ଭକ୍ତଙ୍କ ପାଇଁ ସଂରକ୍ଷିତ ନାଗାର୍ଜୁନ ବେଶ ଏବେ ବିପଦରେ। ମଙ୍ଗଳବାର ଏହି ବେଶର କଦମ୍ବ ମାଳି ଓ ଝରା ସେବାୟତଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଭାଇରାଲ ହୋଇଛି।
Trending Photos
ସଞ୍ଜୟ ମହାପାତ୍ର,ପୁରୀ: ଶ୍ରୀମନ୍ଦିରରେ (Srimandir) ଅସୁରକ୍ଷିତ ମହାପ୍ରଭୁଙ୍କ ଦୁର୍ଲଭ ଓଲାଗି ନାଗାର୍ଜୁନ ବେଶ (Nagarjuna Besha) । ପ୍ରଥମେ ଚନ୍ଦ୍ର ସୂର୍ଯ୍ଯ ଗାଏବ ହେବା ଘଟଣା। ଏହା ପରେ ବାଘ ଛାଲ ସହ ୨ଟି ଓଳମାଳ ଗାଏବ ହେବା ନେଇ ହୋଇଥିଲା ଚର୍ଚ୍ଚା। ଆଉ ଏବେ ମହାପ୍ରଭୁଙ୍କ କଦମ୍ବ ମାଳି (Kadamba Mali) ଫଟୋ ସୋସିଆଲ ମିଡିଆରେ ହୋଇଛି ଭାଇରାଲ। ଏସବୁ ସତ୍ତ୍ୱେ ବେଶ ସୁରକ୍ଷିତ ରହିଛି। ଚନ୍ଦ୍ର ସୂର୍ଯ୍ୟ ସେବାୟତଙ୍କ ଘରକୁ ଯାଇଥିବା ଘଟଣାର ତଦନ୍ତ ଚାଲିଥିବା ଶ୍ରୀମନ୍ଦିର ପ୍ରଶାସନ (Srimandir Adminstration) ସ୍ପଷ୍ଟ କରିଛି।
ଭକ୍ତଙ୍କ ପାଇଁ ସଂଗ୍ରହାଳୟରେ ବେଶ ସଂରକ୍ଷଣ କରି ରଖାଯିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ପ୍ରତିଦିନ ରଖାଯାଇଥିବା ସ୍ଥାନରୁ ବେଶର କିଛି କିଛି ଅଂଶ ଗାଏବ ହେବା ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସେବାୟତ। ସେପଟେ ଚନ୍ଦ୍ରସୂର୍ଯ୍ଯ ପରିଚାଳନା କମିଟି ସଦସ୍ଯ ରାମଚନ୍ଦ୍ର ଦାସମହାପାତ୍ରଙ୍କ ଘରକୁ ଯାଉଥିବା ଖୋଦ କର୍ମଚାରୀ ଗଣମାଧ୍ୟମକୁ କହିଥିବା ବେଳେ ନିଜ ପ୍ରତିକ୍ରିୟା ରଖିଛନ୍ତି ସେ ନିଜେ। ସେପଟେ ଯଦିଓ ଏକଥାକୁ ଅସ୍ୱୀକାର କରିନଥିଲେ ମଧ୍ୟ ମହାପ୍ରଭୁଙ୍କ ବେଶରେ ବାଘଛାଲ, ଚନ୍ଦ୍ରସୂର୍ଯ୍ଯ, କଦମ୍ବ ଫୁଲ ଆଦି ଲାଗି ହୋଇନଥିଲା। ସେସବୁ ଜିନିଷକୁ ସେବାୟତ ନେଇଥିଲେ ବୋଲି ସଫେଇ ଦେଇଛନ୍ତି ସମ୍ପୃକ୍ତ ପରିଚାଳନା କମିଟି ସଦସ୍ଯ।
Also Read: ସେବାୟତଙ୍କ ଦବଙ୍ଗଗିରି! ଘରକୁ ନେଇଗଲେ ଦୁର୍ଲଭ ନାଗାର୍ଜୁନ ବେଶର ସୂର୍ଯ୍ୟ ଚନ୍ଦ୍ର
