉ, ପରଭେଶଙ୍କ ଏହି ଟ୍ୱିଟର ଜବାବ କଡ଼ା ଭାଷାରେ ଦେଇଛନ୍ତି କେଜରିଓ୍ୱାଲଙ୍କ ପ୍ରଶଂସକ। 

ଜଣେ ପ୍ରଶଂସକ ଲେଖିଛନ୍ତି କି, 'ଭ' ରେ ଭ୍ରଷ୍ଟାଚାର 'ଭ' ରେ ଭାଜପା। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି କି, 'ପ' ରେ ପିଶାଚ, 'ପ' ରେ ପରଭେଶ। ଆଉ ଜଣେ ଲେଖିଛନ୍ତି କି 'ପ' ରେ ପାଗଳ, 'ପ' ରେ ପରଭେଶ। ଏଭଳି ଅନେକ ଟ୍ୱିଟର ୟୁଜର କଡ଼ା ଭାଷାରେ ପରଭେଶଙ୍କୁ ସମାଲୋଚନା କରିଥିବା ଦେଖିବାକୁ ମିଳିଛି। 

Add Zee News as a Preferred Source
About the Author