TMCରେ ପରିବାରବାଦ! କ୍ଷମତା ଲଢ଼େଇର 'ବଙ୍ଗ' ବିଭାଜନ
Advertisement

TMCରେ ପରିବାରବାଦ! କ୍ଷମତା ଲଢ଼େଇର 'ବଙ୍ଗ' ବିଭାଜନ

ମମତା ତାଙ୍କ ପୁତୁରା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଦଳର ସର୍ବେସର୍ବା କରିବା ପରେ ଅନେକ ବରିଷ୍ଠ ନାରାଜ ଥିବା ଜଣାପଡୁଛି । ଆଉ କିଛି ତ ସିଧାସଳଖ ପରିବାରବାଦର ଆରୋପ ଲାଗାଉଛନ୍ତି । 

TMCରେ ପରିବାରବାଦ! କ୍ଷମତା ଲଢ଼େଇର 'ବଙ୍ଗ' ବିଭାଜନ

ଲିପନ କୁମାର ହୋତା, ନୂଆଦିଲ୍ଲୀ: ୨୦୧୭ ରେ ପ୍ରଥମେ ମୁକୁଲ ରଏ, ୨୦୨୦ ରେ ଶୁଭେନ୍ଦୁ ଅଧିକାରୀ ଏବଂ ଆଉ କିଛି ଅନୁଗତ । ପ୍ରଥମେ ଦଳ ଛାଡିଲେ, ପରେ ପଦ୍ମ ଧରିଲେ । ତୃଣମୂଳ କଂଗ୍ରେସକୁ  ଅନେକ ନେତା ବାଏ ବାଏ କହି ପଦ୍ମ ଧରିଛନ୍ତି, ହେଲେ ଏହି ଦୁଇ ନାଁ ଅଧିକ ଚର୍ଚ୍ଚିତ । କାରଣ ୨୦୧୭ ପୂର୍ବରୁ ଏମାନେ ଯେକୌଣସି ରାଜନୈତିକ ମଞ୍ଚରେ ମମତାଙ୍କ ବାମ ଆଉ ଡାହାଣ ପାଖରେ ବସୁଥିଲେ । ହେଲେ ଆଜି ପରିସ୍ଥିତି ଏବଂ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । 

ଟିଏମସି (TMC) ର ବର୍ତ୍ତମାନର ପ୍ରମୁଖ ବିରୋଧୀ, ବିଜେପି (bjp)ରେ ସାମିଲ ହୋଇ ସାରିଛନ୍ତି ଏହି ଦୁଇ ତୁଙ୍ଗ ଚେହେରା । ନିର୍ବାଚନ ପାଖେଇ ଆସିଲେ କିଛି କିଛି ନେତା ଏପଟ ସେପଟ ହୁଅନ୍ତି । ହେଲେ ଦିନେ ପଶ୍ଚିମବଙ୍ଗ ସରକାର (West Bengal Government) ରେ ଦ୍ୱିତୀୟ ସ୍ଥାନରେ ଥିବା ବ୍ୟକ୍ତିର ଦଳ ପରିବର୍ତ୍ତନ ଟିଏମସି ପାଇଁ ନିଶ୍ଟିତ ଚିନ୍ତାର ବିଷୟ । ଦଳୀୟ କନ୍ଦଳ ଏବଂ ପରିବାରବାଦର ଆରୋପ ଲଗାଇ ଗୋଟିଏ ପରେ ଗୋଟିଏ ତୁଙ୍ଗ ଚେହାରା ଟିଏମସି ଛାଡୁଛନ୍ତି । ମମତା ବାନାର୍ଜୀ (Mamata Banerjee) ପ୍ରଶାନ୍ତ କିଶୋରଙ୍କୁ ସାଂଗଠନିକ ଦାୟିତ୍ବ ଦେବାପରେ, ସେ ବରିଷ୍ଠଙ୍କୁ ବାଦ ଦେଇ ଯୁବ ଚେହେରାଙ୍କୁ ଗୁରୁତ୍ୱ ଦେଉଥିବା ଅଭିଯୋଗ ହେଉଛି । ସେହିପରି ମମତା ତାଙ୍କ ପୁତୁରା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଦଳର ସର୍ବେସର୍ବା କରିବା ପରେ ଅନେକ ବରିଷ୍ଠ ନାରାଜ ଥିବା ଜଣାପଡୁଛି । ଆଉ କିଛି ତ ସିଧାସଳଖ ପରିବାରବାଦର ଆରୋପ ଲାଗାଉଛନ୍ତି । 

