ମମତା ବାନାର୍ଜୀଙ୍କୁ ପୁଣି ଝଟକା; ୩ ବିଦ୍ରୋହୀ ବିଧାୟକ ବିଜେପିରେ ସାମିଲ
Advertisement

ମମତା ବାନାର୍ଜୀଙ୍କୁ ପୁଣି ଝଟକା; ୩ ବିଦ୍ରୋହୀ ବିଧାୟକ ବିଜେପିରେ ସାମିଲ

 ଆସନ୍ତାକାଲି ଏହି ରାଲିର ଟିଏମସି ଛାଡି ଥିବା ୩ ବିଧାୟକ ଔପଚାରିକ ଭାବେ ବିଜେପିରେ ସାମିଲ ହେବେ। 

ଫଟୋ ସୌଜନ୍ୟ: ଟ୍ୱିଟର@AmitShah

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ-ମେ ମାସରେ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ନେତାଙ୍କ ଦଳ ପରିବର୍ତ୍ତନ ପ୍ରକ୍ରିୟା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି। ଦଳୀୟ ଦଳ ଛାଡି ଯିବାକୁ ନେଇ ସାମ୍ନାସାମ୍ନି ହୋଇଛନ୍ତି ରାଜ୍ୟରେ କ୍ଷମତାସୀନ ଶାସକ ଟିଏମସି ଏବଂ ମୁଖ୍ୟ ବିରୋଧି ଦଳ ବିଜେପି।       

ନିର୍ବାଚନ ତାରିଖ ପାଖେଇ ଆସୁଥିବା ନେତାଙ୍କ ଦଳବଦଳ ପ୍ରକ୍ରିୟା ବେଶ ଜୋରସୋରରେ ଚାଲିଛି। ଏହିକ୍ରମରେ ଜାନୁଆରୀ ୩୦ ତାରିଖ ଶନିବାର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ୩ ଟିଏମସି ବିଦ୍ରୋହୀ ବିଧାୟକ ରାଜୀବ ବାନାର୍ଜୀ, ବୈଶାଳୀ ଡାଲମିଆ, ପ୍ରବୀର ଘୋଷାଲ ବିଜେପିରେ ସାମିଲ ହୋଇଛନ୍ତି।  

 

Also Read: ରାଲିରୁ ଫେରୁଥିବା ବେଳେ ବିଜେପି ସମର୍ଥକଙ୍କ ଉପରେ ଟିଏମସି କର୍ମୀଙ୍କ ଆକ୍ରମଣ ଅଭିଯୋଗ

 

ଗତ ରବିବାର କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ପଶ୍ଚିମବଙ୍ଗର ହାୱାଡା ଠାରେ ଏକ ରାଲି କରିବେ। ଆସନ୍ତାକାଲି ଏହି ରାଲିର ଟିଏମସି ଛାଡି ଥିବା ୩ ବିଧାୟକ ଔପଚାରିକ ଭାବେ ବିଜେପିରେ ସାମିଲ ହେବେ। ରାଜୀବ ବାନାର୍ଜୀ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ତାଙ୍କୁ ଛାଡି ହାୱଡାର ପୂର୍ବତନ ମେୟର ରତିନ୍ ଚକ୍ରବର୍ତ୍ତୀ ମଧ୍ୟ ବିଜେପି ସାମିଲ ହୋଇସାରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଶାହ, ଦଳର ବରିଷ୍ଠ ନେତା ମୁକୁଲ ରୟ ଏବଂ ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାଶ ବିଜୟଭାର୍ଗୀୟ ପ୍ରମୁଖ ଉପସ୍ଥିତ ଥିଲେ। 

Also Read: ବିଜେପି ଉପରେ ଗର୍ଜିଲେ ମମତା, କହିଲେ-ଟିଏମସି ଜେଲରୁ ମଧ୍ୟ ଜିତିବ ନିର୍ବାଚନ

ରାଜୀବ ବାନାର୍ଜୀ ଚଳିତ ମାସ ୨୨ ତାରିଖରେ ପଶ୍ଚିମବଙ୍ଗ ସରକାରଙ୍କ ମନ୍ତ୍ରୀପଦ ଛାଡିବା ପରେ ବାଚସ୍ପତିଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ଦାଖଲ କରିଥିଲେ। ଜାନୁୟାରୀ ୨3 ତାରିଖରେ ଦଳ ବିରୋଧି କାର୍ଯ୍ୟ ପାଇଁ ବ ବୈଶାଳୀ ଡାଲମିଆ ଟିଏମସିରୁ ବହିଷ୍କୃତ ହୋଇଥିଲେ। ଜାନୁଆରୀ ୨୬ ତାରିଖରେ ପ୍ରବୀର ଘୋଷାଲ ଟିଏମସିର ୨ ଦଳୀୟ ପଦରୁ ଇସ୍ତଫା ଦେଇଥିଲେ। ରାଜୀବ ବାନାର୍ଜୀ, ପ୍ରବୀର ଘୋଷାଲ, ବୈଶାଳୀ ଡାଲମିଆ ଏବଂ ରତିନ ଚକ୍ରବର୍ତ୍ତୀ ଶନିବାର ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହ କୈଳାଶ ବିଜୟଭାର୍ଗୀୟ ମଧ୍ୟ ଉପସ୍ଥିତ ଅଛନ୍ତି।