ନୂଆବର୍ଷ ପୂର୍ବରୁ ନୂଆ ରୂପ ନେବ ତୀର୍ଥ ପୁଷ୍କରିଣୀ
Advertisement
Article Detail0/zeeodisha/odisha798185

ନୂଆବର୍ଷ ପୂର୍ବରୁ ନୂଆ ରୂପ ନେବ ତୀର୍ଥ ପୁଷ୍କରିଣୀ

ପୁରୀର ତୀର୍ଥ ପୁଷ୍କରିଣୀ ଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଯାହା ଫଳରେ ଏଠାକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି।

ନୂଆବର୍ଷ ପୂର୍ବରୁ ନୂଆ ରୂପ ନେବ ତୀର୍ଥ ପୁଷ୍କରିଣୀ

ସଞ୍ଜୟ ମହାପାତ୍ର,ପୁରୀ: ବିଶ୍ୱସ୍ତରୀୟ ସହର ହେବ ପୁରୀ (Puri) । ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ରଣନୀତି । ଏଥିଲାଗି ଦୁଇଟି ପର୍ଯ୍ୟାୟରେ ଅର୍ଥ ମଞ୍ଜୁର କରିଛନ୍ତି। ପ୍ରାଥମିକ ପର୍ଯ୍ଯାୟରେ ଚାଲିଛି ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା କରିଡର (Srimandir Heritage Security Corridor) ନିର୍ମାଣ କାର୍ଯ୍ୟ। ସହରର ଅନ୍ଯ ପ୍ରକଳ୍ପର କାର୍ଯ୍ଯ ଆରମ୍ଭ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। 

ଖୁବଶୀଘ୍ର ଆରମ୍ଭ ହେବ ତୀର୍ଥ ପୁଷ୍କରିଣୀ ପୁନରୁଦ୍ଧାର କାର୍ଯ୍ୟ। ଅବଢା ଯୋଜନାରେ (Abadha Yojna) ଏହାକୁ ଦିଆଯିବ ନୂଆ ରୂପ। ନୂଆବର୍ଷରେ ଝଲସିବା ନେଇ ପ୍ରଶାସନିକ ସ୍ତରରେ ନିଆଯାଇଛି ନିଷ୍ପତ୍ତି। ଚାରି ଧାମ (Char Dham) ମଧ୍ୟରେ ଶ୍ରେଷ୍ଠ ଧାମ ହେଉଛି ଶ୍ରୀକ୍ଷେତ୍ର (Srikhetra)। ବିଶ୍ୱାସ ରହିଛି ଶ୍ରୀକ୍ଷେତ୍ରକୁ ଆସି ତୀର୍ଥ ପୁଷ୍କରିଣୀରେ ବୁଡ ନଦେଲେ ଅଥବା ପିଣ୍ଡଦାନ ନକଲେ ତୀର୍ଥ ଯାତ୍ରା ପୁରଣ ହୁଏନାହିଁ। ହେଲେ ଏହି ତୀର୍ଥ ପୁଷ୍କରିଣୀ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। 

ଯାହା ଫଳରେ ଏଠାକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ଦୀର୍ଘବର୍ଷ ପରେ ତୀର୍ଥପୁଷ୍କରିଣୀର ପୁନରୁଦ୍ଧାର କରିବା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ। ଶ୍ୱେତଗଙ୍ଗା (Swetaganga), ନରେନ୍ଦ୍ର (Narendra), ମାର୍କଣ୍ଡ (Markand), ଇନ୍ଦ୍ରଦ୍ୟୁମ୍ନ (Indradyumna) ପୁଷ୍କରିଣୀର ଉନ୍ନତିକରଣ ସହ ହେବ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ। ନୂଆବର୍ଷ ଅର୍ଥାତ ୨୦୨୧ ଜାନୁଆରୀ ପହିଲା ପୂର୍ବରୁ ଏହି କାର୍ଯ୍ଯ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।

fallback

Also Read: ନାଗାର୍ଜୁନ ପରେ ତ୍ରିବିକ୍ରମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଲୀଳାମୟ ଜଗନ୍ନାଥ