Also Read: Uttarakhand Disaster: ଘଟଣା ପଛରେ ରହିଛି Radioactive Device

ଆଉ ଏହି ସବୁର ଫାଇଦା ଉଠାଉଛି ୨୦୧୬ ରୁ ଏକ ସୁଦୃଢ ଟିମ୍ ତିଆରି କରୁଥିବା ଭାରତୀୟ ଜନତା ପାର୍ଟି ( Bharatiya Janata Party) । ପଶ୍ଟିମବଙ୍ଗ ରାଜନୀତିରେ ବିଜେପିର ଭୂମିକା ପୂର୍ବରୁ ଦୁର୍ବଳ ଥିଲା, ଆଉ ଯାହାଫଳରେ ଦଳ ପ୍ରାୟ ୨୦ର ବର୍ଷ ବିଧାନସଭା ନିର୍ବାଚନ (Assembly Election) ରେ ଦୁଇ ଅଙ୍କ ବିଶିଷ୍ଠ ସଂଖ୍ୟା ଛୁଇଁପାରି ନାହିଁ । ୨୦୧୪ ମସିହାରେ ସାରା ଦେଶରେ ମୋଦି ଲହର ଥିଲେବି ପଶ୍ଚିମବଙ୍ଗରେ ବିଜେପି ମାତ୍ର ୨ଟି ଆସନ ପାଇଥିଲା । ଆଉ ଏହି ଫଳାଫଳରୁ ଶିକ୍ଷା ଗ୍ରହଣ କରି ବିଜେପି ସଙ୍ଗଠନ ଉପରେ କାମ ଆରମ୍ଭ କଲା । ହେଲେ ସବୁଠାରୁ ବଡ କଥା ପଶ୍ଚିମବଙ୍ଗ ବିଜେପି (Westbengal Bjp) ପାଖରେ ମମତାଙ୍କୁ ଟକ୍କର ଦେବା ଭଳି ଚେହେରା ନଥିଲେ । 

Also Read: କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ କଥା କହି କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ

ଯେଉଁଥିପାଇଁ ଅନ୍ୟ ଦଳର ନେତା ଆଣି ବିଜେପି ସାଂଗଠନିକ ସ୍ତରରେ ମଜବୁତ ହେବାକୁ ଚେଷ୍ଟା କଲା । ପ୍ରଥମେ ମୁକୁଲ ରଏ Mukul Roy ଟିଏମସି (TMC) ଛାଡିଲେ । ଆଉ ବିଜେପିରେ ସାମିଲ ହେଲେ । ମୁକୁଲଙ୍କ ଆସିବା ପରେ ଅନେକ ଟିଏମସି ନେତା ମଧ୍ୟ ଦଳ ଡେଇଁଲେ । ପୂର୍ବାପେକ୍ଷା ସଂଗଠନ ଟିକେ ସୁଦୃଢ଼ ଦେଖାଗଲା । ହେଲେ ନିର୍ବାଚନ ଯେତେ ପାଖେଇ ଆସିଲା ବିଜେପି ପ୍ରଥମ ଥର ପଶ୍ଚିମବଙ୍ଗ ଦଖଲ ପାଇଁ ତାର ନିର୍ବାଚନୀ ମିଶନ ସେତେ ଦୃଢ଼ କଲା । ତଥାପି ଟିଏମସିକୁ ସତ୍ତାରୁ ଉପାଡିବା ପାଇଁ ପଶ୍ଚିମବଙ୍ଗ ବିଜେପି ପାଖରେ ନା ସାମର୍ଥ୍ୟ ଥିଲା ନା ବଳ । ୨୦୨୦ ଶେଷ ବେଳକୁ କିନ୍ତୁ ବିଜେପି ପାଇଁ ସବୁଠାରୁ ଭଲ ଖବର ଥିଲା ଶୁଭେନ୍ଦୁ ଅଧିକାରୀଙ୍କ ବିଜେପିରେ ସାମିଲ ହେବା । ଏହି ନାଁଟି ଏବେ ପଶ୍ଚିମବଙ୍ଗ ରାଜନୀତି (West Bengal Politics) ରେ ବହୁ ଚର୍ଚ୍ଚାରେ । ଆଗରୁ ବି ଚର୍ଚ୍ଚାରେ ଥିଲା କିନ୍ତୁ ଏବେ ଟିକେ ଅଧିକ ।

