ଆଜି ରାତିସାରା ଖୋଲା ରହିବ ଶ୍ରୀମନ୍ଦିର
Advertisement
Article Detail0/zeeodisha/odisha615144

ଆଜି ରାତିସାରା ଖୋଲା ରହିବ ଶ୍ରୀମନ୍ଦିର

 ଶ୍ରୀମନ୍ଦିର ନୀତି ଅନୁଯାୟୀ ଆଜି ରାତି ୮ଟା୨୦ ମିନିଟରୁ ପାକ ତ୍ୟାଗ ହେବା ସାଙ୍ଗକୁ ଅନ୍ନ ଭୋଜନ ଓ ଦେବ ନୀତି ନିଷେଧ ହେବ 

ଆଜି ରାତିସାରା ଖୋଲା ରହିବ ଶ୍ରୀମନ୍ଦିର

ପୁରୀ: ସୂର୍ଯ୍ୟପରାଗକୁ ନେଇ ଆଜି ରାତି ତମାମ ଖୋଲା ରହିବ ଶ୍ରୀମନ୍ଦିର । ଶ୍ରୀମନ୍ଦିର ନୀତି ଅନୁଯାୟୀ ଆଜି ରାତି ୮ଟା୨୦ ମିନିଟରୁ ପାକ ତ୍ୟାଗ ହେବା ସାଙ୍ଗକୁ ଅନ୍ନ ଭୋଜନ ଓ ଦେବ ନୀତି ନିଷେଧ ହେବ । ଆସନ୍ତାକାଲି ଖଣ୍ଡଗ୍ରାସ କେତୁଗ୍ରସ୍ତ ସୂର୍ଯ୍ୟପରାଗ ସ୍ପର୍ଶ ରହିଥିବାରୁ ସକାଳ ୮ଟା ୨୦ ମିନିଟ ୮ ସେକେଣ୍ଡ ପରେ ଗ୍ରହଣ ମହାସ୍ନାନ, ତଡ଼ପ ମଇଲମ ବେଶ, ମଙ୍ଗଳଆଳତି, ଅବକାଶ, ରୋଷହେମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗ୍ରହଣ ସାଦା ବେଶ ହୋଇ ଗ୍ରହଣ ଭୋଗ ଲାଗି ହେବ । ଏହାପରେ ମଇଲମ ବେଶ, ଗୋପାଳ ବଲ୍ଲଭ ପରେ ପହିଲି ଭୋଗ ଓ ସକାଳ ଧୂପ ନୀତି ରହିଛି ।

ଗୁରୁବାର ମାଜଣା ଓ ଏକାନ୍ତ ନୀତି ଅନୁଷ୍ଠିତ ହେବ । ଆଜି ବଡ଼ଦିନ ସାଙ୍ଗକୁ ସୂର୍ଯ୍ୟପରାଗକୁ ନେଇ ସାରାରାତି ଶ୍ରୀମନ୍ଦିର ଖୋଲା ରହୁଥିବାରୁ ଭକ୍ତମାନେ ନିର୍ଦ୍ୱନ୍ଦ୍ୱରେ ଶ୍ରୀଜିଉମାନଙ୍କ ଦର୍ଶନର ସୁବିଧା ପାଇପାରିବେ । ସୂର୍ଯ୍ୟପରାଗକୁ ନେଇ ସବୁଆଡେ ଦେବ ନୀତି ନିଷେଧ ରହିଥିବା ବେଳେ କେବଳ ଶ୍ରୀମନ୍ଦିରରେ ପରାଗ ଆରମ୍ଭ ହେଲେ ନୀତି ଆରମ୍ଭ ହେବ । ଗୁରୁବାର ସୂର୍ଯ୍ୟପରାଗ ଦିନ ସକାଳ ୮ଟା ୨୨ରେ ଗ୍ରହଣ ଆରମ୍ଭ ଓ ଦିନ ୧୧ଟା ୨୯ରେ ଗ୍ରହଣ ମୋକ୍ଷ ହେବ । ମେଷ, ବୃଷ, ମିଥୁନ, ଧନୁ, ମକର ଓ ମୀନ ରାଶି ପାଇଁ ଗ୍ରହଣ ଦର୍ଶନ ଅଶୁଭ ବୋଲି କହିଛନ୍ତି ଜ୍ୟୋତିର୍ବିଦ ।