WB Assembly Election 2021: ଅଷ୍ଟମ ପର୍ଯ୍ୟାୟରେ ୩୫ ଆସନରେ ଚାଲିଛି ଭୋଟଗ୍ରହଣ
Advertisement

WB Assembly Election 2021: ଅଷ୍ଟମ ପର୍ଯ୍ୟାୟରେ ୩୫ ଆସନରେ ଚାଲିଛି ଭୋଟଗ୍ରହଣ

ଅଷ୍ଟମ ପର୍ଯ୍ୟାୟ ଭୋଟଗ୍ରହଣ ବେଳେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଲାଗି ୬୪୧ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ କରାଯାଇଛି।

WB Assembly Election 2021: ଅଷ୍ଟମ ପର୍ଯ୍ୟାୟରେ ୩୫ ଆସନରେ ଚାଲିଛି ଭୋଟଗ୍ରହଣ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ଏପ୍ରିଲ ୨୯ ତାରିଖ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ଅଷ୍ଟମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ। ଏହି ପର୍ଯ୍ୟାୟରେ ରାଜ୍ୟର ୪ ଜିଲ୍ଲାର ୩୫ ଆସନ ଲାଗି ହେଉଛି ମତଦାନ। ମଧ୍ୟାନ୍ନ ଗୋଟାଏ ପର୍ଯ୍ୟନ୍ତ ୫୫.୧୯ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ ଭୋଟଦାନ। 

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ (West Bengal Assembly Election 2021) ଲାଗି ଅଷ୍ଟମ ତଥା ଅନ୍ତିମ ପର୍ଯ୍ୟାୟରେ ରାଜ୍ୟର ୪ ଜିଲ୍ଲା ଯଥା ମାଲଦାର ୬, ବୀରଭୂମର ୧୧, ମୁର୍ଶିଦାବାଦର ୧୧ ଏବଂ ଉତ୍ତର କୋଲକାତାର ୭ ଆସନ ଲାଗି ଜାରି ରହିଛି ମତଦାନ। ମୋଟ ୧୧,୮୬୦ ଭୋଟଗ୍ରହଣ କେନ୍ଦ୍ରରେ ଜାରି ରହିଛି ଭୋଟଦାନ ପ୍ରକ୍ରିୟା।    

Also Read: WB Assembly Election 2021: ସପ୍ତମ ପର୍ଯ୍ୟାୟରେ ୩୪ ଆସନ ପାଇଁ ଭୋଟଗ୍ରହଣ ଶେଷ

ଅନ୍ତିମ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨୮୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୮୪ ଲକ୍ଷ ୭୭ ହଜାର ୭୨୮ ମତଦାତା। କେବଳ କୋଲକାତାକୁ ଛାଡି ବାକି ୩ ଜିଲ୍ଲାର କେତେକ ବିଧାନସଭା ଆସନରେ ଗତ ୨୬ ତାରିଖରେ ଅନୁଷ୍ଠିତ ହୋଇଥିବା ସପ୍ତମ ପର୍ଯ୍ୟାୟ ଭୋଟଗ୍ରହଣ ବେଳେ ହୋଇସାରିଛି ମତଦାନ। 

ଅଷ୍ଟମ ପର୍ଯ୍ୟାୟ ଭୋଟଗ୍ରହଣ ବେଳେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଲାଗି ୬୪୧ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ କରାଯାଇଛି। କେବଳ ବୀରଭୂମ ଜିଲ୍ଲାରେ ୨୨୪ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ହୋଇଛି। ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ବେଳେ  ହୋଇଥିବା ହିଂସାକାଣ୍ଡକୁ ନଜରରେ ରଖି ବାକି ୪ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ପୂର୍ବାପେକ୍ଷା ଆହୁରି ମଜବୁତ କରାଯାଇଛି।   

