ଲାଗୁ ହୋଇଛି Lockdown; Dustbin ଭିତରୁ Unhealthy Food ଖୋଜୁଛନ୍ତି ଭୋକିଲା
Advertisement
Article Detail0/zeeodisha/odisha896384

ଲାଗୁ ହୋଇଛି Lockdown; Dustbin ଭିତରୁ Unhealthy Food ଖୋଜୁଛନ୍ତି ଭୋକିଲା

ଲକ ଡାଉନ ବେଳେ  ଭୋକିଲା ନିଜ ପେଟ ପାଇଁ ଗଣ୍ଡାଏ ଦାନା ଯୋଗାଡ କରିବାରେ ଅସମର୍ଥ ହୋଇପଡିଛି।

ଲାଗୁ ହୋଇଛି Lockdown; Dustbin ଭିତରୁ Unhealthy Food ଖୋଜୁଛନ୍ତି ଭୋକିଲା

ସମ୍ବଲପୁର: ଲକ ଡାଉନ ବେଳର ନଗ୍ନ ଚିତ୍ର। ମଇଳା ଡଷ୍ଟବିନରୁ ଖାଦ୍ୟ ଖୋଜୁଛି ଭୋକିଲା ମଣିଷ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ସହରର ବୁଢାରାଜା ଅଞ୍ଚଳରେ। ସମ୍ବଲପୁର ସହରର ମୁଖ୍ୟ ରାସ୍ତା ବୁଢ଼ାରାଜା ଅଞ୍ଚଳର କ୍ରୀଷ୍ଣା ସୁଇଟ୍ସର ରାସ୍ତା ଅପରପାର୍ଶ୍ଵରେ ଥିବା ଏକ ଡ଼ଷ୍ଟବିନ ଗୁରୁବାର ମଧ୍ୟାନ୍ନ ସମୟରେ ଜଣେ ଲୋକ ଖାଦ୍ୟ ଅନ୍ୱେଷଣ କରି ଖାଉଥିବାର ଦେଖାଯାଇଥିଲା। 

ସେ ଭୋକିଲା (Hungry) ଥିବାର ଜଣାପଡୁଥିଲା। ଡଷ୍ଟବିନ (Dustbin) ଭିତରୁ ପଚାସଢ଼ ଅସନା ଖାଦ୍ୟ (Unhealthy Food) ଆଣି ଖାଉଥିବାର ଦେଖାଯାଇଥିଲା। ଏଭଳି ଦୃଶ୍ୟ ଦେଖି "ସ୍ୱାଇଛା" ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ଦିଲ୍ଲୀପ ପଣ୍ଡା ସେହି ଲୋକକୁ ଖାଇବାକୁ ଦେଇଥିଲେ। ପୂର୍ବ ବର୍ଷ ଲକଡାଉନ (Lockdown) ସମୟରେ ମଧ୍ୟ ଏହି ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟେକ ଦିନ ଭୋକିଲାଙ୍କୁ ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିଲା। 

Also Read: Lockdown Second Day: କୋରୋନା ସହ ଅପରାଧର ନିୟନ୍ତ୍ରଣ ପାଇଁ ସଜାଗ ପୋଲିସ ପ୍ରଶାସନ

ଏଥର ମଧ୍ୟ ଏହି ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟେକ ଦିନ ଭୋକିଲାଙ୍କୁ ଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯାଉଛି। ଦିଲୀପ ତାଙ୍କୁ ଖାଦ୍ୟ ଦେବା ପରେ ସେ ପୂର୍ବରୁ ଖାଉଥିବା ଖାଦ୍ୟ ଖାଉ ଖାଉ ସେହି ଖାଦ୍ୟ ରଖିଦେବା ପାଇଁ କହିଥିଲା। ଡଷ୍ଟବିନ ରୁ ଅସନା ଖାଦ୍ୟ ଆଣି କାନ୍ଥ ଉପରେ ବସି ଖାଉଥିବରା ଦେଖିବାକୁ ମିଳିଛି। ଏପଟେ ଭୋକିଲା ନିଜ ପେଟ ପାଇଁ ଗଣ୍ଡାଏ ଦାନା ଯୋଗାଡ କରିବାରେ ଅସମର୍ଥ ରହିଥିବା ବେଳେ ସେପଟେ ରାଜ୍ୟରେ କେହି ଭୋକିଲା ରହିବେ ନାହିଁ ବୋଲି ଡିଣ୍ଡିମ ପିଟୁଛି ରାଜ୍ୟ ସରକାର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।