Presidential Election 2022: ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ, ନିର୍ଭୟରେ କହିଲେ କାରଣ
Advertisement
Article Detail0/zeeodisha/odisha1262916

Presidential Election 2022: ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ, ନିର୍ଭୟରେ କହିଲେ କାରଣ

 ଦଳ ବିରୁଦ୍ଧରେ ଯାଇ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ, ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି। କିଛି ଲୋକ କଂଗ୍ରେସ ବିଧାୟକଙ୍କୁ ପ୍ରସଂସା କରିଥିବା ବେଳେ ଦଳୀୟ ନେତାମାନେ ତାଙ୍କର ଏହି ନିଷ୍ପତ୍ତିକୁ ଦୃଢ ନିନ୍ଦା କରିଛନ୍ତି।

ଡିଜାଇନ୍ ଫଟୋ
Presidential Election 2022: ଦେଶର ସର୍ବୋଚ୍ଚ ପଦବୀ ପାଇଁ ମତଦାନ ଚାଲିଛି। ଏହାରି ମଧ୍ୟରେ ଏକ ଚାଞ୍ଚଲ୍ୟକର ଖବର ଆସିଛି। ଦଳ ବିରୁଦ୍ଧରେ ଯାଇ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ, ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି। କିଛି ଲୋକ କଂଗ୍ରେସ ବିଧାୟକଙ୍କୁ ପ୍ରଶଂସା କରିଥିବା ବେଳେ ଦଳୀୟ ନେତାମାନେ ତାଙ୍କର ଏହି ନିଷ୍ପତ୍ତିକୁ ଦୃଢ ନିନ୍ଦା କରିଛନ୍ତି।
 
ରାଷ୍ଟ୍ରପତି ନିର୍ବାଚନରେ ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ୍ ଦେବା ପାଇଁ କଂଗ୍ରେସ ନିଜ ସାଂସଦ ଓ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ଦଳୀୟ ନିଷ୍ପତ୍ତି ବିରୁଦ୍ଧରେ ଯାଇ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଭୋଟ ଦେଇଛନ୍ତି। ଭୋଟ ଦେଲା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସମ୍ବିଧାନର ସର୍ବୋଚ୍ଚ ପଦ ପାଇଁ ହ୍ୱିପ୍ ନଥାଏ, ଜଣେ ଓଡ଼ିଆ ଲୋକ ହୋଇଥିବାରୁ ନିଜ ବିବେକ ଦୃଷ୍ଟିରୁ ଏବଂ ବହୁ ଓଡ଼ିଆଙ୍କ ଅନୁରୋଧ ରକ୍ଷା କରି ସେ ଦ୍ରୌପଦୀ ମୁର୍ମୁଙ୍କୁ ମୋ ଭୋଟ୍ ଦେଇ ଥିବା  କଂଗ୍ରେସ ବିଧାୟକ ସଫେଇ ଦେଇଛନ୍ତି।
 
 
ବାରବାଟୀ ବିଧାୟକ କହିଛନ୍ତି, 'ମୁଁ ମୋ ବିବେକ ଅନୁସାରେ ଭୋଟ ଦେଇଛି। ଆଉ ଭାବୁଛି ଭୋଟ ଦେଇ ମୁଁ ଠିକ୍ କରିଛି। ମୋ ନିର୍ବାଚନ ମଣ୍ଡଳୀର ଲୋକମାନେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପାଇଁ ପରାମର୍ଶ ଓ ଅନୁରୋଧ କରିଥିଲେ। ସେହି ଅନୁସାରେ ମୁଁ ସ୍ଵାଧୀନ ହୋଇ ଭୋଟ ଦେଇଛି। ଯଦି ଦଳ ବିରୋଧୀ କାମ କହି ଦଳ ମୋ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନେଲା ତାହା ମୁଁ ମିଡିଆରେ କହିବି ନାହିଁ। ତଥାପି ଅପେକ୍ଷା କରିଛି ଦଳ କି ନିଷ୍ପତ୍ତି ନେଉଛି।'
 
ଦ୍ରୌପଦୀ ମୁର୍ମୁଙ୍କୁ ମୋକିମଙ୍କ ଭୋଟ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଲେ, 'ଘଟଣା ହାଇକମାଣ୍ଡକୁ ଜଣାଇବୁ, ହାଇକମାଣ୍ଡଙ୍କ ନିଷ୍ପତ୍ତି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।' ବରିଷ୍ଠ କଂଗ୍ରେସ ନେତା  କହିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନ ପାଇଁ ସମସ୍ତେ ସ୍ବଇଚ୍ଛାରେ ଭୋଟ ଦେଇ ପାରିବେ, କିନ୍ତୁ ଦଳ ଭିତରେ ଆଲୋଚନା କରି ଭୋଟ ଦିଆଯାଏ। ବିଧାୟକ ତାରାବାହିନୀ ପତିଙ୍କ କହିବା ହେଲା, ରାଷ୍ଟ୍ରପତି ନିର୍ବାଚନ ନେଇ ୩ଥର ମିଟିଂ ହୋଇଛି। ତାଙ୍କର ଯଦି ଆଉ କାହାକୁ ଭୋଟ ଦେବାର ଥିଲା, ପୂର୍ବରୁ କହିପାରିଥାଆନ୍ତେ।
 
 
ଅନ୍ୟପଟେ, ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବାରୁ ମହମ୍ମଦ ମୋକିମଙ୍କୁ ବିଜେପି ଧନ୍ୟବାଦ ଜଣାଇଛି। ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି, 'ମୋହମଦ ମୋକିମ ପାଟି କଥା ନ ଶୁଣି ମାଟି କଥା ଶୁଣିଛନ୍ତି। ଏମିତି ଆହୁରି ଅନେକ ନେତା ଅଛନ୍ତି ଯେଉଁମାନେ ଦ୍ରୌପଦୀଙ୍କୁ ଭୋଟ ଦେବେ। ଆମେ ଖବର ପାଉଛୁ।' ସେପଟେ, କଂଗ୍ରେସ ବିଧାୟକ ଖୁବଶୀଘ୍ର କଂଗ୍ରେସର ହାତ ଛାଡି ବିଜେଡି କିମ୍ବା ବିଜେପିରେ ସାମିଲ ହୋଇପାରନ୍ତି। ରାଷ୍ଟ୍ରପତି ନିର୍ବାଚନ ଏଥିପାଇଁ ମୋକିମଙ୍କୁ ଏକ ମଉକା ଦେଇଛି ବୋଲି ବୋଲି ଚର୍ଚ୍ଚା ଚାଲିଛି।