Also Read: WB Assembly Election 2021: ସପ୍ତମ ପର୍ଯ୍ୟାୟରେ ୩୪ ଆସନରେ ଚାଲିଛି ଭୋଟଗ୍ରହଣ

ଅନ୍ତିମ ପର୍ଯ୍ୟାୟରେ ମାଲଦା ଏବଂ ମୁର୍ଶିଦାବାଦ ଜିଲ୍ଲାର ପ୍ରାୟ ୧୭ ବିଧାନସଭା ଆସନରେ ତ୍ରିକୋଣୀୟ ମୁକାବିଲା ହେବାକୁ ଯାଉଛି। ଏହି ସମସ୍ତ ନିର୍ବାଚନମଣ୍ଡଳୀରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଟିଏମସି-ବିଜେପି (TMC-BJP) ବ୍ୟତୀତ ବାମପନ୍ଥୀ (Leftist), କଂଗ୍ରେସ (Congress), ଆଇଏସଏଫ (ISF) ଆଦି ଦଳଙ୍କୁ ନେଇ ଗଠିତ ସଂଯୁକ୍ତ ମୋର୍ଚ୍ଚା ମେଣ୍ଟର ମଧ୍ୟ ଭଲ ପ୍ରଭାବ ରହିଛି। ଏହି ପର୍ଯ୍ୟାୟରେ ବିଜେପି, ଟିଏମସି, ବିଏସପି ପକ୍ଷରୁ ୧୧, ସିପିଏମ ୪, କଂଗ୍ରେସ ୩, ଏଆଇଏଫବି ୨, ଆରଏସପି ପ୍ରାର୍ଥୀ ଗୋଟିଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।   

Also Read: WB Assembly Election 2021: ଷଷ୍ଠ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ, ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୭୯.୦୯% ମତଦାନ

 

ମୋଟ ୨୯୪ ବିଧାନସଭା ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ଚଳିତ ଥର ୮ଟି ପର୍ଯ୍ୟାୟରେ ହେଉଛି ଭୋଟଗ୍ରହଣ। ଚଳିତ ବର୍ଷ ୨୭ ମାର୍ଚ୍ଚ ପ୍ରଥମ ଏବଂ ୧ ଅପ୍ରେଲ ଦ୍ୱିତୀୟ ପର୍ଯ୍ୟାୟରେ ୩୦, ୬ ଏପ୍ରିଲ ତୃତୀୟ ପର୍ଯ୍ୟାୟରେ ୩୧, ୧୦ ଅପ୍ରେଲ ଚତୁର୍ଥ ପର୍ଯ୍ୟାୟରେ ୪୪, ୧୭ ଅପ୍ରେଲ ପଞ୍ଚମ ପର୍ଯ୍ୟାୟରେ ୪୫, ୨୨ ଅପ୍ରେଲ ଷଷ୍ଠ ପର୍ଯାୟରେ ୪୩, ୨୬ ଅପ୍ରେଲ ସପ୍ତମ ପର୍ଯ୍ୟାୟରେ ୩୪ ଆସନ ପାଇଁ ହୋଇସାରିଛି ଭୋଟଗ୍ରହଣ।
ଅନ୍ୟପଟେ ୨୯ ଏପ୍ରିଲ ଅଷ୍ଟମ ପର୍ଯ୍ୟାୟରେ ୩୫ ଆସନ ଲାଗି ଜାରି ରହିଛି ମତଦାନ। 

Also Read: WB Assembly Election 2021: ୪୩ ଆସନରେ ଚାଲିଛି ଭୋଟଗ୍ରହଣ

 

ପ୍ରଥମ ପର୍ଯ୍ୟାୟରେ ୮୪.୬୩, ଦ୍ୱିତୀୟ ପର୍ଯ୍ୟାୟରେ ୮୦.୪୩, ତୃତୀୟ ପର୍ଯ୍ୟାୟରେ ୭୭.୬୮, ଚତୁର୍ଥ ପର୍ଯ୍ୟାୟରେ ୭୫.୯୩, ପଞ୍ଚମ ପର୍ଯ୍ୟାୟରେ ୮୨.୪୯, ଷଷ୍ଠ ପର୍ଯ୍ୟାୟରେ ୭୯.୦୯, ସପ୍ତମ ପର୍ଯ୍ୟାୟରେ ୭୫.୦୬  ପ୍ରତିଶତ ମତଦାନ ହୋଇଥିବାର ରେକର୍ଡ କରାଯାଇଛି। ଆସନ୍ତା ମେ ୨ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।