ଶତକ ଲଗାଇ ଟି-୨୦ ର଼୍ୟାଙ୍କିଙ୍ଗରେ ଚମକିଲେ ହୁଡ୍ଡା; ବାବର ଭାଙ୍ଗିଲେ କୋହଲିଙ୍କ ରେକର୍ଡ
Advertisement
Article Detail0/zeeodisha/odisha1237479

ଶତକ ଲଗାଇ ଟି-୨୦ ର଼୍ୟାଙ୍କିଙ୍ଗରେ ଚମକିଲେ ହୁଡ୍ଡା; ବାବର ଭାଙ୍ଗିଲେ କୋହଲିଙ୍କ ରେକର୍ଡ

ICC Rankings: ଟିମ୍ ଇଣ୍ଡିଆର ଓପନର୍ ଇଶାନ୍ କିଶାନ୍ ଟି-୨୦ ର଼୍ୟାଙ୍କିଙ୍ଗରେ ସର୍ବାଧିକ ମାନ୍ୟତା ପାଇଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ଅଟନ୍ତି । ଆୟର୍ଲାଣ୍ଡ ବିପକ୍ଷରେ ଏକ ବିସ୍ଫୋରକ ଶତକ ମାରିଥିବା ଦୀପକ ହୁଡ୍ଡା ICC ର଼୍ୟାଙ୍କିଙ୍ଗରେ ଲମ୍ବା ଲମ୍ଫ ମାରିଛନ୍ତି ।

ସାଙ୍କେତିକ ଫଟୋ

ICC Rankings: ଭାରତର ଆୟର୍ଲାଣ୍ଡ ଗସ୍ତ ସମାପ୍ତ ହେବା ପରେ ଆଇସିସି ବୁଧବାର (ଜୁନ୍ ୨୯) ସର୍ବଶେଷ ଟି-୨୦ ର଼୍ୟାଙ୍କିଙ୍ଗ (ICC T20I Rankings) ଜାରି କରିଛି । ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଭାରତ ଆୟର୍ଲାଣ୍ଡକୁ ୪ ରନରେ ପରାସ୍ତ କରି ସିରିଜକୁ ୨-୦ ରେ ଜିତି ନେଇଛି । ଗତ ମ୍ୟାଚରେ ବିସ୍ଫୋରକ ଇନିଂସ ଖେଳିଥିବା ଦୀପକ ହୁଡ୍ଡା (Deepak Hooda) ଓ ସଞ୍ଜୁ ସାମସନ (Sanju Samson) ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ର଼୍ୟାଙ୍କିଙ୍ଗରେ ଜବରଦସ୍ତ ଉପରକୁ ଉଠିଛନ୍ତି । ଆୟର୍ଲାଣ୍ଡ ଗସ୍ତରେ ପ୍ଲେୟାର ଅଫ୍ ସିରିଜ୍ ହୋଇଥିବା ଦୀପକ ହୁଡ୍ଡା ପ୍ରଥମ ମ୍ୟାଚରେ ଅପରାଜିତ ୪୭ ଓ ଦ୍ୱିତୀୟ ମ୍ୟାଚରେ ୧୦୪ ରନ୍ ଖେଳିଥିଲେ । ଯେଉଁଥିପାଇଁ ସେ ର଼୍ୟାଙ୍କିଙ୍ଗରେ ୪୧୪ ସ୍ଥାନକୁ ଡେଇଁ ୧୦୪ ତମ ସ୍ଥାନ ପହଞ୍ଚିଛନ୍ତି ।

ଆଇସିସି ର଼୍ୟାଙ୍କିଙ୍ଗରେ ପାକିସ୍ତାନ ଅଧିନାୟକ ବାବର ଆଜମ ବିରାଟ କୋହଲିଙ୍କ ବଡ ରେକର୍ଡ ଭାଙ୍ଗିଛନ୍ତି । ଦୀର୍ଘ ଦିନ ଧରି ଆଇସିସି ପୁରୁଷ ଟି-୨୦ ମାନ୍ୟତାରେ ୧ ନମ୍ବର ରହିଥିବା ବିରାଟ କୋହଲିଙ୍କ ରେକର୍ଡକୁ ବାବର ଆଜମ ବ୍ୟାଟ୍ସମ୍ୟାନ୍ ଭାବରେ ଅତିକ୍ରମ କରିଛନ୍ତି । ୨୦୧୪ ଦିନ ଧରି ବାବର ଆଜମ ଏକ ନମ୍ବର ସ୍ଥାନରେ ରହିଆସୁଛନ୍ତି ।

ଆୟର୍ଲାଣ୍ଡ ବିପକ୍ଷରେ ଟି-୨୦ କ୍ୟାରିୟରର ପ୍ରଥମ ପଚାଶ ସ୍କୋର କରିଥିବା ସଞ୍ଜୁ ସାମସନ ୫୭ ଟି ସ୍ଥାନ ୱାପରକୁ ଉଠିଛନ୍ତି ଓ ବର୍ତ୍ତମାନ ୧୪୪ ରେ ସ୍ଥାନରେ ପହଞ୍ଚିଛନ୍ତି । ଦ୍ୱିତୀୟ ମ୍ୟାଚରେ ସେ ୭୭ ରନ୍ ସଂଗ୍ରହ କରିଥିଲେ । ବୋଲରଙ୍କ ମାନ୍ୟତାରେ ହର୍ଷଲ ପଟେଲ ୩୭ ତମରୁ ୩୩ ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

ଟିମ୍ ଇଣ୍ଡିଆର ଓପନର୍ ଇଶାନ୍ କିଶାନ୍ ଟି-୨୦ ମାନ୍ୟତାରେ ସର୍ବାଧିକ ମାନ୍ୟତା ପାଇଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇ ରହିଛନ୍ତି, ଯଦିଓ ସେ ସର୍ବଶେଷ ର଼୍ୟାଙ୍କିଙ୍ଗରେ ଗୋଟିଏ ସ୍ଥାନ ତଳକୁ ଖସି ସପ୍ତମ ସ୍ଥାନରେ ରହିଛନ୍ତି । ଆୟର୍ଲାଣ୍ଡ ସିରିଜର ଅଂଶ ନଥିବା କେ.ଏଲ୍ ରାହୁଲ ଓ ରୋହିତ ଶର୍ମା ମଧ୍ୟ ଯଥାକ୍ରମେ ୧୭ ତମ ଓ ୧୯ ତମ ସ୍ଥାନକୁ ଖସି ଆସିଛନ୍ତି । ଦକ୍ଷିଣ ଆଫ୍ରିକା ଓ ଆୟର୍ଲାଣ୍ଡ ବିପକ୍ଷ ଶେଷ ଦୁଇଟି ଟି-ଟ୍ୱେଣ୍ଟି ସିରିଜରେ ସ୍ଥାନ ପାଇ ନ ଥିବା ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ୨୧ ତମ ସ୍ଥାନରେ ରହିଛନ୍ତି ।

ଏହା ବି ପଢ଼ନ୍ତୁ: କୋରୋନା ପଜିଟିଭ୍ ହେବା ପରେ ରୋହିତ ସେୟାର କଲେ ପ୍ରଥମ ପୋଷ୍ଟ; ଖେଳିବେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ?

ଏହା ବି ପଢ଼ନ୍ତୁ: ଏହା ବି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ରାୟ ପରେ ବଢ଼ିଲା ବିଜେପିର ଜୋଶ୍, ଏକନାଥ ଗୋଷ୍ଠୀକୁ ମିଳିବ ୧୩ ଟି ମନ୍ତ୍ରୀ ପଦ