ଅନୀଲଙ୍କ ସ୍ଥାନ ନେବେ ଦିଲୀପ
Advertisement
Article Detail0/zeeodisha/odisha878978

ଅନୀଲଙ୍କ ସ୍ଥାନ ନେବେ ଦିଲୀପ

ପୂର୍ବରୁ ଦିଲୀପ ୱାଲସେ ପାଟିଲେ (Dilip Walse Patil) ମହାରାଷ୍ଟ୍ରର ଅବକାରୀ ଓ ଶ୍ରମ ମନ୍ତ୍ରୀ ଥିଲେ। ସେ ୬ ଥର ମହାରାଷ୍ଟ୍ରର ଅମ୍ବେଗାଁଓ ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇଛନ୍ତି।

ଡିଜାଇନ ଫଟୋ

ମୁମ୍ବାଇ: ଦିଲୀପ ୱାଲସେ ପାଟିଲ ହେବେ  ମହାରାଷ୍ଟ୍ରର ପରବର୍ତ୍ତୀ ଗୃହମନ୍ତ୍ରୀ। ଅନୀଲ ଦେଶମୁଖଙ୍କ ଇସ୍ତଫାର କିଛି ସମୟ ପରେ ରାଜ୍ୟ ସରକାର ନୂଆ ଗୃହମନ୍ତ୍ରୀଙ୍କ ନାମ ଘୋଷଣା କରିଛନ୍ତି । ପୂର୍ବରୁ ଦିଲୀପ ୱାଲସେ ପାଟିଲେ (Dilip Walse Patil) ମହାରାଷ୍ଟ୍ରର ଅବକାରୀ ଓ ଶ୍ରମ ମନ୍ତ୍ରୀ ଥିଲେ। ସେ ୬ ଥର ମହାରାଷ୍ଟ୍ରର ଅମ୍ବେଗାଁଓ ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇଛନ୍ତି।

CBI ଅନିଲ ଦେଶମୁଖଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ କରିବାକୁ ସୋମବାର ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିବାର ୩ ଘଣ୍ଟା ମଧ୍ୟରେ ଦେଶମୁଖ ରାଜ୍ୟ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଇସ୍ତଫା ପତ୍ରକୁ ସେ ଟ୍ୱିଟରର ମଧ୍ୟ ସେୟାର କରିଥିଲେ। ସେପଟେ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଇସ୍ତଫାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି। ଅନୀଲଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ କଂଗ୍ରେସ ନେତା ତଥା ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ନୱାବ ମଲିକ ସମ୍ପୂର୍ଣ୍ଣ ଭିତ୍ତିହୀନ କହିଥିବାବେଳେ ଗୃହମନ୍ତ୍ରୀଙ୍କ ଇସ୍ତଫାକୁ ନେଇ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

Also Read: ମହାରାଷ୍ଟ୍ରରେ ରାଜନୈତିକ ଝଡ଼! ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅନିଲ ଦେଶମୁଖ

ଆସନ୍ତା ୧୫ ଦିନ ମଧ୍ୟରେ ଅନିଲ ଦେଶମୁଖ (Anil Deshmukh) ଙ୍କ ବିରୋଧରେ ହୋଇଥିବା ଅଭିଯୋଗ ତଦନ୍ତର ପ୍ରଥମ ରିପୋର୍ଟ ଦାଖଲ କରିବାକୁ CBIକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ତଦନ୍ତରେ ଦେଶମୁଖଙ୍କ ବିରେଧରେ ପ୍ରମାଣ ମିଳିଲେ CBI ନିଜ ତରଫରୁ ମାମଲା ରୁଜୁ କରିପାରିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ସୋମବାର ବମ୍ବେ ହାଇକୋର୍ଟ (Bombay High Court) ଙ୍କ ରାୟ ପ୍ରକାଶ ପରେ NCP ଅଧ୍ୟକ୍ଷ ଶରଦ ପାୱାର (Sarad Pawar) ଜରୁରୀ ବୈଠକ କରିଥିଲେ। ଏଥିରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ଅନୀଲ ଦେଶମୁଖ, ସୁପ୍ରିୟା ସୁଲେ ମଧ୍ୟ ସାମିଲ ହୋଇଥିଲେ। ଅନୀଲଙ୍କ ବିରୋଧରେ ପୂର୍ବତନ ପୋଲିସ କମିଶନର ପରମବୀର ସିଂହ, ମାସକୁ ଶହେ କୋଟି ଟଙ୍କା ମାଗୁଥିବା ଅଭିଯୋଗ କରିଥିଲେ। ପୋଲିସ କମିଶନର ପଦରୁ ବଦଳି ହେବାର ଗୋଟିଏ ଦିନ ପରେ ପରମବୀର ସିଂହ ସାମ୍ବାଦିକ ସମ୍ମିଳନୀ କରି ଗୃହମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। 

Also Read: ଗୃହମନ୍ତ୍ରୀଙ୍କୁ ଜବାବ ମାଗିଲା 'Saamana'; BJP କହିଲା ନାଟକ ବନ୍ଦ କରୁ Shivsena

ଗତ ୨୫ ତାରିଖପେ ପରମବୀର (Paramveer Singh) ଙ୍କ ଅଭିଯୋଗ ପରେ ମେଣ୍ଟ ସରକାର ମଧ୍ୟରେ ହିଁ ପ୍ର ଭିନ୍ନ ମତ କାଶ ପାଇଥିଲା। ଅଭିଯୋଗ ଉପରେ ଶିବସେନା (Shivsena) ନିରବ ରହିବାବେଳେ ଏନସିପି ଓ କଂଗ୍ରେସ ଅଭିଯୋଗକୁ ଖଣ୍ଡନ କରିଆସୁଥିଲେ। ଏବେ ଗୃହମନ୍ତ୍ରୀଙ୍କ ଇସ୍ତଫା ପରେ ପରମବୀରଙ୍କ ଅଭିଯୋଗ ସତ୍ୟ କମ୍ବା ଦେଶମୁଖ ଦୁର୍ନୀତିଗ୍ରସ୍ତ ତାହା CBI ରିପୋର୍ଟ ହିଁ କହିବ।