ଉଠିବ-ପଡିବ ଉତ୍ତର ପ୍ରଦେଶ! ଉନ୍ନାଓରେ କଂଗ୍ରେସର ମାଷ୍ଟର ପ୍ଲାନ୍, ଏମିତି ବିଗାଡିବ ବିଜେପିର ଖେଳ
Advertisement

ଉଠିବ-ପଡିବ ଉତ୍ତର ପ୍ରଦେଶ! ଉନ୍ନାଓରେ କଂଗ୍ରେସର ମାଷ୍ଟର ପ୍ଲାନ୍, ଏମିତି ବିଗାଡିବ ବିଜେପିର ଖେଳ

ଏହି ଅବସରରେ ପ୍ରିୟଙ୍କା କହିଛନ୍ତି ଯେ, ପ୍ରଥମ ଥର ପାଇଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମହିଳାମାନେ ସଂଘର୍ଷପୂର୍ଣ୍ଣ ଓ ସାହସୀ ମହିଳା ଅଟନ୍ତି । କଂଗ୍ରେସ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ।

ଉଠିବ-ପଡିବ ଉତ୍ତର ପ୍ରଦେଶ! ଉନ୍ନାଓରେ କଂଗ୍ରେସର ମାଷ୍ଟର ପ୍ଲାନ୍, ଏମିତି ବିଗାଡିବ ବିଜେପିର ଖେଳ

ନୂଆଦିଲ୍ଲୀ: UP Assembly Elections 2022: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (UP Polls 2022) ପାଇଁ କଂଗ୍ରେସ (Congress) ପ୍ରଥମ ତାଲିକା ପ୍ରକାଶ କରିଛି । ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା (Priyanka Gandhi Vadra) କଂଗ୍ରେସର ପ୍ରଥମ ତାଲିକା (Congress First list of UP candidate) ଜାରି କରିଛନ୍ତି । ଏହି ତାଲିକାରେ ୫୦ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ୧୨୫ ଜଣ ପ୍ରାର୍ଥୀ ଅଛନ୍ତି । ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ମା'ଙ୍କୁ ମଧ୍ୟ କଂଗ୍ରେସ ପ୍ରାର୍ଥୀ କରିଛି । ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, କଂଗ୍ରେସ ପ୍ରାର୍ଥୀମାନଙ୍କ ମଧ୍ୟରେ ମହିଳା ତଥା କିଛି ସାମ୍ବାଦିକ, ଜଣେ ଅଭିନେତ୍ରୀ ଏବଂ ଜଣେ ସାମାଜିକ କର୍ମୀ ମଧ୍ୟ ଅଛନ୍ତି ।

ବଡ଼ ନାମ ବିଷୟରେ କହିବାକୁ ଗଲେ ସଲମାନ ଖୁର୍ସିଦ (Salman Khurshid) ଙ୍କ ପତ୍ନୀ ଲୁଇସ୍ ଖୁର୍ସିଦଙ୍କୁ ଟିକେଟ ମିଳିଛି । କଂଗ୍ରେସ ଆଶା ସିଂ (Asha Singh) ଙ୍କୁ ଉନ୍ନାଓରୁ ମୈଦାନକୁ ଓହ୍ଲାଇଛି । ଏହା ବ୍ୟତୀତ NRC-CAA ବିରୋଧରେ ଆନ୍ଦୋଳନ କରିଥିବା ସଦଫ ଜାଫରଙ୍କୁ ପ୍ରାର୍ଥୀ କରାଯାଇଛି । ଏହା ବ୍ୟତୀତ ପୁଣମ୍ ପାଣ୍ଡେ (Poonam Pandey) ଙ୍କୁ ଟିକେଟ୍ ମିଳିଛି, ସେ ଜଣେ ଆଶା କର୍ମୀ ।

ଏହି ଅବସରରେ ପ୍ରିୟଙ୍କା କହିଛନ୍ତି ଯେ, ପ୍ରଥମ ଥର ପାଇଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମହିଳାମାନେ ସଂଘର୍ଷପୂର୍ଣ୍ଣ ଓ ସାହସୀ ମହିଳା ଅଟନ୍ତି । କଂଗ୍ରେସ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ।

କଂଗ୍ରେସ ତାଲିକା ପ୍ରକାଶ କରି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଆମର ଉନ୍ନାଓ ପ୍ରାର୍ଥୀ ହେଉଛନ୍ତି ଉନ୍ନାଓ ଗଣଦୁଷ୍କର୍ମ ପୀଡି଼ତାଙ୍କ ମା । ଆମେ ସେମାନଙ୍କୁ ସୁଯୋଗ ଦେଇଛୁ, ସେମାନେ ନିଜ ସଂଘର୍ଷ ଜାରି ରଖୁ । ଯେଉଁ କ୍ଷମତା ମାଧ୍ୟମରେ ତାଙ୍କ ଝିଅ ସହ ଅତ୍ୟାଚାର ହୋଇଛି, ତାଙ୍କ ପରିବାର ବର୍ବାଦ ହୋଇଯାଇଛି, ସେହି କ୍ଷମତା ସେମାନେ ମଧ୍ୟ ହାସଲ କରୁ । ରାହୁଲ ଗାନ୍ଧୀ ମଧ୍ୟ ଏହା ଉପରେ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି, ଉନ୍ନାଓରେ ଯେଉଁ ଝିଅ ସହ ବିଜେପି ଅନ୍ୟାୟ କରିଛି, ଏବେ ସେ ନ୍ୟାୟର ଚେହେରା ହେବେ- ଲଢ଼ିବେ, ଜିତିବେ!

