ସୁନା ବେଶ ପାଇଁ ସ୍ୱର୍ଣ୍ଣ ଅଳଙ୍କାର ଦେଲେ ଦାତା
Advertisement

ସୁନା ବେଶ ପାଇଁ ସ୍ୱର୍ଣ୍ଣ ଅଳଙ୍କାର ଦେଲେ ଦାତା

ପୂର୍ବରୁ ଜଣେ ଭକ୍ତ ସୁନା ନିର୍ମିତ ସୂର୍ଯ୍ୟ-ଚନ୍ଦ୍ର ଦାନ କରିଛନ୍ତି।

ସୁନା ବେଶ ପାଇଁ ସ୍ୱର୍ଣ୍ଣ ଅଳଙ୍କାର ଦେଲେ ଦାତା

ସଞ୍ଜୟ ମହାପାତ୍ର,ପୁରୀ: ମହାପ୍ରଭୁଙ୍କ ସୁନା ବେଶ ପାଇଁ ଜଣେ ଦାତା ପ୍ରଦାନ କରିଛନ୍ତି ସ୍ବର୍ଣ୍ଣ ଅଳଙ୍କାର। ପବିତ୍ର ସରସ୍ବତୀ ପୂଜା ଅବସରରେ ମହାପ୍ରଭୁଙ୍କ ଲାଗି ଆସିଥିବା ସ୍ୱର୍ଣ୍ଣ ଅଳଙ୍କାର ଶ୍ରୀମନ୍ଦିର ପ୍ରଶାସନ କାର୍ଯାଳୟରେ ପହଞ୍ଚିଛି। ପ୍ରାୟ ୪ କେଜି ୮୫୮ ଗ୍ରାମ ଏବଂ ୩ କେଜି ୮୭୬ ଗ୍ରାମ ରୂପା ବ୍ୟବହାର ହୋଇ ନିର୍ମିତ ହୋଇଛି ଏ ଅଳଙ୍କାର। 

ସୁନାରେ ମହାପ୍ରଭୁଙ୍କ ସ୍ୱର୍ଣ୍ଣ ଅଳଙ୍କାର, ଝୋବା, ଶ୍ରୀମୁଖ ପଦ୍ମ, ଦେବୀ ସୁଭଦ୍ରାଙ୍କ ତଡକୀ ତିଆରି କରାଯାଇଛି। ଏଥିରେ ଶ୍ରୀବଳଭଦ୍ରଙ୍କ (Balabhadra) ୪୦ଟି ଶ୍ରୀମୁଖ ପଦ୍ମ, ୨ ଝୋବା, ଜଗନ୍ନାଥଙ୍କ (Jagannatha) ୫୩ଟି ଶ୍ରୀମୁଖ ପଦ୍ମ, ୨ ଝୋବା, ଦେବୀ ସୁଭଦ୍ରାଙ୍କ (Subhadra) ୨ ତଡକୀ, ୨ ଝୋବା ରହିଛି ବୋଲି ଜଣାଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ (Srimandir Adminstration)। ଶ୍ରୀମନ୍ଦିର (Srimandir) ନାଜିର ଗୋଦାମ ଗୃହରେ ଜଉମୁଦ ଦିଆଯାଇ ଷ୍ଟ୍ରଙ୍ଗ ରୁମ ଠାରେ ରହିଛି ଅଳଙ୍କାର। 

Also Read: ରହୁନି କି ତାଳମେଳ: କାହିଁକି ବାରମ୍ବାର ମହାପ୍ରଭୁଙ୍କ ବେଶ ରେ ବିଭ୍ରାଟ ?

 

ଏହାର ସୁରକ୍ଷା ଦାୟିତ୍ୱରେ ସଶସ୍ତ୍ର ପୋଲିସ ବାହିନୀ (Armed Police Force) ମୁତୟନ ହୋଇଛି। ଜଣେ ହାବିଲଦାରଙ୍କ ସହ ୪ ଜଣ ଗାର୍ଡ ଅଳଙ୍କାର ଜଗିବା ଦାୟିତ୍ୱରେ ରହିବେ। ପୂର୍ବରୁ ଜଣେ ଭକ୍ତ ସୁନା ନିର୍ମିତ ସୂ୍ର୍ଯ୍ୟ-ଚନ୍ଦ୍ର (Sun-Moon) ଦାନ କରିଛନ୍ତି।