Delimitation Commission ସୁପାରିଶ ବିରୁଦ୍ଧରେ ଗର୍ଜି ଉଠିଲା ଗୁପକାର ମେଣ୍ଟ; କେନ୍ଦ୍ର ବିରୁଦ୍ଧରେ ଦେଲା ଏହି ଧମକ
Advertisement

Delimitation Commission ସୁପାରିଶ ବିରୁଦ୍ଧରେ ଗର୍ଜି ଉଠିଲା ଗୁପକାର ମେଣ୍ଟ; କେନ୍ଦ୍ର ବିରୁଦ୍ଧରେ ଦେଲା ଏହି ଧମକ

ଯଦି ଜମ୍ମୁ କାଶ୍ମୀର ଲୋକ ସେମାନଙ୍କ ସମସ୍ୟାକୁ ନେଇ ବିରୋଧ ପ୍ରଦର୍ଶନ କରିବାକୁ ଚାହାଁନ୍ତି ତାହେଲେ କେନ୍ଦ୍ର ଅତ୍ୟନ୍ତ ଅସହିଷ୍ଣୁ ହୋଇପଡ଼େ।

Delimitation Commission ସୁପାରିଶ ବିରୁଦ୍ଧରେ ଗର୍ଜି ଉଠିଲା ଗୁପକାର ମେଣ୍ଟ; କେନ୍ଦ୍ର ବିରୁଦ୍ଧରେ ଦେଲା ଏହି ଧମକ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଅବସ୍ଥିତ ବିଧାନସଭା ଆସନର ସୀମା ପୁନଃନିର୍ଦ୍ଧାରଣ ଲାଗି ଗଠିତ କମିଶନ ସୁପାରିଶ ବିରୁଦ୍ଧରେ ସ୍ୱର ଉଠାଇଛି ଗୁପକାର ମେଣ୍ଟ। ଚଳିତ ମାସ ୨ ତାରିଖରେ ଏହି ମେଣ୍ଟ ପକ୍ଷରୁ ଏକ ରାଲି ଆୟୋଜନ କରିବା ନେଇ ଘୋଷଣା କରାଯାଇଥିଲା। ହେଲେ ଏହା ପୂର୍ବରୁ ଜମ୍ମୁ କାଶ୍ମୀର ପୋଲିସ ରାଜ୍ୟର ୩ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ନେତାଙ୍କୁ ଗୃହବନ୍ଦୀ କରିଥିଲା। ହେଲେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ରାଜନୈତିକ ଦଳ। ଏନେଇ କୁହାଯାଇଛି ଯେ ଏଭଳି ପଦକ୍ଷେପ ହିଂସାତ୍ମକ ଆନ୍ଦୋଳନକୁ ଉତ୍ସାହିତ କରିବ। ବିଳମ୍ବିତ ରାତିରେ ପୋଲିସ ଗୃହବନ୍ଦୀ କରିଥିବା ରାଜନେତାଙ୍କୁ ମୁକ୍ତ କରିଥିଲା।

