Asian Games 2023: ସୁନ୍ଦରଗଡ଼ର ଝିଅ ଦୀପଗ୍ରେସ୍ ଏକ୍କାଙ୍କୁ ମିଳିବ ୫୦ ଲକ୍ଷ, ଜାଣନ୍ତୁ କାହିଁକି?
Advertisement

Asian Games 2023: ସୁନ୍ଦରଗଡ଼ର ଝିଅ ଦୀପଗ୍ରେସ୍ ଏକ୍କାଙ୍କୁ ମିଳିବ ୫୦ ଲକ୍ଷ, ଜାଣନ୍ତୁ କାହିଁକି?

Asian Games 2023: ଚୀନରେ ଚମକିଲେ ସୁନ୍ଦରଗଡ଼ ଝିଅ (Indian field hockey player Deep Grace Ekka)। ଓଡି଼ଶା ପାଇଁ ଆଣିଲେ ଗୌରବ। ଆଉ ଚମକାଇଲେ ଦେଶର ନାଁ। ହଁ ଆଜ୍ଞା କଥାଟି ଶୁଣିବାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ କାହିଁକିନା ଏସିଆନ ଗେମ୍ସ  (Asian Games 2023) ମହିଳା ହକି ଟିମ୍ ର ଖେଳାଳି ଦୀପଗ୍ରେସ ଏକ୍କା ( Deep Grace Ekka)  ଦମଦାର ପ୍ରଦର୍ଶନ କରିଛନ୍ତି। 

 

 

ସୌଜନ୍ୟ- ସୋସିଆଲ ମିଡି଼ଆ

Asian Games 2023: ଚୀନରେ ଚମକିଲେ ସୁନ୍ଦରଗଡ଼ ଝିଅ (Indian field hockey player Deep Grace Ekka)। ଓଡି଼ଶା ପାଇଁ ଆଣିଲେ ଗୌରବ। ଆଉ ଚମକାଇଲେ ଦେଶର ନାଁ। ହଁ ଆଜ୍ଞା କଥାଟି ଶୁଣିବାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ କାହିଁକିନା ଏସିଆନ ଗେମ୍ସ  (Asian Games 2023) ମହିଳା ହକି ଟିମ୍ ର ଖେଳାଳି ଦୀପଗ୍ରେସ ଏକ୍କାଙ୍କ ( Deep Grace Ekka) ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରସ୍କାର ବାବଦକୁ ଦୀପଗ୍ରେସଙ୍କୁ ୫୦ ଲକ୍ଷ ଟଙ୍କା ମିଳିବ ବୋଲି ଘୋଷଣା କରିଛନ୍ତି। ଚୀନରେ ହୋଇଥିବା ଏସିଆନ ଗେମ୍ସରେ ଜାପାନକୁ ହରାଇ ବ୍ରୋଞ୍ଜ ମେଡାଲ ହାତେଇଥିଲେ ଭାରତୀୟ ହକି ଟିମର ଏହି ଷ୍ଟାର ଖେଳାଳୀ।  ମୁଖ୍ୟମନ୍ତ୍ରୀ ଏନେଇ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଭୁରି ଭୁରି ପ୍ରଂଶସା କରିଛନ୍ତି। କେବଳ ସେତିକି ନୁହେଁ, ଦେଶପାଇଁ ଗୌରବ ଆଣିଥିବା ଦୀପଗ୍ରେସ ଏକ୍କା ଆଜିର ଯୁବପୀଢି ପାଇଁ ରୋଲ ମଡ଼େଲ ସାଜିଛନ୍ତି। ତେବେ ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ମହିଳା ହକି ଟିମ୍ ବ୍ରୋଞ୍ଜ ପଦକ ଜିତିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଥିଲେ ।  ଏବଂ ଏହି  ଟିମର ସମସ୍ତ ଖେଳାଳିଙ୍କ ପାଇଁ ୩ ଲକ୍ଷ ଲେଖାଏଁର ପୁରସ୍କାର ରାଶି ଘୋଷଣା ବି କରିଥିଲେ ।

ଏହାବି ପଢନ୍ତୁ : Puri News: ପଦକ ବିଜେତା କିଶୋରଙ୍କ ଘରେ କାହିଁକି ରାତି ଅଧରେ ପହଞ୍ଚିଲା ପୋଲିସ? କାରଣ ଜାଣନ୍ତୁ...