ସେପଟେ ସୋନଭଦ୍ର ନରସଂହାରର ପୀଡ଼ିତଙ୍କ ମଧ୍ୟରୁ ଜଣେ ରାମରାଜ ଗୋଣ୍ଡଙ୍କୁ ମଧ୍ୟ ଟିକେଟ୍ ଦିଆଯାଇଛି । ସେହିପରି ଆଶା ଭଉଣୀମାନଙ୍କ ମଧ୍ୟରୁ ପୁଣମ୍ ପାଣ୍ଡେଙ୍କୁ ମଧ୍ୟ ପ୍ରାର୍ଥୀ କରାଯାଇଛି । ପ୍ରିୟଙ୍କା କହିଛନ୍ତି ଯେ କୋରୋନାରେ ବହୁତ କାମ କରିବା ସତ୍ତ୍ୱେ ଆଶା ଭଉଣୀମାନଙ୍କ ସହ ମାରପିଟ କରାଯାଇଛି । ସଦଫଙ୍କ ବିଷୟରେ କୁହାଯାଇଛି ଯେ CAA-NRC ସମୟରେ ସଂଘର୍ଷ କରିବା ଯୋଗୁଁ ସରକାର ତାଙ୍କ ଫଟୋ ପୋଷ୍ଟରରେ ଛାପି ତାଙ୍କୁ ହଇରାଣ କରିଥିଲେ ।

ଏହା ବି ପଢ଼ନ୍ତୁ:-ୟୁପି ନିର୍ବାଚନ ପୂର୍ବରୁ ୨ ଦିନରେ ୭ ଜଣ ବିଧାୟକ ଛାଡ଼ିଲେ ବିଜେପିର ସାଥ୍, ବର୍ତ୍ତମାନ ଆହୁରି ଲାଗିପାରେ ୧୩ ବିଧାୟକଙ୍କ ଇସ୍ତଫାର ଝଟକା

ଏହା ବି ପଢ଼ନ୍ତୁ:-ଟେନସନ୍ ବଢ଼ାଇଲା କୋରୋନା: ଦିନକରେ ଚିହ୍ନଟ ହେଲା ପ୍ରାୟ ୨ ଲକ୍ଷ ୪୭ ହଜାରରୁ ଉର୍ଦ୍ଧ୍ୱ ମାମଲା, ଆଖି ବୁଜିଲେ ଏତିକି ସଂକ୍ରମିତ

ଏହା ବି ପଢ଼ନ୍ତୁ:-ୟୁପି ନିର୍ବାଚନ ପୂର୍ବରୁ ବିଜେପିକୁ ଆଉ ଏକ ଶକ୍ତ ଧକ୍କା, ଯୋଗୀ କ୍ୟାବିନେଟରୁ ଇସ୍ତଫା ଦେଲେ ମନ୍ତ୍ରୀ ଦାରା ସିଂ ଚୌହାନ

ଏହା ବି ପଢ଼ନ୍ତୁ:-ତାଲିବାନକୁ ଏହି ଚ୍ୟାଲେଞ୍ଜ ଦେଲା ପାକିସ୍ତାନ, କହିଲା-ଯଦି ବିଫଳ ହେବ ତ...

ସୂଚନାଯୋଗ୍ୟ, ୟୁପି ବିଧାନସଭାରେ ମୋଟ ୪୦୩ଟି ଆସନ ଅଛି ଯେଉଁଠାରେ ସାତୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଉତ୍ତର ପ୍ରଦେଶରେ ଫେବୃଆରୀ ୧୦ରେ ପ୍ରଥମ ପର୍ଯ୍ୟାୟର ମତଦାନ ହେବ, ଫେବୃଆରୀ ୧୪ରେ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରେ ମତଦାନ ହେବ ଏହାସହ ପଞ୍ଜାବରେ ଗୋଟିଏ ପର୍ଯ୍ୟାୟ, ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟ, ଗୋଆରେ ଗୋଟିଏ ପର୍ଯ୍ୟାୟ ମତଦାନ ଶେଷ ହେବ । ଫେବୃଆରୀ ୨୦ରେ ଉତ୍ତର ପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଫେବୃଆରୀ ୨୩ରେ ଉତ୍ତର ପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଫେବୃଆରୀ ୨୭ରେ ଉତ୍ତର ପ୍ରଦେଶର ପଞ୍ଚମ ପର୍ଯ୍ୟାୟ ଓ ମଣିପୁରର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ ।

ମାର୍ଚ୍ଚ ୩ରେ ଉତ୍ତର ପ୍ରଦେଶରେ ଷଷ୍ଠ ପର୍ଯ୍ୟାୟ ଓ ମଣିପୁରର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ମାର୍ଚ୍ଚ ୭ରେ ଉତ୍ତର ପ୍ରଦେଶର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହେବ । ମାର୍ଚ୍ଚ ୧୦ରେ ଫଳାଫଳ ଆସିବ ।