ଏନେଇ ଟ୍ୱିଟ କରି ନ୍ୟାସନାଲ କନଫରେନ୍ସ (National Conference) ଏନସି ଉପାଧ୍ୟକ୍ଷ (NC Vice President) ତଥା ଜମ୍ମୁ କାଶ୍ମୀରରେ ପୂର୍ବତନ ମୁଖ୍ୟମନ୍ତ୍ରୀ (Former Chief Minister of JK) ଓମାର ଅବଦୁଲ୍ଲା (Omar Abdullah) ଟ୍ୱିଟ୍ କରି କହିଛନ୍ତି, 'ଶୁଭ ସକାଳ ଏବଂ ନୂଆବର୍ଷକୁ ସ୍ୱାଗତ। ଜମ୍ମୁ କାଶ୍ମୀର ପୋଲିସ୍ (Jammu Kashmir Police) ସହିତ ଏକ ନୂଆ ବର୍ଷ ଆରମ୍ଭ ହୋଇଛି। ଯିଏ ଲୋକଙ୍କୁ ବେଆଇନ ଭାବେ ନିଜ ଘରେ ଗୃହବନ୍ଦୀ କରି ରଖୁଛି ଏବଂ ପ୍ରଶାସନ ସାଧାରଣ ଗଣତାନ୍ତ୍ରିକ କାର୍ଯ୍ୟକଳାପକୁ ନେଇ ଭୟଭୀତ ହୋଇଉଠୁଛି।  ଗୁପକାର ମେଣ୍ଟ (Gupkar Alliance) ପକ୍ଷରୁ ହେବାକୁ ଥିବା ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକୁ ବନ୍ଦ କରିବା ପାଇଁ ଟ୍ରକ୍ ଆମ ଘର ଫାଟକ ବାହାରେ ଠିଆ ହୋଇଛି। ଗୋଟିଏ ଅରାଜକ ପୋଲିସ ମୋ ବାପାଙ୍କ ଘରକୁ ମୋ ଭଉଣୀ ଘର ସହିତ ସଂଯୋଗ କରୁଥିବା ଏକ ଫାଟକକୁ ମଧ୍ୟ ବନ୍ଦ କରିଦେଇଛି। ତଥାପି ଆମେ ଆମର ନେତାଙ୍କ ଜରିଆରେ ବିଶ୍ୱ ସମୁଦାୟକୁ ଏହା କହିବାକୁ ସାହସ କରୁଛୁ ଯେ ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ। 

Also Read: ଆସନ୍ତାବର୍ଷ ହୋଇପାରେ ନିର୍ବାଚନ; ବିଧାନସଭା ଆସନ ସୀମା ପୁନଃନିର୍ଦ୍ଧାରଣ ରିପୋର୍ଟ ପ୍ରସ୍ତୁତ

ସେହିପରି ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (Peoples Democratic Party) ପିଡ଼ିପି ମୁଖ୍ୟ (PDP Chief) ମେହବୁବା ମୁଫତି (Mehbooba Mufti) କହିଛନ୍ତି ଯେ ଯଦି ଜମ୍ମୁ କାଶ୍ମୀର (Jammu Kashmir) ଲୋକ ସେମାନଙ୍କ ସମସ୍ୟାକୁ ନେଇ ବିରୋଧ ପ୍ରଦର୍ଶନ କରିବାକୁ ଚାହାଁନ୍ତି ତାହେଲେ କେନ୍ଦ୍ର ଅତ୍ୟନ୍ତ ଅସହିଷ୍ଣୁ ହୋଇପଡ଼େ। ଆମର ବିରୋଧକୁ ରୋକିବା ପାଇଁ ପ୍ରଶାସନିକ ଉଦ୍ୟମ ସତ୍ତ୍ୱେ ପିଡିପି ସମେତ ଅନ୍ୟ କର୍ମକର୍ତ୍ତା ରବିବାର ୩୭୦ ଧାରା ଉଚ୍ଛେଦ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ରାଜଧାନୀ ଶ୍ରୀନଗର ରାଜରାସ୍ତାରେ ପହଞ୍ଚିଥିଲେ। ମୁଁ ସେମାନଙ୍କ ସାହସ ଏବଂ ନିଷ୍ଠାକୁ ନମସ୍କାର କରୁଛି।