Also Read: Uttarakhand Glacier Burst: ୩୩ ମୃତଦେହ ଉଦ୍ଧାର, ଉଦ୍ଧାର ଅଭିଯାନ ଜାରି

୩୪ ବର୍ଷର ବାମ ଗଡ ଭେଦ କରି ୨୦୧୧ ରେ ଟିଏମସି ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗ କ୍ଷମତା ହାସଲ କଲା । ଆଉ ଏଥିରେ ମମତାଙ୍କ ସାରଥି ଥିଲେ ଶୁଭେନ୍ଦୁ ଅଧିକାରୀ । ୨୦୦୯ ନନ୍ଦିଗ୍ରାମ (NandiGram) ଆନ୍ଦୋଳନର ପୁରୋଧା ଥିଲେ ଶୁଭେନ୍ଦୁ । ଆଉ ଏହି ଆନ୍ଦୋଳନ ଟିଏମସିକୁ କ୍ଷମତା ଦେବାରେ ଏକ ପ୍ରମୁଖ ଅସ୍ତ୍ର ପାଲଟିଥିଲା । ଶୁଭେନ୍ଦୁଙ୍କ ପରିବାରର ମଧ୍ୟ ଏକ ବଡ ରାଜନୈତିକ ଇତିହାସ ରହିଛି । ତାଙ୍କ ପିତା ଶିଶିର ଅଧିକାରୀ କଂଗ୍ରେସର ଏକ ତୁଙ୍ଗ ଚେହେରା ଥିଲେ । ଆଉ ସେ କେନ୍ଦ୍ର କ୍ୟାବିନେଟରେ ମଧ୍ୟ ସ୍ଥାନ ପାଇଥିଲେ । ତେବେ ପୂର୍ବ ମେଦିନିପୁର ଏବଂ ଆଖପାଖ ଅଞ୍ଚଳର ୧୬-୨୦ଟି ଆସନ ତାଙ୍କ ହାତରେ ସବୁବେଳେ ରହିଥାଏ । କେବଳ ଏତିକି ନୁହେଁ ରାଜ୍ୟ ରାଜନୀତିରେ ତାଙ୍କ ଏକ ସ୍ବତନ୍ତ୍ର ଚେହେରା ରହିଛି । ତେବେ ଦିନେ ଟିଏମସିର ସାଂଗଠନିକ ହର୍ତ୍ତାକର୍ତ୍ତା ଥିବା ଶୁଭେନ୍ଦୁ ଟିଏମସି (TMC) ଛାଡିବା ପରେ ଏହା ଟିଏମସି ପାଇଁ ଏକ ବଡ଼ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଶୁଭେନ୍ଦୁ ବିଜେପି ପାଇଁ ଟ୍ରମ୍ପକାର୍ଡ ପାଲଟି ପାରନ୍ତି ।