ସେହିପରି ନିକଟରେ, ଏସୀୟ ହକି ସ୍ୱର୍ଣ୍ଣ ବିଜୟୀ ଅମିତ ରୋହିଦାସଙ୍କ ପାଇଁ ପୁରସ୍କାର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Announces Cash Award For Odishas Hockey Star Amit Rohidas)। ଅମିତ ରୋହିଦାସଙ୍କ (Amit Rohidas) ପାଇଁ ଦେଢ଼ କୋଟିର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ  ଭାରତୀୟ ପୁରୁଷ ହକି ଦଳକୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା (Chief Minister Naveen Patnaik) ଜଣାଇଛନ୍ତି।  ସୂଚନା ଅନୁସାରେ, ଚୀନର ଚାଲିଥିବା ଏସିଆନ୍ସ ଗେମ୍ସରେ ହକିରେ ସ୍ବର୍ଣ୍ଣ ପଦକ ଜିତିଛି ଭାରତ।  ଫାଇନାଲରେ ଟିମ୍ ଇଣ୍ତିଆ ଗତଥର ଏସିଆନ୍ସ ଚାମ୍ପିୟନ ଜାପାନକୁ ୫-୧ରେ ହାଇଇ ବିଜୟର ମୁକୁଟ ପିନ୍ଧିଥିଲା।  ଏହି ସ୍ବର୍ଣ୍ଣ ସହ ଭାରତୀୟ ହକି ଟିମ୍ ୨୦୨୪ ପ୍ୟାରିସ୍ ଅଲମ୍ପକ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଭାରତୀୟ ଟିମର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। 

ଖାସ୍ କରି ଫାଇନାଲ ମ୍ୟାଚର ପ୍ରଥମ କ୍ବର୍ଟରରେ ଉଭୟ ଟିମ୍ ଗୋଲ୍ କରିପାରି ନଥିଲେ ବି ଦ୍ବୀତିୟ କ୍ବାର୍ଟରର ୨୫ ମିନିଟରେ  ଭାରତ ପ୍ରଥମ ଗୋଲ୍ କରିଥିଲା। ଭାରତୀୟ ଟିମ୍ କ୍ୟାପଟେନ୍ ହରମନପ୍ରୀତ୍ ସିଂ ଦ୍ବୀତିୟ ଗୋଲ କରି ୨-୦ ଲିଡକୁ ବଢାଇବାରେ ସାହାର୍ଯ୍ୟ କରିଥିଲେ।  ତୃତୀୟ କ୍ବାର୍ଟର ଶେଷ ହେବା ପୂର୍ବରୁ  ଅମିତ୍ ରୋହିଦାସ୍ ତୃତୀୟ ଗୋଲ୍ ଦେଇଥିଲେ। ଆଉ ଏହି ଭାବରେ ଭାରତ ୫-୧ରେ ମ୍ୟାଚ୍ ହାତେଇଥିଲା। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ,  ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେଖିବାକୁ ମିଳିଛି। ସେହିପରି,  ଏସିଆନ୍ ଗେମସରେ  ଜାଭଲିନ୍ ଥ୍ରୋରେ (Javelin Throw) ଓଡି଼ଆ ପୁଅ କିଶୋର ଜେନା ବି କମାଲ କରିଛନ୍ତି ।  ଜାଭିଲିନ୍ ଥ୍ରୋରେ ଦେଶ ପାଇଁ ରୌପ୍ୟ ପଦକ ଜିତିଛନ୍ତି । ଯାହାକୁ ନେଇ ସାରା ଭାରତ ଖୁସିରେ ଝୁମି ଉଠୁଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଦେଢକୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି।