ଏହି ଜିଲ୍ଲାର ଆଇନ ସୁରକ୍ଷା ଦାୟିତ୍ବରେ ରହିଥିବା ଡିଆଇଜି ପଦ ଏବେ ଖାଲି ପଡିଛି। ଅନ୍ୟ ପଟେ ପ୍ରାୟ ୧୫ ଦିନ ହେବ ସମ୍ବଲପୁର ଏସପି ପଦ ଖାଲି ରହିଛି।
Trending Photos
ଅଜୟ ନାଥ,ସମ୍ବଲପୁର: ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର (Samabalpur) ଠାରେ ରହିଛି ଓଡିଶା ପୋଲିସର (Odisha Police) ଉତ୍ତରାଞ୍ଚଳ ରେଞ୍ଜ (Northern Range) କାର୍ଯ୍ୟାଳୟ। ଏହି ପୋଲିସ ରେଞ୍ଜ ଅଧିନରେ ସମ୍ବଲପୁର, ବରଗଡ, ଝାରସୁଗୁଡା, ବଲାଙ୍ଗିର, ସୋନପୁର ଆଦି ୫ଟି ଜିଲ୍ଲା ରହିଛି।
ଏହି ଜିଲ୍ଲାର ଆଇନ ସୁରକ୍ଷା ଦାୟିତ୍ବରେ ରହିଥିବା ଡିଆଇଜି (DIG-Deputy Inspector General) ପଦ ଏବେ ଖାଲି ପଡିଛି। ଅନ୍ୟ ପଟେ ପ୍ରାୟ ୧୫ ଦିନ ହେବ ସମ୍ବଲପୁର ଏସପି ପଦ ଖାଲି ରହିଛି। ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡୁଥିବା ବେଳେ ଯଥା ଶୀଘ୍ର ଏହି ପଦ ପୂରଣ ପାଇଁ ସାଧାରଣରେ ଦାବି ହେଉଛି।
ଯାହାର ଫାଇଦା ଉଠାଇ ବେଲଗାମ ହୋଇ ଉଠିଛନ୍ତି ଅପରାଧି। ବିଗୁଡୁଛି ଆଇନ ଶୃଙ୍ଖଳା ପରିସ୍ଥିତି। ମୋଟ ୩ଟି ଉପଖଣ୍ଡର ଆଇନ ଶୃଙ୍ଖଳା (Law & Order) ଦାୟିତ୍ବରେ ରହିଥିବା ଏହି ଜିଲ୍ଲାରେ ବର୍ତ୍ତମାନ ଏସପି ପଦବୀ ଖାଲି ଅଛି। ୧୫ ଦିନ ଦିନ ପୂର୍ବେ ଡାକ୍ତର କନଓ୍ବର ବିଶାଲ ସିଂଙ୍କୁ (Dr.Kanwar Vishal Singh) ସରକାର ପୁରୀ ଏସପି (Puri SP) ଭାବେ ରାତି ଅଧିଆ ବଦଳି କରିଛନ୍ତି।
Also Read: ହାଜତ ମୃତ୍ୟୁ ମାମଲା: ମୃତକଙ୍କ ସମ୍ପର୍କୀୟଙ୍କୁ ଭେଟିଲେ ମାନବାଧିକାର କର୍ମୀ, ଘଟଣାରେ ପ୍ରତିକ୍ରିୟା ରଖିଲେ ଏସ୍.ପି
ସେପଟେ ଗତ ଜୁନ୍ ମାସରୁ ବରିଷ୍ଠ ଆଇପିଏସ ଅଫିସର ତଥା ଉତ୍ତରାଞ୍ଚଳ ଡିଆଇଜି (Northern Range DIG) ହିମାଂଶୁ ଲାଲ୍ (Himanshu Lal) କେନ୍ଦ୍ରୀୟ ଡେପୁଟେସନରେ (Central Deputation) ଯିବା ପରେ ଏହି ପଦରେ ୨ ବରିଷ୍ଠ ଆଇପିଏସ ଅଫିସର ଜୟନାରାୟଣ ପଙ୍କଜ ଏବଂ କବିତା ଜାଲାନ୍ ଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଥିବାରୁ ସେମାନଙ୍କ କାର୍ଯ୍ଯଚାପ ଯୋଗୁଁ ତାହା ମଧ୍ଯ ଖାଲି ପଡିଛି। ଫଳରେ ସ୍ଥିତି ବିଗିଡିବା ପୂର୍ବରୁ ଅତିଶୀଘ୍ର ପଦବୀ ପୂରଣ କରିବାକୁ ଦାବି କରିଛନ୍ତି ସମ୍ବଲପୁର ବାସିନ୍ଦା।
ବିଗତ ୧୦ ମାସ ମଧ୍ୟରେ ଜିଲ୍ଲାରେ ୫୧୮୦ଟି କେସ ଦାଏର ହୋଇଛି। ତାହା ମଧ୍ୟରେ ୩୪ଟି ହତ୍ୟାକାଣ୍ଡ ରହିଥିବା ବେଳେ ୭୧ଟି ଦୁଷ୍କର୍ମ ଏବଂ ୨୨ଟି ଡକାୟତି ଘଟଣା ଭଳି ଗୁରୁତ୍ୱପୂର୍ଣ୍ଣ ମାମଲା ରହିଛି। ଏହାକୁ ଛାଡି ଚୋରି, ଦୁର୍ଘଟଣା ଆଦି ଅନ୍ୟାନ୍ୟ ଘଟଣା ରହିଛି। ହେଲେ ବର୍ତ୍ତମାନ ପରିସ୍ଥିତିରେ ଡିଆଇଜି-ଏସପି ଭଳି ୨ଟି ଗୁରୁତ୍ୱପୂର୍ଣ୍ଣ ପଦ ଦୀର୍ଘ ଦିନ ହେବ ଖାଲି ପଡିବା କାରଣରୁ ଅପରାଧ ଓ ଅପରାଧି ବେଶୀ ସକ୍ରିୟ ହୋଇଉଠିଛି। ସେପଟେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଏହି ଗୁରୁତ୍ୱପୂର୍ଣ୍ଣ ପଦବୀକୁ ଖୁବ ଶୀଘ୍ର ପୁରଣ କରିବାକୁ ଦାବି କରିଛନ୍ତି।