ସେହିପରି ଗୁପକାର ମେଣ୍ଟ ପ୍ରବକ୍ତା (Gupkar Alliance Spoke Person) ତଥା ସିପିଏମ ନେତା ଏମ.ୱାଇ ତାରିଗାମୀ (CPM Leader MY Tarigami) କହିଛନ୍ତି ଜମ୍ମୁ କାଶ୍ମୀର ପ୍ରଶାସନ ଏତେ ଭୟଭୀତ ଯେ ଏହା ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକୁ ଅନୁମତି ଦେଇପାରୁ ନାହିଁ। ସେହିପରି ସରକାରଙ୍କ ଏହି ପଦକ୍ଷେପ ବିରୁଦ୍ଧରେ ପିପୁଲ୍ସ କନଫେରନ୍ସ ସଭାପତି ସଜ୍ଜାଦ ଲୋନ କହିଛନ୍ତି ଯେ ଗଣତନ୍ତ୍ର ହେଉଛି ଏକ ମୂଲ୍ୟବାନ ପ୍ରତୀକ ଯେଉଁଥିପାଇଁ ଗତ ତିନି ଦଶନ୍ଧି ମଧ୍ୟରେ ହଜାର ହଜାର ଲୋକ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ରାଜନୈତିକ ଏବଂ ଅହିଂସା ପ୍ରଦର୍ଶନକୁ ବନ୍ଦ କରି ପ୍ରଶାସନ ଏକ ହିଂସାତ୍ମକ ପ୍ରଦର୍ଶନ ପାଇଁ ସର୍ତ୍ତକୁ ପ୍ରୋତ୍ସାହିତ କରୁଛି।

ଦଳୀୟ ନେତାଙ୍କୁ ଗୃହବନ୍ଦୀ କରାଯିବା ବିରୁଦ୍ଧରେ ଏନସି-ପିଡ଼ିପି କର୍ମକର୍ତ୍ତା ନିଜ ନିଜର ଦଳୀୟ କାର୍ଯ୍ୟାଳୟ ଠାରେ ବିରୋଧ ପ୍ରଦର୍ଶନ କରିଥିଲେ। ଏନସି ମୁଖପାତ୍ର ଇମ୍ରାନ ନାବି ଦାର ଏବଂ ଦଳର ଯୁବ ଶାଖା ସଭାପତି ସଲମାନ ସାଗରଙ୍କ ସମେତ ଦଳୀୟ କର୍ମୀ ଦଳୀୟ କାର୍ଯ୍ୟାଳୟ ଠାରୁ ଏକ ରାଲି ବାହାର କରିଥିଲେ। ଦଳୀୟ କର୍ମକର୍ତ୍ତା ଗୁପକାର ରୋଡ ଆଡକୁ ଯିବାକୁ ଚେଷ୍ଟା କରିଥିଲେ ଯେଉଁଠାରେ ଅବଦୁଲ୍ଲାଙ୍କ ବାସଭବନ ରହିଛି। ହେଲେ ପୋଲିସ ସେମାନଙ୍କୁ ଦଳୀୟ କାର୍ଯ୍ୟାଳୟ ବାହାରେ ଅଟକାଇଥିଲା। ସେହିପରି ପିଡିପି କର୍ମକର୍ତ୍ତା ୩୭୦, ୩୫ଏ ଧାରା ପୁନଃର୍ବାର ଲାଗୁ କରିବା ଦାବିରେ ବିରୋଧ ପ୍ରଦର୍ଶନ କରିଥିଲେ।

Also Read: JK Assembly Poll: ଆସନ୍ତାବର୍ଷ ହୋଇପାରେ ନିର୍ବାଚନ; ସୀମା ପୁନଃନିର୍ଦ୍ଧାରଣ ପରେ ବଢିବ ୭ ଆସନ

ଜମ୍ମୁ କାଶ୍ମୀର (Jammu & Kashmir ) ଠାରେ ଅବସ୍ଥିତ ବିଧାନସଭା ଆସନର (Assembly Constituency) ସୀମା ପୁନଃନିର୍ଦ୍ଧାରଣ ଲାଗି ଗଠିତ କମିଶନ (Delimitation Commission for AC of JK) ଜମ୍ମୁ କ୍ଷେତ୍ରରେ (Jammu Region) ୬ ଏବଂ କାଶ୍ମୀର ଘାଟିରେ (Kashmir Valley) ଗୋଟିଏ ସିଟ୍ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ଗୁପକାର ମେଣ୍ଟ ଏହାକୁ କାଶ୍ମୀର ଉପତ୍ୟକା ପ୍ରତି ଅନ୍ୟାୟ ଏବଂ ରାଜ୍ୟ ପାଇଁ ବିଭାଜନକାରୀ ବୋଲି କହିଛି।