Presidential Election 2022: କାହିଁକି କମିଲା ସାଂସଦଙ୍କ ଭୋଟ ମୂଲ୍ୟ?
Advertisement
Article Detail0/zeeodisha/odisha1263547

Presidential Election 2022: କାହିଁକି କମିଲା ସାଂସଦଙ୍କ ଭୋଟ ମୂଲ୍ୟ?

ଏଥର ରାଷ୍ଟ୍ରପତି ନିର୍ବାଚନରେ ପ୍ରତ୍ୟେକ ସାଂସଦଙ୍କ ଭୋଟ ମୂଲ୍ ୭୦୦ ହେବ। ପୂର୍ବରୁ ଏହାର ମୂଲ୍ୟ ୭୦୮ ରହିଥିଲା। ଯାହା ବର୍ତ୍ତମାନ ପରିବର୍ତ୍ତିତ ହୋଇଛି। ଏକ ସମୟରେ ସାଂସଦଙ୍କ ଭୋଟ ମୂଲ୍ୟ ୭୦୨ ରହିଥିଲା।

Presidential Election 2022: କାହିଁକି କମିଲା ସାଂସଦଙ୍କ ଭୋଟ ମୂଲ୍ୟ?

Presidential Election 2022: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତ୍ୟେକ ସାଂସଦଙ୍କ ଭୋଟର ମୂଲ୍ୟ ହ୍ରାସ ପାଇଛି। ପୂର୍ବରୁ ଏହାର ପରିମାଣ ୭୦୮ ରହିଥିବା ବର୍ତ୍ତମାନ ଏହାର ମୂଲ୍ୟ ୭୦୦ ହୋଇଯାଇଛି। ଯାହାର କାରଣ ହେଉଛି ଜାମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ନହେବା। କାରଣ ରାଷ୍ଟ୍ରପତି ନିର୍ବାଚନରେ ସାଂସଦଙ୍କ ଭୋଟ ମୂଲ୍ୟ ଦିଲ୍ଲୀ, ପୁଦୁଚେରୀ, ଜାମୁ କାଶ୍ମୀର ସମେତ ଅନ୍ୟ ରାଜ୍ୟର ବିଧାନସଭାକୁ ନିର୍ବାଚିତ ହେଉଥିବା ସଦସ୍ୟଙ୍କ ସଂଖ୍ୟା ଉପରେ ଆଧାରିତ ହୋଇଥାଏ। 

ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ଅନୁପସ୍ଥିତିରେ ପ୍ରତ୍ୟେକ ସାଂସଦଙ୍କ ଭୋଟ୍ ମୂଲ୍ୟ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଏଥର ରାଷ୍ଟ୍ରପତି ନିର୍ବାଚନରେ ପ୍ରତ୍ୟେକ ସାଂସଦଙ୍କ ଭୋଟ ମୂଲ୍ ୭୦୦ ହେବ। ପୂର୍ବରୁ ଏହାର ମୂଲ୍ୟ ୭୦୮ ରହିଥିଲା। ଯାହା ବର୍ତ୍ତମାନ ପରିବର୍ତ୍ତିତ ହୋଇଛି। ଏକ ସମୟରେ ସାଂସଦଙ୍କ ଭୋଟ ମୂଲ୍ୟ ୭୦୨ ରହିଥିଲା।

ରାଷ୍ଟ୍ରପତି ନିର୍ବାଚନରେ ସଂସଦର ଉଭୟ ଗୃହ ରାଜ୍ୟସଭା ଏବଂ ଲୋକସଭାକୁ ନିର୍ବାଚିତ ହେଉଥିବା ସାଂସଦ ଏବଂ ଦେଶର ବିଭିନ୍ନ ରାଜ୍ୟର ବିଧାନସଭାକୁ ନିର୍ବାଚିତ ହେଉଥିବା ବିଧାୟକ ମତଦାନ କରିଥାନ୍ତି। ମାତ୍ର ସଂସଦର ଉଭୟ ଗୃହ ଏବଂ ବିଧାନସଭାକୁ ମନୋନୀତ ହେଉଥିବା ସଦସ୍ୟ, ବିଧାନ ପରିଷଦ ସଦସ୍ୟ ଉଭୟ ନିର୍ବାଚିତ ଏବଂ ମନୋନୀତ ସଦସ୍ୟ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବାକୁ ଯୋଗ୍ୟ ବିବେଚିତ ହୋଇନଥାନ୍ତି। ଅର୍ଥାତ କହିବାକୁ ଗଲେ ମନୋନୀତ ସାଂସଦ, ବିଧାୟକ ଏବଂ ବିଧାନ ପରିଷଦ ସଦସ୍ୟ ରାଷ୍ଟ୍ରପତି ନିର୍ବାଚନ ଲାଗି ହେଉଥିବା ମତଦାନରୁ ଦୂରେଇ ରହିଥାନ୍ତି।   

