Maharashtra Politics: ଏକନାଥ ସିନ୍ଦେଙ୍କୁ କାହିଁକି କରାଯାଇଥିଲା ମୁଖ୍ୟମନ୍ତ୍ରୀ? କାରଣ କହିଲେ ବିଜେପି ନେତା
Advertisement
Article Detail0/zeeodisha/odisha1272230

Maharashtra Politics: ଏକନାଥ ସିନ୍ଦେଙ୍କୁ କାହିଁକି କରାଯାଇଥିଲା ମୁଖ୍ୟମନ୍ତ୍ରୀ? କାରଣ କହିଲେ ବିଜେପି ନେତା

Maharashtra Politics: ଗତ ଜୁନ ୩୦ ତାରିଖରେ ମହାରାଷ୍ଟ୍ର ବିଧାନସଭାର ସବୁଠାରୁ ବଡ ଦଳ ବିଜେପି ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। 

Maharashtra Politics: ଏକନାଥ ସିନ୍ଦେଙ୍କୁ କାହିଁକି କରାଯାଇଥିଲା ମୁଖ୍ୟମନ୍ତ୍ରୀ? କାରଣ କହିଲେ ବିଜେପି ନେତା

Maharashtra CM Eknath Shinde: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ଘଟଣାକ୍ରମ ମଧ୍ୟରେ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେପି ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଦେଇଛି। ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଦେବେନ୍ଦ୍ର ଫଡନାଭିସ୍ ପୁଣି ଥରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିବେ ବୋଲି ପ୍ରାୟ ନିଶ୍ଚିତ ଥିଲା। ହେଲେ ଶେଷ ମୁହୂର୍ତ୍ତରେ ବିଜେପି ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବିଜେପି ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତି ଉପରେ ଜବାବ ରଖି ବିରୋଧି ଦଳ ପକ୍ଷରୁ କୁହାଯାଇଥିଲା ଯେ ଏକାନଥ ସିନ୍ଦେ ନିଜେ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ। ସେ ସର୍ବଦା ବିଜେପି ଏବଂ ଦେବେନ୍ଦ୍ର ଫଡନାଭିସଙ୍କ ଚାପରେ ରହିବେ। 

ଦଳ କ'ଣ ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ। ଶନିବାର ସେ କହିଛନ୍ତି ଯେ ଦେବେନ୍ଦ୍ର ଫଡନାଭୀସଙ୍କ ବଦଳରେ ଏକନାଥ ସିନ୍ଦେଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଥିଲା। ପାନଭେଲ ଠାରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ କମିଟି ବୈଠକରେ ଯୋଗ ଦେଇ ସେ କହିଛନ୍ତି ଯେ ସଠିକ୍ ବାର୍ତ୍ତା ପଠାଇବାକୁ ଏପରି ଏକ ନିଷ୍ପତ୍ତି ନିଆଯାଇଥିଲା।

ଗତ ଜୁନ ୩୦ ତାରିଖରେ ମହାରାଷ୍ଟ୍ର ବିଧାନସଭାର ସବୁଠାରୁ ବଡ ଦଳ ବିଜେପି ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଦଳ ଏପରି ନିଷ୍ପତ୍ତି କାହିଁକି ନେଲା ତାହାର କାରଣ ଦର୍ଶାଇ ବିଜେପି ନେତା ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଆମକୁ ଏପରି ଜଣେ ନେତା ଦେବା ଆବଶ୍ୟକ ରହିଥିଲା ଯିଏ ସଠିକ୍ ବାର୍ତ୍ତା ଦେବ ଏବଂ ସ୍ଥିରତା ନିଶ୍ଚିତ କରିବ। କେନ୍ଦ୍ରୀୟ ନେତୃତ୍ୱ ଏବଂ ଦେବେନ୍ଦ୍ର ଫଡନାଭୀସ ଏକନାଥ ସିନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମେ ଅସନ୍ତୁଷ୍ଟ ରହିଥିଲୁ କିନ୍ତୁ ଆମକୁ ଏହି ନିଷ୍ପତ୍ତି ସ୍ୱୀକାର କରିବାକୁ ପଡିଥିଲା। 

ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲଙ୍କ ଏହି ବୟାନ ଉପରେ ଜବାବ ରଖି ରାଜ୍ୟ ବିଜେପି ନେତା ଆଶିଷ ଶେଲାର ଗଣମାଧ୍ୟମକୁ କହିଛନ୍ତି ଯେ ଏହା ଦଳର କିମ୍ବା ଦଳୀୟ ଅଧ୍ୟକ୍ଷଙ୍କ ଆଭିମୁଖ୍ୟ ନୁହେଁ। ବରଂ ସେ ଦଳୀୟ କର୍ମକର୍ତ୍ତାଙ୍କ ଭାବନାକୁ ଦର୍ଶାଇଛନ୍ତି।

Also Read: Presidential Election 2022: ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷଙ୍କ ବୟାନକୁ ନେଇ ସରଗରମ ରାଜନୀତି