ପୁଷ୍କରିଣୀର ଚତୁର୍ପାଶ୍ୱରେ ରହିଥିବା ପାଚେରୀରେ ସ୍ଥାନ ପାଇବ ପୌରାଣିକ ଚିତ୍ରକଳା। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଲୀଳାଖେଳା (Leelamaya Jagannath) ପରମ୍ପରାର ଦୃଶ୍ଯ ମଧ୍ୟ ଭକ୍ତ ଦେଖିପାରିବେ। ବିଭିନ୍ନ ସମୟରେ ପୁଷ୍କରିଣୀର ପାଣି ଦୂଷିତ ହେଉଛି। ପାଣିକୁ ପ୍ରଦୂଷଣ ମୁକ୍ତ କରାଯିବା ନେଇ ନିଆଯିବ ପଦକ୍ଷେପ। ସେପଟେ ଶ୍ରଦ୍ଧାଳୁଙ୍କ ସ୍ନାନ ପରେ ପୋଷାକ ପରିବର୍ତନ ଗୃହ, ଶ୍ରାଦ୍ଧ ଗୃହ ଆଦିକୁ ସୁବ୍ଯବସ୍ଥିତ କରାଯିବ। ଏହା ସହ ସ୍ୱଛତାକୁ ନେଇ ଡଷ୍ଟବିନ ରଖାଯିବା ସହ ଯେଭଳି ପୁଷ୍କରିଣୀ ଜଳରେ କିଛି ପକାଯିବ ନାହିଁ ସେ ନେଇ ତଦାରଖ କରିବା ପାଇଁ ଗଠିତ ହୋଇଛି ସ୍ୱତନ୍ତ୍ର ପୁଷ୍କରିଣୀ କମିଟି। 

ଅବଢା ଯୋଜନାରେ ଏସବୁ ଉନ୍ନୟନମୂଳକ କାର୍ଯ୍ଯକୁ ଶ୍ରୀମନ୍ଦିର ପ୍ରଶାସନ (Srimandir Adminstration), ଜିଲ୍ଲା ପ୍ରଶାସନ (Puri Adminstration) କରିବ। କେବଳ ସ୍ୱଛତା ଓ ପରିମଳ ବ୍ୟବସ୍ଥା ଦାୟିତ୍ୱ ପୌରସଂସ୍ଥାକୁ (Puri Municpality) ଦିଆଯାଇଛି । ଜାନୁଆରୀ ପହିଲା ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଐତିହ୍ୟ ସହର ଶ୍ରୀକ୍ଷେତ୍ରରେ (Historic City  Shrikshetra) ତୀର୍ଥ ପୁଷ୍କରିଣୀ ପୁନଃରଦ୍ଧାରକୁ ପ୍ରାଥମିକତା ଦେଇ କରାଯିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀଙ୍କ ଶ୍ରୀକ୍ଷେତ୍ରବାସୀଙ୍କ ପକ୍ଷରୁ ଦାବି ହୋଇଛି।

fallback

ପଞ୍ଚତୀର୍ଥ ପୁଷ୍କରିଣୀ ମଧ୍ୟରେ ମାର୍କଣ୍ଡ, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ ରହିଥିବା ବେଳେ ଜଗନ୍ନାଥ ସଂସ୍କୃତି ସହ ଜଡିତ ଅନ୍ୟ ପୁଷ୍କରିଣୀ ଯେଭଳି ନରେନ୍ଦ୍ର ପୁଷ୍କରିଣୀ, ପଥର ପୋଖରୀ, ଲୋକନାଥ ମନ୍ଦିରରେ ଥିବା ପାର୍ବତୀ ସାଗରର ପୁନଃରୁଦ୍ଧାର ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଏନେଇ ପଦକ୍ଷେପ ନେଇଛି। ନୂଆବର୍ଷ ଆରମ୍ଭ ପୂର୍ବରୁ ସମସ୍ତ ପୁଷ୍କରିଣୀର ଉନ୍ନତିକରଣ, ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସରିବାକୁ ଲକ୍ଷ୍ୟ ରଖାଯାଇଛି। 

Also Read: ଅନଲାଇନରେ ମିଳୁଛି ମହାପ୍ରସାଦ, ଥାନାରେ ଏତଲା ଦେଲା ଶ୍ରୀମନ୍ଦିର ସୁଆରମହାସୁଆର ନିଯୋଗ