Also Read: Ayodhya Ram Mandir: ପ୍ରଭୁରାମଙ୍କ ମନ୍ଦିର ପାଇଁ ନିଜ କୁମ୍ପି ଭାଙ୍ଗିଲେ ୧୦୮ ଶିଶୁ

ସେପଟେ କଂଗ୍ରେସ (Congress) ଆଉ ବାମ ଦଳର କଥା ସମସ୍ତେ ଭୁଲି ଯାଇଛନ୍ତି । ବିଜେପି ଠାରୁ କଂଗ୍ରେସ ଏବଂ ବାମ ଦଳ ପୂର୍ବ ବିଧାନସଭା ନିର୍ବାଚନ ମାନଙ୍କରେ ଭଲ ପ୍ରର୍ଦଶନ କରିଛନ୍ତି ଏବଂ ବିଧାନସଭାରେ ଏମାନଙ୍କର ଭଲ ସଂଖ୍ୟା ମଧ୍ୟ ରହିଛି । ତେବେ ବିଜେପି କେବଳ ଟିଏମସି ସହ ଫାଇଟ କରୁନି ସାମ୍ମାରେ କଂଗ୍ରେସ ଏବଂ ବାମଦଳ ମଧ୍ୟ ରହିଛନ୍ତି । ଆଉ ଏକ ବଡ ଚ୍ୟାଲେଞ୍ଜ ହେଉଛି ୨୦୧୬ ନିର୍ବାଚନରେ ୩ଟି ଆସନରେ ବିଜୟୀ ହୋଇଥିବା ବିଜେପିର ୨୦୦ ପାର ସ୍ବପ୍ନ ବାସ୍ତବତାରୁ କାହିଁ କେତେ ଦୂରରେ ଥିବା ପ୍ରତିତ ହେଉଛି । କିଛି ତୁଙ୍ଗ ଚେହେରାକୁ ଦଳରେ ସାମିଲ କରିବା ଦ୍ବାରା ବିଜେପି ପଶ୍ଟିମବଙ୍ଗ (West Bengal)ଯେ ହାତେଇ ନେବ ତାହା ଏବେ ବି ସ୍ବପ୍ନ ପ୍ରାୟ ।

Also Read: Whatsapp New Update: ଭିଡିଓରେ ଯୋଡି଼ହେଲା ଆଉ ଏକ ନୂଆ ଫିଚର୍

ହେଲେ ଅନେକ ରାଜନୈତିକ ପଣ୍ଡିତ ଏଥର ପଶ୍ଟିମବଙ୍ଗ ନିର୍ବାଚନ ( West Bengal Election)ରେ କଡା ଟକ୍କରର ହେବ ବୋଲି ଆକଳନ କରୁଛନ୍ତି । ଆଉ ଏହାର କାରଣ ଏଭଳି କିଛି ରହିଛି ...

1- ପ୍ରମୁଖ ପ୍ରସଙ୍ଗ ହିଂସା...

ଯେତେବେଳେ ବାମଦଳକୁ ହଟାଇ ଟିଏମସି (TMC) କ୍ଷମତାକୁ ଆସିଥିଲା, ଟିଏମସିର ପ୍ରମୁଖ ପ୍ରସଙ୍ଗ ଥିଲା ହିଂସା । ବାମ ଦଳର ହିଂସାତ୍ମକ ଛବିକୁ ଟିଏମସି ତାର ନିର୍ବାଚନ ପ୍ରସଙ୍ଗରେ ସବୁଠାରୁ ଉପରେ ରଖିଥିଲା ଏବଂ ଏଥିରେ ସଫଳତା ମଧ୍ୟ ମିଳିଥିଲା । ଆଉ ଏବେ ସମାନ ପ୍ରସଙ୍ଗ ସମାନ ରାଜ୍ଯ ହେଲେ ଦଳ ଭିନ୍ନ ଆଉ ସମୟ ଭିନ୍ନ । ଏବେ ଟିଏମସର ଛବିକୁ ହିଂସାତ୍ମକ କହି ବିଜେପି( bjp) କ୍ଷମତାକୁ ଅସିବା ପାଇଁ ଚାହୁଁଛି । ଆଉ ଏହାକୁ ତାର ମୁଖ୍ୟ ପ୍ରସଙ୍ଗ କରିଛି । ପ୍ରଧାନମନ୍ତ୍ରୀ (Prime minister) ତାଙ୍କ ପଶ୍ଚିମବଙ୍ଗ ଗସ୍ତରେ ଟିଏମସିକୁ ବାମ ଦଳ 2.0 କହି ଏହାର ପ୍ରମାଣ ଦେଇଛନ୍ତି ।

