Schocking News: ହେଲିପ୍ୟାଡ ଠାରେ ଜନସଭା କରି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha1363102

Schocking News: ହେଲିପ୍ୟାଡ ଠାରେ ଜନସଭା କରି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ

 

Madhya Pradesh: ପୂର୍ବରୁ ଥଣ୍ଡା ଚା ମିଳିବାକୁ ନେଇ ତାତି ଉଠିଛନ୍ତି  ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ।

Schocking News: ହେଲିପ୍ୟାଡ ଠାରେ ଜନସଭା କରି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ

Public Meeting at Helipad: ଥଣ୍ଡା ଚା ଅଧ୍ୟାୟ ପରେ ଏବେ ପୁଣି ଥରେ ଅନ୍ୟ ଏକ କାରଣକୁ ନେଇ ନେଇ ଚର୍ଚ୍ଚାକୁ ଆସୁଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ହେଲେ ସଦ୍ୟ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଏପରି ଏକ କାମ କରିଛନ୍ତି ଯାହା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁବାର ରାଜ୍ୟର ବାଲାଘାଟ ଜିଲ୍ଲାର କେନ୍ଦା ଟୋଲା ଠାରେ ପହଞ୍ଚିଥାନ୍ତେ ମୁଖ୍ୟମନ୍ତ୍ରୀ। ମାତ୍ର ପ୍ରବଳ ବର୍ଷା କାରଣରୁ ଉଡା଼ଣ ଭରି ପାରିନଥିଲା ତାଙ୍କ ହେଲିକ୍ୟାପ୍ଟର। ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହି ସମସ୍ୟାର ସମାଧାନ ଏକ ଅଭିନବ ଉପାୟରେ କରିଛନ୍ତି। 

ହେଲିପ୍ୟାଡ ଠାରୁ ଠିଆ ହୋଇ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ (Madhya Pradesh Chief Minister) ଶିବରାଜ ସିଂହ ଚୌହାନ (Shivraj Singh Chouhan)। କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିବା ବାଲାଘାଟ ଜିଲ୍ଲାର (Balaghat Dist) କେନ୍ଦା ଟୋଲା ଗ୍ରାମରେ ପହଞ୍ଚି ପାରି ନ ଥିବାରୁ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କୁ କ୍ଷମା ମାଗିଛନ୍ତି। ମୋବାଇଲ୍ ଫୋନ ଯୋଗେ କଥା ହେବାବେଳେ ସେ ପରବର୍ତ୍ତୀ ଶିବରରେ ପହଞ୍ଚିବାକୁ ନିଶ୍ଚିତ କରିଛନ୍ତି।

ହେଲିପ୍ୟାଡ ଠାରେ ଠିଆ ହୋଇଥିବା ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ମୋବାଇଲ ମାଧ୍ୟମରେ କହିଛନ୍ତି ଯେ, ବାଲାଘାଟ କେନ୍ଦାଟୋଲା ଗ୍ରାମର ଭାଇ ଭଉଣୀ, ଆଜି ପ୍ରତିକୂଳ ପାଗ ହେତୁ ମୁଁ ମୁଖ୍ୟମନ୍ତ୍ରୀ ଜନସେବା ଶିବିରକୁ ଆସି ପାରିବି ନାହିଁ। ଏହି ଶିବରରେ ଉପସ୍ଥିତ ରହିଥିବା ସମସ୍ତ ନାଗରିକଙ୍କୁ ମୁଁ କ୍ଷମା ମାଗୁଛି। ମୁଁ ନିଶ୍ଚିତ ଭାବରେ ଅନ୍ୟ କୌଣସି ସମୟରେ ଏଠାକୁ ଆସିବି ଏବଂ ଆପଣଙ୍କ ସହିତ କଥାବାର୍ତ୍ତା କରିବି।

Also Read: Shivraj Singh Chauhan: 'ମଧ୍ୟ ପ୍ରଦେଶ ହେଉଛି ମୋ ମନ୍ଦିର, ମୁଁ ଏହାର ପୂଜାରୀ'

ସେ କହିଛନ୍ତି ଯେ ଯେଉଁ ମୁଖ୍ୟମନ୍ତ୍ରୀ ଜନସେବା ଶିବିର ଆୟୋଜିତ ହେଉଛି, ଏହାର କେବଳ ଗୋଟିଏ ଉଦ୍ଦେଶ୍ୟ ରହିଛି। ତାହା ହେଉଛି ଯେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାର ଲାଭ ଉଠାଇବା ପାଇଁ ଜନସାଧାରଣଙ୍କୁ ସରକାରୀ କାର୍ଯ୍ୟାଳୟ ନ ଯିବା ପଡୁ। ସେମାନଙ୍କ ପଞ୍ଚାୟତରେ ଶିବିର ଆୟୋଜନ କରାଯିବା ଆବଶ୍ୟକ। ସରକାର ଏବଂ ପ୍ରଶାସନିକ ଅଧିକାରୀ ଏଠାକୁ  ଆସନ୍ତୁ ଏବଂ ଜନସାଧାରଣଙ୍କୁ ସରକାରୀ ଯୋଜନାର ଲାଭ ପ୍ରଦାନ କରନ୍ତୁ। 

ଗ୍ରାମବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେଠାରେ ଜିଲ୍ଲାପାଳ, ବିଭାଗୀୟ ଅଧିକାରୀ ଏବଂ ମନ୍ତ୍ରୀ ଉପସ୍ଥିତ ଅଛନ୍ତି। ସେମାନେ ଆବେଦନ ଗ୍ରହଣ କରି ହିତାଧିକାରୀଙ୍କୁ ସରକାରୀ ଯୋଜନାର ଲାଭ ପ୍ରଦାନ କରିବେ। ହେଲେ ପରେ ଯେବେ ମୁଖ୍ୟମନ୍ତ୍ରୀ ଜନସେବା ଶିବିର ଆୟୋଜିତ ହେବ ସେତେବେଳେ ମୁଁ ନିଜେ ଆପଣଙ୍କ ଗ୍ରାମକୁ ଆସି ସରକାରୀ ଯୋଜନାର ଲାଭ ଲୋକଙ୍କୁ ବାଣ୍ଟିବି ଏବଂ ଗ୍ରାମର ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବି। ଖରାପ ପାଗ ହେତୁ ଆଜି ମୁଁ  ଆପଣଙ୍କ ପାଖକୁ ଆସିବାକୁ ଅସମର୍ଥ। ସେଥିପାଇଁ ମୁଁ ଜନସାଧାରଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି।

Also Read: Madhya Pradesh: ଥଣ୍ଡା ଚା ମିଳିବାକୁ ନେଇ ତାତି ଉଠିଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ

ମଧ୍ୟ ପ୍ରଦେଶ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀ ଜନସେବା ଶିବିର ନାମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଯାହାର ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ କିପରି ସୁବିଧାରେ ସରକାରୀ ଯୋଜନାର ଲାଭ ମିଳିପାରିବ। ଏହି କାର୍ଯ୍ୟକ୍ରମ ଅଧିନରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ନିଜେ ରାଜ୍ୟର ବିଭିନ୍ନ ଗ୍ରାମକୁ  ଯାଇ ବିଭିନ୍ନ ସରକାରୀ ଯୋଜନାର ଲାଭ ଲୋକଙ୍କୁ ବାଣ୍ଟିଥାନ୍ତି। ଏହା ସହିତ ସେ ଗ୍ରାମବାସୀଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ସମସ୍ୟାର ସମାଧାନ କରିଥାନ୍ତି।