ମାସେ ଭିତରେ ସରିବ କାର୍ଯ୍ୟ। ଶ୍ୱେତଗଙ୍ଗା, ନରେନ୍ଦ୍ର, ମାର୍କଣ୍ଡ ସହ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ଉନ୍ନତିକରଣ ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବା। ଏହି ପୁଷ୍କରିଣୀର ପାଚେରୀରେ ପୌରାଣିକ ଚିତ୍ର କରାଯିବ। ସେପଟେ ଶ୍ରଦ୍ଧାଳୁଙ୍କ ସ୍ନାନ ପରେ ପୋଷାକ ପରିବର୍ତ୍ତନ ଗୃହ, ଶ୍ରାଦ୍ଧ ଗୃହ ଆଦି କରାଯିବା ପାଇଁ ବ୍ୟବସ୍ଥା ହୋଇଛି। ଏନେଇ ତୀର୍ଥ ପୁଷ୍କରିଣୀର କାର୍ଯ୍ୟକୁ ତଦାରଖ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜିବୀଙ୍କୁ ନେଇ କମିଟି ଗଠନ କରାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ।

ପ୍ରଶାସନିକ ଅବହେଳା କାରଣରୁ ବର୍ଷବର୍ଷ ଧରି ତୀର୍ଥ ପୁଷ୍କରିଣୀରେ କେତେବେଳେ ନଳାପାଣି ପଶୁଛି ତ ଆଉ କେତେବଳେ ପ୍ରଦୁଷିତ ହୋଇ ମାଛ ମରୁଛନ୍ତି। ପୁଣି ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ତୀର୍ଥର ମାନ ହରାଉଛି ପୁଷ୍କରିଣୀ। ବାରମ୍ବାର ସ୍ଥାନୀୟ ବାସିନ୍ଦା ଏନେଇ ପ୍ରଶାସନର ଅବହେଳାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେପଟେ ନରେନ୍ଦ୍ରରେ ୫କୋଟି ବ୍ୟୟରେ ଲାଇଟ ଆଣ୍ଡ ସାଉଣ୍ଡର ଜଳ ଫୁଆରା ବ୍ୟବସ୍ଥା ହୋଇଥିଲେ ମଧ୍ୟ ରକ୍ଷଣବେକ୍ଷଣ ଅଭାବରୁ ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। 

fallback

Also Read: ସୋସିଆଲ ମିଡିଆରେ ଭାଇରାଲ ହେଉଛି କଦମ୍ବ ମାଳି

 

ପ୍ରଶାସନ ପକ୍ଷରୁ ଏହାର ପୁନଃରୁଦ୍ଧାର କରାଗଲେ ଏହାର ମର୍ଯ୍ୟଦା ଅକ୍ଷୁର୍ଣ୍ଣ ରୁହନ୍ତା। ବର୍ତ୍ତମାନ ସ୍ଥିତିରେ ଏହାର ସୌନ୍ଦର୍ଯ୍ୟକରଣ, ରକ୍ଷଣାବେକ୍ଷଣ ପାଇଁ ପ୍ରଶାସନ ଅଣ୍ଟା ଭିଡିଥିବା ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି  ଗବେଷକ ଓ ସ୍ଥାନୀୟ ବାସିନ୍ଦ। ଶ୍ରୀକ୍ଷେତ୍ରକୁ ଖାଲି ପର୍ଯ୍ୟଟକ ମହୋଦଧି ନୁହେଁ ଶ୍ରଦ୍ଧାଳୁ ତୀର୍ଥପୁଷ୍କରିଣୀ ପାଇଁ ମଧ୍ୟ ଆସିଥାନ୍ତି। ବର୍ତ୍ତମାନ ସ୍ଥିତିରେ ଜିଲ୍ଲା ପ୍ରଶାସନର ଏହାର ଉନ୍ନତୀକରଣ ନେଇ ପ୍ରସ୍ତୁତି ନିହାତି ସ୍ୱାଗତଯୋଗ୍ୟ ବୋଲି ମତପ୍ରକାଶ ପାଇଛି।