J&K DDC ନିର୍ବାଚନ: କାଶ୍ମୀରରେ ଦମ୍ ଦେଖାଇଲା ଗୁପକାର, ଜମ୍ମୁରେ ଜିତିଲା ବିଜେପି, ଜାଣନ୍ତୁ ଅନ୍ତିମ ଫଳାଫଳ
Advertisement
Article Detail0/zeeodisha/odisha812798

J&K DDC ନିର୍ବାଚନ: କାଶ୍ମୀରରେ ଦମ୍ ଦେଖାଇଲା ଗୁପକାର, ଜମ୍ମୁରେ ଜିତିଲା ବିଜେପି, ଜାଣନ୍ତୁ ଅନ୍ତିମ ଫଳାଫଳ

ଏହି ନିର୍ବାଚନରେ ​​ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି (BJP) କଶ୍ମୀରରେ ଖାତା ଖୋଲି ୩ଟି ଆସନ ଜିତିଛି । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇବା ପରେ ଏହା କେନ୍ଦ୍ର ଶାସିତ ପ୍ରଦେଶର ପ୍ରଥମ ନିର୍ବାଚନ ଥିଲା । 

J&K DDC ନିର୍ବାଚନ: କାଶ୍ମୀରରେ ଦମ୍ ଦେଖାଇଲା ଗୁପକାର, ଜମ୍ମୁରେ ଜିତିଲା ବିଜେପି, ଜାଣନ୍ତୁ ଅନ୍ତିମ ଫଳାଫଳ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ଜିଲ୍ଲା ବିକାଶ ପରିଷଦ ନିର୍ବାଚନର ଫଳାଫଳ (Jammu and Kashmir DDC Election Result) ଆସିଯାଇଛି । ୭ଟି ଦଳର ଗୁପକାର ମେଣ୍ଟ (Gupkar Alliance) କୁ ବଡ଼ ସଫଳତା ମିଳିଛି । ଅନ୍ୟପକ୍ଷେ ବିଜେପି (BJP) ସବୁଠାରୁ ବଡ଼ ଦଳ ଭାବେ ଦେଖାଦେଇଛି । ତଥ୍ୟ ଅନୁଯାୟୀ, ଗୁପକାର ସହଯୋଗୀ ଦଳ ୧୦୧ଟି ଆସନ ପାଇଛି । ଗୁପକାର ହେଉଛି ସାତୋଟି ଦଳର ମିଳିତ ମେଣ୍ଟ, ଏହି ମିଳିତ ମେଣ୍ଟରେ ନ୍ୟାସନାଲ କନଫରେନ୍ସ (National Conference), ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (PDP), ପିପୁଲ୍ସ କନଫରେନ୍ସ (People's Conference), ସିପିଆଇ-ସିପିଏମ୍ (CPI-CPIM), ଆୱାମୀ ନ୍ୟାସନାଲ କନଫରେନ୍ସ (Awami National Conference) ଏବଂ ଜାମ୍ମୁ କାଶ୍ମୀର ପିପୁଲ୍ସ ମୁଭମେଣ୍ଟ (Kashmir People's Movement) ସାମିଲ ଅଛନ୍ତି । ବିଜେପି ୭୫ଟି ଆସନ ଜିତିଛି । ଜମ୍ମୁ କାଶ୍ମୀର ଆପଣା ପାର୍ଟି ୧୧ଟି ଆସନ ଜିତିଛି । ଅନ୍ୟପଟେ ୨୫ଟି ଆସନ ଜିତିବା ପରେ କଂଗ୍ରେସ (Congress) ତୃତୀୟ ସ୍ଥାନରେ ରହିଛି ଏବଂ ସ୍ୱାଧୀନ ପ୍ରାର୍ଥୀମାନେ ସମସ୍ତଙ୍କୁ ଚକିତ କରି ୬୬ଟି ଆସନ ଜିତିଛନ୍ତି ।

ଅଧିକ ପଢ଼ନ୍ତୁ:-ଉପଭୋକ୍ତାଙ୍କୁ ଖୁସି ଖବର ଦେଲା ବିଦ୍ୟୁତ ବିଭାଗ

ଏହି ନିର୍ବାଚନରେ ​​ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି (BJP) କଶ୍ମୀରରେ ଖାତା ଖୋଲି ୩ଟି ଆସନ ଜିତିଛି । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇବା ପରେ ଏହା କେନ୍ଦ୍ର ଶାସିତ ପ୍ରଦେଶର ପ୍ରଥମ ନିର୍ବାଚନ ଥିଲା । ଆଠଟି ପର୍ଯ୍ୟାୟରେ ଅନୁଷ୍ଠିତ ଜିଲ୍ଲା ବିକାଶ ପରିଷଦ ନିର୍ବାଚନର ପ୍ରଥମ ପର୍ଯ୍ୟାୟର ଭୋଟ ନଭେମ୍ବର ୨୮ରେ ହୋଇଥିଲା । ଏହି ସମୟ ମଧ୍ୟରେ ମୋଟ ୨୮୦ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୨୮୦ଟି ଆସନ ମଧ୍ୟରୁ  ୧୪୦ଟି ଜମ୍ମୁ ଡିଭିଜନରେ ଏବଂ ୧୪୦ଟି ଆସନ କାଶ୍ମୀର ବିଭାଗରେ ଅଛି ।

ଜମ୍ମୁ ଅଞ୍ଚଳରେ ବିଜେପିକୁ ଆଶା ଅନୁରୂପ ସଫଳତ ମିଳିଛି  । ୧୦ଟି ମଧ୍ୟରୁ ୬ଟି ଜିଲ୍ଲାରେ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିଛି । ଦଳ ଏହାର ଡିଡିସି ଚେୟାରମ୍ୟାନ୍ କରିବ । ଏହି ଜିଲ୍ଲାଗୁଡ଼ିକ ହେଉଛି ଜମ୍ମୁ, ସାମ୍ବା, କାଠୁଆ, ଉଦମପୁର, ଡୋଡା ଏବଂ ରେସାଇ ।

ଅଧିକ ପଢ଼ନ୍ତୁ:-ପ୍ରଶାନ୍ତ କିଶୋରଙ୍କୁ ଅଲ୍ଟିମେଟମ୍ ଦେଲେ ମମତା!

କାଶ୍ମୀର ଉପତ୍ୟକାରର ଫଳାଫଳ ବିଜେପିକୁ ହସିବାର ସୁଯୋଗ ଦେଇଛି । ମୁସଲିମ ସଂଖ୍ୟାଗରିଷ୍ଠ କାଶ୍ମୀର ଉପତ୍ୟକାରେ ବିଜେପି ୩ଟି ଆସନ ଜିତିଛି । ଏହି ଆସନଗୁଡ଼ିକ ହେଉଛି ଶ୍ରୀନଗରର ଖୋନମୋ-୨, ଏଠାରୁ ବିଜେପିର ଏଜାଜ ହୁସେନ୍ ଜିତିଛନ୍ତି । ବାନ୍ଦିପୋରାରେ ଏଜାଜ ଅହମ୍ମଦ ଖାନ ଜିତିଥିବାବେଳେ ପୁଲୱାମାର କାକପୋରାରୁ ମୀନା ଲାଟିଫ ଜିତିଛନ୍ତି ।