Lockdown Second Day: କୋରୋନା ସହ ଅପରାଧର ନିୟନ୍ତ୍ରଣ ପାଇଁ ସଜାଗ ପୋଲିସ ପ୍ରଶାସନ
Advertisement
Article Detail0/zeeodisha/odisha896356

Lockdown Second Day: କୋରୋନା ସହ ଅପରାଧର ନିୟନ୍ତ୍ରଣ ପାଇଁ ସଜାଗ ପୋଲିସ ପ୍ରଶାସନ

ବିଭିନ୍ନ ଛକରେ ଓଡ଼ିଶା ପୋଲିସ ଉତ୍ତରାଞ୍ଚଳ ଆଇଜି (Odisha Police Northern Range IG) ଏବଂ ସମ୍ବଲପୁର ଏସପି (Sambalpur SP) ନିଜେ ସ୍ଥିତି ଅନୁଧ୍ୟାନ କରୁଛନ୍ତି।

Lockdown Second Day: କୋରୋନା ସହ ଅପରାଧର ନିୟନ୍ତ୍ରଣ ପାଇଁ ସଜାଗ ପୋଲିସ ପ୍ରଶାସନ

ସମ୍ବଲୁପୁର: ଚଳିତ ମାସ ୫ ତାରିଖରୁ ଜାରି ହୋଇଥିବା ୧୪ ଦିନିଆ ଲକ ଡାଉନର ଗୁରୁବାର ଥିଲା ଦ୍ଵିତୀୟ ଦିନ। ସକାଳ ୬ ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ପରିବା ହାଟ, ତେଜରାତି ଦୋକାନ ଖୋଲା ରହିଥିବା ବେଳେ ଅନ୍ୟାନ୍ୟ ଦୋକାନ ବଜାର ବନ୍ଦ ରହିଥିବାର ଦେଖିବାକୁ ମିଳିଥିଲା। ବିଭିନ୍ନ ଛକରେ ପୋଲିସ ପକ୍ଷରୁ ଚେକିଂ ଚାଲୁଥିବା ବେଳେ  ଅମାନିଆଁଙ୍କ ପାଇଁ ମଧ୍ୟ ଫାଇନର ବ୍ୟବସ୍ଥା କରାଯାଇଥିଲା। 

ପୂର୍ବରୁ ଯେଉଁ ପରିବା ହାଟ ରାସ୍ତା କଡରେ ବସୁଥିଲେ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ରାସ୍ତା କଡରେ ଏପଟ ସେପଟ ହୋଇ ବସିବା ବଦଳରେ ସେମାନଙ୍କୁ ଏକତ୍ରୀତ କରି ଗୋଟିଏ ସ୍ଥାନରେ ପରିବା ବଜାରର ବ୍ୟବସ୍ଥା କରାଯାଇଥିଲା। ଯେହେତୁ ବର୍ତ୍ତମାନ ପରିସ୍ଥିତିରେ ୧୪ ଦିନ ପର୍ଯ୍ୟନ୍ତ କୋରୋନା ପାଇଁ ଲକ ଡାଉନ ଘୋଷଣା କରାଯାଇଛି ସେଥିପାଇଁ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ଵୃଦ୍ଧି ପାଇବାର ସମ୍ଭାବନା ରହିଛି। 

Also Read: ବୁଧବାର ଠାରୁ ଆରମ୍ଭ ହେଲା ୧୪ ଦିନିଆ ଲକ ଡାଉନ

 

ଏହା ଉପରେ ପୋଲିସ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ଦିଆଯାଇଛି। ବିଭିନ୍ନ ଛକରେ ଓଡ଼ିଶା ପୋଲିସ ଉତ୍ତରାଞ୍ଚଳ ଆଇଜି (Odisha Police Northern Range IG) ଏବଂ ସମ୍ବଲପୁର ଏସପି (Sambalpur SP) ନିଜେ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଯଦି କାହାର କିଛି ଅଭିଯୋଗ ଅଛି ତାହେଲେ ସେ ବାବଦରେ ଥାନାକୁ ନଆସି ୧୧୨ ନମ୍ବରେ କଲ କରିବା ପାଇଁ କୁହାଯାଇଛି। 

Also Read: ହାଇଦର ଫେରାର ଘଟଣାରେ ମୁହଁ ଖୋଲିଲେ ସମ୍ବଲପୁର SP

 

ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କ ନମ୍ବର ମଧ୍ୟ ସାମାଜିକ ଗଣମାଧ୍ୟମରେ ନିଜେ ସମ୍ବଲପୁର ଏସପି ଦେଇଥିବା କହିଛନ୍ତି ଉତ୍ତରାଞ୍ଚଳ ଆଇଜି। ଲକ ଡାଉନ ରହିଥିବାରୁ ପ୍ରାୟତଃ ଘରୁ କେହି ନବାହାରିବା ପାଇଁ ଅନୁରୋଧ କରାଯାଇଥିବା ବେଳେ ଆବଶ୍ୟକ ହେଲେ ଫୋନ ମାଧ୍ୟମରେ ଅଭିଯୋଗ କରି ପାରିବେ ବୋଲି କହିଛନ୍ତି ଆଇଜି ନରସିଂହ ଭୋଳ।