2- ୨୦୧୯ ଲୋକସଭାରେ ୧୮ ସିଟ୍...

୨୦୧୬ ବିଧାନସଭା ନିର୍ବାଚନରେ ବିଜେପିକୁ ମାତ୍ର ୩ଟି ଆସନ ମିଳିଥିଲା । ଆଉ ଏହା ପର ଠାରୁ ଦଳ ସଂଗଠନ ସୁଦୃଢ କରିବାରେ ଲାଗି ପଡିଥିଲା । ଯାହାଫଳରେ ୨୦୧୯ ଲୋକସଭା ନିର୍ବାଚନ (Loksabha Election) ରେ ବିଜେପି ୪୨ ଟି ଆସନରୁ ୧୮ ଟି ଆସନରେ ବିଜୟ ଲାଭ କରିଥିଲା । ଯାହାଫଳରେ ସଂଗଠନରେ ବହୁ ସୁଧାର ଆସିଥିବା କହିହେବ । ଆଉ ଭୋଟ ପ୍ରତିଶତ ମଧ୍ୟ ବଢିବାରୁ ବଜେପିର ଆଶା ନିଶ୍ଚିତ ବଢିଥିବ । ୨୦୧୯  ନିର୍ବାଚନରେ ୧୨୨ ଟି ବିଧାନସଭା ଆସନ (Assembly Seat)ରେ ବିଜେପି ଆଗରେ ରହିଥିଲା ।

3-କେନ୍ଦ୍ର ଚେହେରା ବନାମ ମମତା ...

ଏହା ବିଜେପି ପାଇଁ ଉଭୟ ନକାରାତ୍ମକ ଏବଂ ସକାରାତ୍ମକ ଫଳ ଦେଇ ପାରେ । କାରଣ କେନ୍ଦ୍ରର ମାଳମାଳ ବରିଷ୍ଠ ଚେହେରା ରୁରାଲ ଭୋଟର (Rural Voter)ଙ୍କୁ ଆକୃଷ୍ଟ କରିପାରନ୍ତି । ସେହିପରି ଏମାନଙ୍କ ଗସ୍ତ ଏବଂ ପ୍ରଚାର ବିଜେପିକୁ ବୁଡାଇ ବି ପାରେ । ରାଜ୍ଯରେ ପ୍ରମୁଖ ବିଜେପି ଚେହେରା ଅଭାବରୁ ଏମାନେ ଆସୁଛନ୍ତି, ଏଭଳି ସନ୍ଦେଶ ମଧ୍ୟ ଯାଇପାରେ ।

ସେପଟେ ମମତାଙ୍କ ଜିତିବାର ମଧ୍ୟ ଅନେକ କାରଣ ରହିଛି ।

1- CAA ଏବଂ NRC ...

ପଶ୍ଚିମବଙ୍ଗ-ବାଂଲାଦେଶ ପଡୋଶୀ ହୋଇଥିବାରୁ, ବାଂଲାଦେଶୀ ଶରଣାର୍ଥୀ (Bangladeshi Refugee) ପଶ୍ଚିମବଙ୍ଗ ଆସିବାର ବେଶ୍ ସମ୍ଭାବନା ରହିଛି । ଆଉ ସବୁଠାରୁ ବଡ କଥା ପଶ୍ଚିମବଙ୍ଗରେ ୩୦ ପ୍ରତିଶତରୁ ଅଧିକ ମୁସଲିମ୍ ଭୋଟର ରହିଛନ୍ତି ।

2- ନମ୍ବର ଗେମ୍ ...

