ଯାଜପୁରର ଗୋଟିଏ ପଞ୍ଚାୟତରେ ୨୧ କୋରୋନା ଆକ୍ରାନ୍ତ ନେଇ ସମୀକ୍ଷା କଲା ଆରଆରଟି
Advertisement
Article Detail0/zeeodisha/odisha675163

ଯାଜପୁରର ଗୋଟିଏ ପଞ୍ଚାୟତରେ ୨୧ କୋରୋନା ଆକ୍ରାନ୍ତ ନେଇ ସମୀକ୍ଷା କଲା ଆରଆରଟି

ଯାଜପୁରରେ ଏପର୍ଯ୍ୟନ୍ତ ୩୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାର ଅର୍ଦ୍ଧାଧିକ କଟିକଟା ପଞ୍ଚାୟତର ।

ପ୍ରତୀକାତ୍ମକ ଫଟୋ

ଯାଜପୁର: ଦଶରଥପୁରର କଟିକଟା ପଞ୍ଚାୟତ । ଏବେ ପୁରା ରାଜ୍ୟର ନଜର ଏ ପଞ୍ଚାୟତ ଉପରେ । ଆଉ ଏହାର କାରଣ ହେଉଛି, କେବଳ ଏହି ପଞ୍ଚାୟତରୁ ୨୧ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏମାନଙ୍କ ମଧ୍ୟରେ ବୟସ୍କ, ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । ଯାଜପୁରରେ ଏପର୍ଯ୍ୟନ୍ତ ୩୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାର ଅର୍ଦ୍ଧାଧିକ କଟିକଟା ପଞ୍ଚାୟତର । କେମିତି ଗୋଟିଏ ପଞ୍ଚାୟତର ଏତେ ସଂଖ୍ୟକ ବ୍ୟକ୍ତି କୋରୋନା ଆକ୍ରାନ୍ତ ହେଲେ ? କ'ଣ ରହିଛି ପ୍ରକୃତ କାରଣ ? ଏହାର ସମୀକ୍ଷା ପାଇଁ ଯାଜପୁରର ପହଞ୍ଚିଛନ୍ତି ରାପିଡ୍ ରେସପନ୍ସ ଟିମ୍ । ସେପଟେ କଲିକତା ଫେରନ୍ତାଙ୍କୁ କ୍ୱାରେଣ୍ଟାଇନରେ ରହିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଅନ୍ୟପଟେ ପଞ୍ଚାୟତ ଦାୟିତ୍ୱରେ ଥିବା ସରପଞ୍ଚ ଓ ସରକାରୀ ଅଧିକାରୀଙ୍କୁ ଏଭଳି ସ୍ଥିତି ପାଇଁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକ । 

ଯାଜପୁର ଜିଲ୍ଲାର ଏଭଳି ସ୍ଥିତି ଦେଖି ଏହାକୁ ରେଡ ଜୋନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜି କୋରୋନା ସ୍ଥିତି ଉପରେ ସମୀକ୍ଷା କରିବା ପାଇଁ ରାପିଡ ରେସପନ୍ସ ଟିମ(ଆରଆରଟି) ଏବଂ ଷ୍ଟେଟ୍ ସର୍ଭିଲାନ୍ସ ଟିମ୍ ଆସି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ଜିଲ୍ଲାରେ କୋରୋନା ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଏହାପରେ ଏହି ଟିମ୍ ଦଶରଥପୁର ବ୍ଲକର କଟିକଟା ଅଞ୍ଚଳକୁ ଯାଇ ସେଠିକାର ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ । କଣ୍ଟେନମେଣ୍ଟ ଅଞ୍ଚଳର ପରିସୀମା ସହିତ କଣ୍ଟ୍ରାକ୍ଟ ଟ୍ରେସିଂ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ବିଶେଷକରି ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତିଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରଖିବାକୁ କୁହାଯାଇଛି ।