Assam Assembly Elections 2021: ଶାସକ ଏନଡିଏ ମେଣ୍ଟରେ ସରିଲା ଆସନ ଭାଗବଣ୍ଟା
Advertisement
Article Detail0/zeeodisha/odisha861068

Assam Assembly Elections 2021: ଶାସକ ଏନଡିଏ ମେଣ୍ଟରେ ସରିଲା ଆସନ ଭାଗବଣ୍ଟା

ଗତ ୪ ତାରିଖ ଗୁରୁବାର ଆୟୋଜିଥିବା ଦଳର କେନ୍ଦ୍ରୀୟ ନିର୍ବାଚନ ଆୟୋଗ ବୈଠକ ପରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ୯୨ ଆସନ ମଧ୍ୟରୁ ୭୦ ସିଟ୍ ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେପି। 

Assam Assembly Elections 2021: ଶାସକ ଏନଡିଏ ମେଣ୍ଟରେ ସରିଲା ଆସନ ଭାଗବଣ୍ଟା

ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ଚାଚନ ୨୦୨୧ ଲାଗି ତାରିଖ ହୋଇସାରିଛି ଘୋଷଣା। ଦିନକୁ ଦିନ ସମୟ ପାଖେଇ ଆସୁଥିବା ବେଳେ ନିର୍ବାଚନ ସମ୍ପର୍କିତ ପ୍ରସ୍ତୁତି କାର୍ଯ୍ୟ ଜାରି ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଆଉ ଏହି କ୍ରମରେ ରାଜ୍ୟ ତଥା କେନ୍ଦ୍ରରେ କ୍ଷମତାସୀନ ଶାସକ ଏନଡିଏ ମେଣ୍ଟରେ ହୋଇସାରିଛି ଆସନ ଭାଗବଣ୍ଟା।

ଏଥରର ନିର୍ବାଚନରେ ରାଜ୍ୟର ମୋଟ ୧୨୬ ବିଧାନସଭା ଆସନ ମଧ୍ୟରୁ ବିଜେପିକୁ (BJP) ସର୍ବାଧିକ ୯୨ ଆସନ ମିଳିଛି। ସେହିପରି ଶାସକ ଏନଡିଏ ମେଣ୍ଟରେ (NDA Alliance) ସାମିଲ ଥିବା ଅନ୍ୟ ସହଯୋଗୀ ଆସାମ ଗଣ ପରିଷଦ-ଏଜିପି (Asom Gana Parishad-AGP) ୨୬ ଏବଂ ୟୁନାଇଟେଡ ପିପୁଲ୍ସ ପାର୍ଟି ଲିବେରାଲ-ୟୁପିପିଏଲ (United Peoples Party Liberal-UPPL) ୮ଟି ଆସନରେ ପ୍ରତିଦ୍ୱନ୍ଦିତା କରିବେ। 

Also Read: West Bengal Assembly Poll 2021 : ଜାଣନ୍ତୁ କେଉଁ ଆସନରୁ କିଏ ହେଲେ ବିଜେପି ପ୍ରାର୍ଥୀ?

ଗତ ୪ ତାରିଖ ଗୁରୁବାର ଆୟୋଜିଥିବା ଦଳର କେନ୍ଦ୍ରୀୟ ନିର୍ବାଚନ ଆୟୋଗ ବୈଠକ ପରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ୯୨ ଆସନ ମଧ୍ୟରୁ ୭୦ ସିଟ୍ ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଏଥର ୪ ଅନୁସୂଚିତ ଜାତି ଏବଂ ୧୧ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ ମିଳିଛି। ଗତ ୨୦୧୬ ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇଥିବା ୧୧ ବିଧାୟକଙ୍କ ଟିକେଟ କାଟିଛି ଦଳ। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ମାଜୁଲି, ଦଳର ବରିଷ୍ଠ ନେତା ତଥା ହିମନ୍ତ ବିଶ୍ୱ ଶର୍ମା ଜାଲୁକତବାରି, ଆସାମ ବିଜେପି ଅଧ୍ୟକ୍ଷ ରଞ୍ଜିତ ଦାସ ପଚାର ଖୁସି ଆସନରୁ ନିର୍ବାଚନ ଲଢିବେ।  

Also Read: West Bengal Election 2021: ସରିଲା ଆସନ ବୁଝାମଣା, ଏତିକି ଆସନରେ ଲଢିବେ TMC-GJM

 

ଗତ ୨୦୧୬ ବିଧାନସଭା ନିର୍ବାଚନରେ ବିଜେପି ୬୦ ଏବଂ ସହଯୋଗୀ ଏଜିପି ୧୪ ଆସନ ପାଇଥିଲେ। ଶାସକ ଏନଡିଏ ମେଣ୍ଟର ଅନ୍ୟତମ ଅଂଶୀଦାର ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ-ବିପିଏଫ (Bodoland Peoples Front-BPF) ୧୨ ସିଟ୍ ପାଇଥିଲା।  

Also Read: West Bengal Election 2021: ରାଜନେତାଙ୍କ ପରେ BJP ହାତ ଧରିବେ ସେଲିବ୍ରିଟି

 

ହେଲେ ଏଥର ବିପିଏଫ ଶାସକ ଏନଡିଏ ମେଣ୍ଟ ଛାଡି ବିରୋଧି କଂଗ୍ରେସ ନେତୃତ୍ୱାଧିନ ମହାଜୋତ (Mahajot) ଗଠବନ୍ଧନରେ ସାମିଲ ହୋଇଛି। ଅନ୍ୟପଟେ ନବଗଠିତ ୟୁପିପିଏଲ ଏଥର ଶାସକ ଦଳ ସହ ମେଣ୍ଟ କରି ନିର୍ବାଚନ ଲଢୁଛି।  

Also Read: Election 2021: ୪ ରାଜ୍ୟ, ପୁଦୁଚେରୀ ପାଇଁ ତାରିଖ ଘୋଷଣା

ଆସାମ ବିଧାନସଭା ନିର୍ବାଚନ ୨୦୨୧ ଲାଗି ୨୭ ମାର୍ଚ୍ଚ ୧ମ ପର୍ଯ୍ୟାୟରେ ୪୭, ୧ ଅପ୍ରେଲ ୨ୟ ପର୍ଯ୍ୟାୟରେ ୩୯, ୬ ଅପ୍ରେଲ ୩ୟ ପର୍ଯ୍ୟାୟରେ ୪୦ ଆସନ ଲାଗି ଭୋଟଗ୍ରହଣ ଅନୁଷ୍ଠିତ ହେବ। ଆସନ୍ତା ମେ ୨ ତାରିଖର ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।