ଗତ ବର୍ଷ ପ୍ରଧାନମନ୍ତ୍ରୀଙ୍କ ଉଡାଣ ଖର୍ଚ୍ଚ ଥିଲା ୮୦ କୋଟି
Advertisement

ଗତ ବର୍ଷ ପ୍ରଧାନମନ୍ତ୍ରୀଙ୍କ ଉଡାଣ ଖର୍ଚ୍ଚ ଥିଲା ୮୦ କୋଟି

ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀଙ୍କ ବିଦେଶ ଉଡାଣ ଖର୍ଚ୍ଚର ହିସାବ । ଗୁରୁବାର ରାଜ୍ୟସଭାରେ କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ୍ ଲିଖିତ ଉତ୍ତରରେ ଏହାର ହିସାବ ଦେଇଥିଲେ । ଗତ ୨୦୧୮-୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଉଡାଣ ବାବଦକୁ ପାଖାପାଖି ୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀଙ୍କ ବିଦେଶ ଉଡାଣ ଖର୍ଚ୍ଚର ହିସାବ । ଗୁରୁବାର ରାଜ୍ୟସଭାରେ କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ୍ ଲିଖିତ ଉତ୍ତରରେ ଏହାର ହିସାବ ଦେଇଥିଲେ । ଗତ ୨୦୧୮-୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଉଡାଣ ବାବଦକୁ ପାଖାପାଖି ୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି । 

fallback

ମନ୍ତ୍ରୀଙ୍କ ଲିଖିତ ଉତ୍ତର ଅନୁଯାୟୀ, ଗତ ୩ ବର୍ଷରେ ମୋଦିଙ୍କ ବିଦେଶ ଉଡାଣରେ ଚାର୍ଟାର୍ଡ ବିମାନ ବାବଦକୁ ୨୫୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ୨୦୧୬-୧୭ରେ ୭୬।୨୭ କୋଟି, ୨୦୧୭-୧୮ରେ ଏହାର ପରିମାଣ ୯୯।୩୨ କୋଟି ଏବଂ ୨୦୧୮-୧୯ରେ ଉଡ଼ାଣ ବାବଦକୁ ଖର୍ଚ୍ଚ ୭୯।୯୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି । 

ତେବେ ୨୦୧୯-୨୦ ଆର୍ଥିକ ବର୍ଷର ତଥ୍ୟ ଏପର୍ଯ୍ୟନ୍ତ ଆସିନାହିଁ । 

ଆହୁରି ପଢନ୍ତୁ; ଆଜି ଫୈସଲା !