ଗତ ୨୦୧୯ ଅଗଷ୍ଟରେ ଲଦାଖ, ଜାମୁ କାଶ୍ମୀର ନାମର ଦୁଇଟି ପୃଥକ କେନ୍ଦ୍ର ଶାସିତ ଅଞ୍ଚଳ ଗଠିତ ହୋଇଥିଲା। ପୂର୍ବକୁ ଅବିଭକ୍ତ ଜାମୁ କାଶ୍ମୀର ରାଜ୍ୟରେ ୮୩ ବିଧାନସଭା ଆସନ ଥିଲା। ଜାମ୍ମୁ କାଶ୍ମୀର ପୁନର୍ଗଠନ ଅଧିନିୟମ ଅନୁଯାୟୀ ଜାମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଏକ ବିଧାନସଭା ରହିବ। ମାତ୍ର ଅନ୍ୟତମ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ପ୍ରଶାସନିକ ବ୍ୟବସ୍ଥା ସିଧାସଳଖ ସଂସଦ ଦ୍ୱାରା ପରିଚାଳିତ ହେବ। ଉପଯୁକ୍ତ ସମୟରେ ଜାମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ପୂର୍ଣ୍ଣ ପାହ୍ୟା ରାଜ୍ୟର ମାନ୍ୟତା ପ୍ରଦାନ କରିବେ କେନ୍ଦ୍ର ସରକାର।

ନିକଟରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ ଏଠାକାର ବିଧାନସଭା ନିର୍ବାଚନମଣ୍ଡଳୀର ସୀମା ପୁନନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବା ପରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଗତ ମାସରେ ଜାମୁ କାଶ୍ମୀର ପାଇଁ ସୀମା ପୁନନିର୍ଦ୍ଧାରଣ ଆୟୋଗ ଏହାର ଅନ୍ତିମ ନିର୍ଦ୍ଦେଶ ବାବଦରେ ଜଣାଇଛନ୍ତି। ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ୯୦ ସଦସ୍ୟ ବିଶିଷ୍ଟ ବିଧାନସଭା ରଖିବାକୁ ସୁପାରିଶ କରିଛନ୍ତି। ଜାମୁ କାଶ୍ମୀରର ସମସ୍ତ ନିର୍ବାଚନମଣ୍ଡଳୀର ସୀମା ପୁନନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବା ପରେ ଏଠାରେ ବିଧାନସଭା ନିର୍ବାଚନ ଲାଗି ଆହୁରି କିଛି ସମୟ ଲାଗିପାରେ।

ଦେଶରେ ଏହା ପ୍ରଥମ ଥର ହୋଇନାହିଁ ଯେତେବେଳେ କୌଣସି ରାଜ୍ୟର ବିଧାୟକ ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରିନାହାଁନ୍ତି। ୧୯୭୪ ମସିହାରେ ନବନିର୍ମାନ ଆନ୍ଦୋଳନ ପରେ ସେହି ବର୍ଷ ମାର୍ଚ୍ଚ ମାସରେ ମୋଟ ୧୮୨ ସଦସ୍ୟ ବିଶିଷ୍ଟ ଗୁଜୁରାଟ ବିଧାନସଭାକୁ ଭାଙ୍ଗି ଦିଆଯାଇଥିଲା। ସେତେବେଳେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଗୁଜୁରାଟ ବିଧାନସଭା ଗଠିତ ହୋଇ ପାରିନଥିଲା। ଏହି ନିର୍ବାଚନରେ ​​ଫଖରୁଦ୍ଦୀନ ଅଲୀ ଅହମ୍ମଦ ନିର୍ବାଚିତ ହୋଇଥିଲେ।

୧୯୯୭ ମସିହାରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ସାଂସଦଙ୍କ ଭୋଟ ମୂଲ୍ୟ ୭୦୮ ସ୍ଥିର କରାଯାଇଥିଲା। ୧୯୫୨ ମସିହାରେ ଅନୁଷ୍ଠିତ ହୋଇଥିବା ଦେଶର ପ୍ରଥମ ରାଷ୍ଟ୍ରପତି ନିର୍ବାଚନ ସମୟରେ ଜଣେ ସାଂସଦଙ୍କ ଭୋଟର ମୂଲ୍ୟ ୪୯୪ ଥିଲା। ୧୯୫୭ ରାଷ୍ଟ୍ରପତି ନିର୍ବାଚନରେ ​​ଏହା ସାମାନ୍ୟ ବୃଦ୍ଧି ପାଇ ୪୯୬ ହୋଇଥିଲା। ଏହା ପରେ ୧୯୬୨, ୧୯୬୭, ୧୯୬୯ ମସିହାରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ସାଂସଦଙ୍କ ଭୋଟ ମୂଲ୍ୟ ଯଥାକ୍ରମେ ୪୯୩ ଏବଂ ୫୭୬ ରହିଥିଲା। 

୧୯୬୯ ମସିହା ମେ ୩ ତାରିଖରେ ରାଷ୍ଟ୍ରପତି ଜାକିର ହୁସେନ୍‌ଙ୍କ ମୃତ୍ୟୁ ହେତୁ ସେହି ବର୍ଷ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୧୯୭୪ ମସିହା ରାଷ୍ଟ୍ରପତି ନିର୍ବାଚନରେ ​​ଜଣେ ସାଂସଦଙ୍କ ଭୋଟର ମୂଲ୍ୟ ୭୨୩ ରହିଥିଲା। ୧୯୭୭ ମସିହାରୁ ୧୯୯୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ସାଂସଦଙ୍କ ଭୋଟ ମୂଲ୍ୟ ୭୦୨ ସ୍ଥିର ହୋଇଥିଲା।

Also Read: Presidential Election 2022: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ମିଳିବ କେତେ ଭୋଟ?

Also Read: President Election 2022: ସଂଖ୍ୟା ବଳ ଆଧାରରେ କାହା ପଲ୍ଲା ଭାରୀ? ଏନଡିଏ ନା ବିରୋଧି