ଭକ୍ତଙ୍କ ପାଇଁ ସଂରକ୍ଷିତ ନାଗାର୍ଜୁନ ବେଶ ଏବେ ବିପଦରେ। ମଙ୍ଗଳବାର ଏହି ବେଶର କଦମ୍ବ ମାଳି ଓ ଝରା ସେବାୟତଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଭାଇରାଲ ହୋଇଛି। ଏହା ପୂର୍ବରୁ ହାଣ୍ଡିଆରେ ଲାଗିଥିବା ସୂର୍ଯ୍ୟ ଚନ୍ଦ୍ର ଶ୍ରୀମନ୍ଦିର ଭିତରୁ ଜନୈକ କର୍ମଚାରୀ ସମ୍ପୃକ୍ତ ସେବାୟତଙ୍କ ଘରକୁ ନେଇଥିବା ସେତେବେଳେ ଦେଖିବାକୁ ମିଳିଥିଲା। ନାଗାର୍ଜୁନ ବେଶର ବିଭିନ୍ନ ଅଂଶ ନେଇଯାଇଥିବା ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି। ନିଷ୍ପତ୍ତି ଅନୁଯାୟୀ ବେଶ ଓଲାଗି ପରେ ସିଂହାରୀ ସେବକ ନୀତି ପ୍ରଶାସକ, କମାଣ୍ଡରଙ୍କ ଉପସ୍ଥିତିରେ ଗାରଦରେ ଦାଖଲ କରିଥିଲେ।
ସମ୍ପୂର୍ଣ୍ଣ ବେଶକୁ ଶ୍ରୀମନ୍ଦିର ଭିତରେ ଥିବା ନିଳାଦ୍ରୀ ସଂଗ୍ରହାଳୟ (Niladri Mseum) ଠାରେ ରଖାଯାଇଥିଲା। ମାତ୍ର ଶ୍ରୀମନ୍ଦିର ପ୍ରଶାସନ ହେପାଜତରେ ଥିବା ବେଶର ବିଭିନ୍ନ ଅଂଶ କିଭଳି ଗାଏବ ହେଉଛି ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ। ସେପଟେ ଯଦିଓ ଏକଥାକୁ ଅସ୍ୱୀକାର କରିନଥିଲେ ମଧ୍ୟ ମହାପ୍ରଭୁଙ୍କ ବେଶରେ ବାଘଛାଲ, ଚନ୍ଦ୍ରସୂର୍ଯ୍ଯ, କଦମ୍ବ ଫୁଲ ଆଦି ଲାଗି ହୋଇନଥିଲା। ସେସବୁ ଜିନିଷକୁ ସେବାୟତ ନେଇଥିଲେ ବୋଲି ସଫେଇ ଦେଇଛନ୍ତି ସଂପୃକ୍ତ ପରିଚାଳନା କମିଟି ସଦସ୍ଯ।
Also Read: ନାଗାର୍ଜୁନ ପରେ ତ୍ରିବିକ୍ରମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଲୀଳାମୟ ଜଗନ୍ନାଥ
ସେପଟେ ଚନ୍ଦ୍ରସୂର୍ଯ୍ଯ ଗାଏବ ହେବା ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ନେଇ ୨ ଦିନ ତଳେ ସିଂହଦ୍ଵାର ଥାନାରେ ହୋଇଥିଲା ମାମଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ସମସ୍ତ ଘଟଣାକୁ ଗୁରୁତ୍ୱ ଆରୋପ କରାଯାଇଛି। ଘଟଣାର ତଦନ୍ତ ସରିନାହିଁ। ସେ ଦିନର ନୀତି ବିଳମ୍ବକୁ ନେଇ ସମ୍ପୃକ୍ତ ସେବାୟତଙ୍କ ସହ ଆଲୋଚନା କରାଯାଇଥିବା ବେଳେ ବେଶର କିଛି ଅଂଶ ସେବାୟତ ନେବା ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ନୀତି ପ୍ରଶାସକ।
ବିନା ଭକ୍ତରେ ଶେଷ ହୋଇଥିଲା ନାଗାର୍ଜୁନ ବେଶ। ହେଲେ ଏଭଳି ବେଶର ଅଂଶ ବିଶେଷ ଗାଏବ ହେବା ପରେ ବେଶର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। ଘଟଣାର ତଦନ୍ତ ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ ନେବାରେ କାହିଁକି ବିଳମ୍ବ ହେଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।