କେବେ ନିର୍ବାଚନ ହାରିବେ ପ୍ରଧାନମନ୍ତ୍ରୀ? ଭବିଷ୍ୟବାଣୀ କଲେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ
Advertisement
Article Detail0/zeeodisha/odisha1228252

କେବେ ନିର୍ବାଚନ ହାରିବେ ପ୍ରଧାନମନ୍ତ୍ରୀ? ଭବିଷ୍ୟବାଣୀ କଲେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ

 
Asaduddin Owaisi on PM Modi: 
 ଯେଉଁଦିନ କଂଗ୍ରେସ ଦଳ ଭାରତରୁ ହଟିଯିବ ସେହି ଦିନ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନରେ ​​ହାରିଯିବେ। 

କେବେ ନିର୍ବାଚନ ହାରିବେ ପ୍ରଧାନମନ୍ତ୍ରୀ? ଭବିଷ୍ୟବାଣୀ କଲେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ

 
Asaduddin Owaisi on PM Modi:
କେବେ ନିର୍ବାଚନ ହାରିବେ ପ୍ରଧାନମନ୍ତ୍ରୀ ମୋଦି ତାହାର ଭବିଷ୍ୟବାଣୀ କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ। ଏନେଇ ସେ କହିଛନ୍ତି କଂଗ୍ରେସ ବର୍ତ୍ତମାନ ଦୁର୍ବଳ ହୋଇପଡିଛି। ଏହା ଦ୍ୱାରା କିଛି ହେବ ନାହିଁ। ଯଦି କଂଗ୍ରେସ ଦେଶରୁ ହଟିଯିବ ତାହେଲେ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ହାରିଯିବେ।

ଝାଡଖଣ୍ଡର ମାଣ୍ଡର ବିଧାନସଭା ଆସନରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନରେ ବହିଷ୍କୃତ ବିଜେପି ନେତା ତଥା ସ୍ୱାଧିନ ପ୍ରାର୍ଥୀ ଦେବ କୁମାର ଧାନଙ୍କ ଲାଗି ନିର୍ବାଚନ ପ୍ରଚାର କରିବା ଅବସରରେ  ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ କହିଛନ୍ତି ଯଦି କେହି ବିଜେପି କିମ୍ବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଜୟୀ କରୁଛି ତାହେଲେ ସେ ହେଉଛି କଂଗ୍ରେସ। ହେଲେ ଏହି ଦଳ ଏବେ ଦୁର୍ବଳ ହୋଇଗଲାଣି। ଏହି ଏତେ ଦୁର୍ବଳ ହୋଇଗଲାଣି ଯେ ଯଦି ସେମାନଙ୍କ ନେତାଙ୍କୁ ଇଡି ଦ୍ୱାରା ଜେରା ପାଇଁ ଡକାଯାଏ ତାହେଲେ ସେମାନେ ଦିଲ୍ଲୀରେ ଶହେ ଲୋକଙ୍କୁ ଜମା କରିବାକୁ ଅସମର୍ଥ ହେବେ। ଯେଉଁଦିନ କଂଗ୍ରେସ ଦଳ ଭାରତରୁ ହଟିଯିବ ସେହି ଦିନ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନରେ ​​ହାରିଯିବେ। 

ଗତ ଜୁନ ୧୦ ତାରିଖ ଶୁକ୍ରବାର ଜୁମା ନମାଜ ପରେ ହୋଇଥିବା  ହିଂସାକାଣ୍ଡ ଘଟଣାରେ ୨ ମୁସଲିମ ଯୁବକଙ୍କ ମୃତ୍ୟୁ ପାଇଁ ବିଜେପି ଏବଂ ଝାଡଖଣ୍ଡରେ କ୍ଷମତାସୀନ ଜେଏମଏମ ସରକାରକୁ ଦାୟୀ କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ। ଏନେଇ ସେ କହିଛନ୍ତି ଯଦି ବିଜେପି ପୈଗମ୍ବର ମହମ୍ମଦଙ୍କ ବାବଦରେ ବିବାଦୀୟ ବୟାନ ରଖିଥିବା ଦଳର ନିଲମ୍ବିତ ମୁଖପାତ୍ର ନୁପୂର ଶର୍ମା ଏବଂ ନବୀନ ଜିନ୍ଦଲଙ୍କ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାନ୍ତା ତାହେଲେ ମୁସଲିମ୍ ନାରାଜ ହୋଇ ରାସ୍ତାକୁ ଓହ୍ଲାଇ ନଥାନ୍ତେ। ବିକ୍ଷୋଭ ପ୍ରଦର୍ଶନ କରିବା ପରେ ମୁସଲିମ ଯୁବକଙ୍କ ଉପରେ ଗୁଳିମାଡ଼ କରିବା ଲାଗି  ରାଜ୍ୟରେ କ୍ଷମତାସୀନ ଜେଏମଏମ ସରକାର ଦାୟୀ।    

ନିର୍ବାଚନ ପ୍ରଚାର ଝାଡଖଣ୍ଡ ଆସିଥିବା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ରାଞ୍ଚିସ୍ଥିତ ବିରସା ମୁଣ୍ଡା ବିମାନ ବନ୍ଦର ଠାରେ ପହଞ୍ଚିବା ପରେ  ସେଠାରେ ଏକତ୍ରୀତ ହୋଇଥିବା ତାଙ୍କ ସମର୍ଥକ ଓୱେସୀ ଜିନ୍ଦାବାଦ  ଦେଇଥିଲେ। ହେଲେ ସେମାନଙ୍କ ମଧ୍ୟରୁ କେତେଜଣ ପାକିସ୍ତାନ ଜିନ୍ଦାବାଦ ନାରା ମଧ୍ୟ ଦେଇଥିଲେ। ଏ ସମ୍ପର୍କରେ ଜାଣିବା ପରେ ଜିଲ୍ଲା ପ୍ରଶାସନ ସ୍ଥାନୀୟ ପୋଲିସ ପାଖରୁ ରିପୋର୍ଟ ମାଗିଛି। ରାଞ୍ଚିର ସବଡିଭିଜନାଲ ଅଧିକାରୀ ଦୀପକ ଦୁବେ ସ୍ଥାନୀୟ ପୋଲିସ ବଳକୁ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ଏହି ଖବରର ଯାଞ୍ଚ କରିବାକୁ କହିଛନ୍ତି।