ଟିଏମସି (TMC) ଗତ ଦୁଇଟି ବିଧାନସଭା ନିର୍ବାଚନରେ ବିପୁଳ ଆସନ ସହ ସରକାର ଗଠନ କରିଛି । ସେପଟେ ବିଜେପି ସର୍ବାଧିକ ୩ଟି ରେ ରହିଛି । କେନ୍ଦ୍ରୀୟ ପ୍ରସଙ୍ଗ ସହ ବିଧାନସଭା ନିର୍ବାଚନ (Assembly Election) ଜିତିବା କଷ୍ଟକର ଏବଂ ୩ ରୁ ୨୦୦ ରାସ୍ତା ବେଶ୍ ଲମ୍ବା ।
 
3-ମୁଖ୍ୟମନ୍ତ୍ରୀ ଚେହେରା ...

ବିଜେପି ପାଖରେ ୬ ଜଣ ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ ରହିଛନ୍ତି । ଯେକୌଣସି ଗୋଟିଏ ଚେହେରାକୁ ନେଇ ବିଜେପି ନିର୍ବାଚନ ଲଢିବ ନାହିଁ । ଆଉ ସେପଟେ ମମତାଙ୍କ ସମକକ୍ଷ ପ୍ରତିଦ୍ବନ୍ଦ୍ୱୀ ବିଜେପି ପାଖରେ ନାହିଁ।  ବିହାରରେ ୨୦୦୫ ପର୍ଯ୍ୟନ୍ତ ଏନଡିଏ (NDA) କୌଣସି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନଥିଲା । ଯାହାଫଳରେ ବାରମ୍ବାର ପରାଜୟ ଦେଖିବାକୁ ମିଳିଥିଲା । ୨୦୦୫ର ଦ୍ୱିତୀୟ ଥର ନିର୍ବାଚନରେ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିବା ପରେ ଏନଡିଏ ବିହାର ଜିତିଥିଲା । ଏଠି ମଧ୍ୟ ବିଜେପି ସମାନ ଭୁଲ କରୁଛି । ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରୁନାହିଁ ।

4- ସାଇଲେଣ୍ଟ ଭୋଟର-  ଏମାନେ ନିର୍ବାଚନର ସବୁଠାରୁ ବଡ ଅସ୍ତ୍ର । ସାଇଲେଣ୍ଟ ଭୋଟର (Silent Voter) ସବୁବେଳେ ରାଜ୍ୟ ନିର୍ବାଚନରେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି । ଆଉ ସତ୍ତାଧାରୀ ଦଳ ପାଖରେ ଏହି ଅସ୍ତ୍ର ଥାଏ । ଓଡିଶା କ୍ଷେତ୍ରରେ ୨୦୧୯ ନିର୍ବାଚନରେ ବିଜେପି (BJP) ଯେଉଁ ପ୍ରକାର ପ୍ରଚାର କରିଥିଲା ଏବଂ ୧୨୦ ଆସନର ଆଶା ରଖିଥିଲା, ଏହି ଆଶାକୁ ବିଜେଡି ସପକ୍ଷରେ ଥିବା ସାଇଲେଣ୍ଟ ଭୋଟର ବିଫଳ କରିଥିଲେ । ଆଉ ଏହି ଫର୍ମୁଲା ପଶ୍ଚିମବଙ୍ଗ (West Bengal) ରେ ମଧ୍ୟ ଫିଟ୍ ହୋଇପାରେ ।

୧୯୦୫ ରେ ହୋଇଥିଲା ବଙ୍ଗ ବିଭାଜନ । ତେବେ ଏହି କ୍ଷମତାର ଲଢେଇରେ ବଙ୍ଗ ୧୯୦୫ ଦୋହରାଇବ ନି ତ ?