Brajrajnagar Election Result: ବ୍ରଜରାଜନଗରେ ବି ବାଜି ମାରିନେଲା ବିଜେଡି, ୬୫୭୯୧ ଭୋଟରେ ଜିତିଲେ ଅଳକା ମହାନ୍ତି
Advertisement

Brajrajnagar Election Result: ବ୍ରଜରାଜନଗରେ ବି ବାଜି ମାରିନେଲା ବିଜେଡି, ୬୫୭୯୧ ଭୋଟରେ ଜିତିଲେ ଅଳକା ମହାନ୍ତି

ରାଜ୍ୟରେ ହେଉଥିବା ବିଧାନସଭା ଉପନିର୍ବାଚନରେ ବାରମ୍ବାର ବିଜେଡି ବାଜି ମାରିନେଉଛି। ପ୍ରାୟ ସମସ୍ତ ଉପନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର କରିବାକୁ ଯାଇଛନ୍ତି, ନହେଲେ ଭର୍ଚ୍ଚୁଆଲ ମୋଡରେ ପ୍ରଚାର କରିଛନ୍ତି। କିନ୍ତୁ ବ୍ରଜରାଜନଗରରେ ନବୀନଙ୍କ ପାଦ ପଡିନାହିଁ, ତଥାପି ଅଳକା ମହାନ୍ତି ଏକ ରେକର୍ଡ ସଂଖ୍ୟକ ଭୋଟରେ ଜିତିଛନ୍ତି।

ଡିଜାଇନ୍ ଫଟୋ

Brajrajnagar Election Result: ପାଟକୁରା, ପିପିଲି, ତିର୍ତ୍ତୋଲ, ବିଜେପୁର ପରି ବ୍ରଜରାଜନଗରରେ ବି ବାଜି ମାରିନେଲା ବିଜେଡି। ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବିଜୟ ହୋଇଛି। ବିପୁଳ ଭୋଟ ସହ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ଏକତରଫା ବାଜି ମାରିନେଇଛନ୍ତି। ଗତ ନିର୍ବାଚନ ଗୁଡିକରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା କଂଗ୍ରେସ ଦ୍ୱିତୀୟ ସ୍ଥାନକୁ ଉଠିଥିବା ବେଳେ ବିଜେପି ତୃତୀୟକୁ ଖସିଛି।

୬୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜେଡି ବିଜୟୀ ହୋଇଛି। ଉପନିର୍ବାଚନରେ ଦ୍ୱିତୀୟ ସର୍ବାଧିକ ଭୋଟରେ ଅଳକା ମହାନ୍ତି ଜିତିଛନ୍ତି। ବିଜେପୁରରେ ରୀତା ସାହୁ ସର୍ବାଧିକ ୯୭ ହଜାର ୯୯୦ ବ୍ୟବଧାନରେ ବିଜୟୀ ହୋଇଥିଲେ। ୨୦୧୯ରେ ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡିବା ପରେ ରୀତା ଜିତିଥିଲେ। ସେ ସମୁଦାୟ ୧,୩୫,୯୫୭ ଖଣ୍ଡ ଭୋଟ ପାଇଥିଲେ। ସୁବଳ ସାହୁଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡି ସୁପ୍ରିମୋ ପ୍ରାର୍ଥୀ କରିଥିଲେ।

Also Read: Brajrajnagar Election Result Live Update: ବ୍ରଜରାଜନଗରେ ବିଜେଡିର ବାଜି, ବିଜେପିକୁ ପଛରେ ପକାଇଲା କଂଗ୍ରେସ

ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ମୋଟ ୯୩,୭୯୦ ଖଣ୍ଡ ଭୋଟ ମିଳିଛି। କଂଗ୍ରେସର କିଶୋର ପଟେଲଙ୍କୁ ୨୭,୫୬୫ ଓ ବିଜେପିର ରାଧାରାଣୀ ପଣ୍ଡାଙ୍କୁ ୨୨,୩୧୬ଟି ଭୋଟ ମିଳିଛି। ୨୦୧୪ ପରେ ପ୍ରଥମଥର ପାଇଁ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି। ବିଜେପିର ରାଧାରାଣୀ ପଣ୍ଡାଙ୍କୁ ପଛରେ ପକାଇ କିଶୋର ପଟେଲ ଦ୍ୱିତୀୟ ହୋଇଛନ୍ତି।

fallback

ରାଜ୍ୟରେ ହେଉଥିବା ବିଧାନସଭା ଉପନିର୍ବାଚନରେ ବାରମ୍ବାର ବିଜେଡି ବାଜି ମାରିନେଉଛି। ପ୍ରାୟ ସମସ୍ତ ଉପନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର କରିବାକୁ ଯାଇଛନ୍ତି, ନହେଲେ ଭର୍ଚ୍ଚୁଆଲ ମୋଡରେ ପ୍ରଚାର କରିଛନ୍ତି। କିନ୍ତୁ ବ୍ରଜରାଜନଗରରେ ନବୀନଙ୍କ ପାଦ ପଡିନାହିଁ, ତଥାପି ଅଳକା ମହାନ୍ତି ଏକ ରେକର୍ଡ ସଂଖ୍ୟକ ଭୋଟରେ ଜିତିଛନ୍ତି। ଦ୍ୱିତୀୟ ମହିଳା ଭେବେ ସେ ଓଡିଶା ବିଧାନସଭାରେ ଏକ ବିରାଟ ଭୋଟ ବ୍ୟବଧାନରେ ବିଜୟ ହୋଇଛନ୍ତି। ଭୋଟ ଗଣତି ଆରମ୍ଭରୁ ହିଁ ବିଜେଡିର ଟ୍ରେଣ୍ଡ ଦେଖିବାକୁ ମିଳିଥିଲା।

Also Read: Brajrajnagar Assembly Bypoll : ଆଜି ଭୋଟ ଗଣତି, ଫେରିବ କି ବିଜେଡି?

ସୂଚନାଯୋଗ୍ୟ, ବିଧାୟକ କିଶୋର କୁମାର ମହାନ୍ତିଙ୍କ ବିୟୋଗ ପରେ ବ୍ରଜରାଜନଗରେ ଉପନିର୍ବାଚନ ହୋଇଛି। ୨୦୨୧ ମସିହାର ଡିସେମ୍ବର ୩୦ ତାରିଖରେ ଝାରସୁଗୁଡ଼ା ଏକ ଘରୋଇ ଡାକ୍ତରଖାନାରେ ହୃଦ୍‌ଘାତରେ ସେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ କିଶୋରଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ସେ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ଚାରିଥର (୧୯୯୦, ୨୦୦୦, ୨୦୦୪ ଓ ୨୦୧୯) ଏବଂ ବଚସ୍ପତି ଭାବରେ ବର୍ଷେ କାର୍ଯ୍ୟ କରିଥିଲେ। କିଶୋରଙ୍କ ପରେ ତାଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବିଜେଡି ଟିକଟ ଦେଇଥିଲା।