Weather Alert: ୫ ରାଜ୍ୟରେ ହାଡ଼ଭଙ୍ଗା ଶୀତ, ୧୮ ରାଜ୍ୟରେ ଘନ କୁହୁଡ଼ି; ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ
Advertisement
Article Detail0/zeeodisha/odisha2584518

Weather Alert: ୫ ରାଜ୍ୟରେ ହାଡ଼ଭଙ୍ଗା ଶୀତ, ୧୮ ରାଜ୍ୟରେ ଘନ କୁହୁଡ଼ି; ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଦେଶରେ ଶୀତର ମାତ୍ରା ବଢିବାରେ ଲାଗିଛି। କୋହଲା ପାଗରେ ପୂରା ଉତ୍ତର ଭାରତ ଶୀତରେ ଥରୁଛି। ଭାରତୀୟ ପାଣିପାଗ ବିଭାଗ ଲା ନୀନା ସକ୍ରିୟ ଥିବା ନେଇ ସତର୍କ ସୂଚନା ଜାରି କରିଛି। ଯଦିଓ ଏହା ଦୁର୍ବଳ ରହିଛି, ଏହାର ପ୍ରଭାବ କିନ୍ତୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଶୀତ ସ୍ୱାଭାବିକ ହେବ। ପଞ୍ଜାବ, ହରି

Weather Alert: ୫ ରାଜ୍ୟରେ ହାଡ଼ଭଙ୍ଗା ଶୀତ, ୧୮ ରାଜ୍ୟରେ ଘନ କୁହୁଡ଼ି; ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

Weather Alert: ନୂଆଦିଲ୍ଲୀ: ଦେଶରେ ଶୀତର ମାତ୍ରା ବଢିବାରେ ଲାଗିଛି। କୋହଲା ପାଗରେ ପୂରା ଉତ୍ତର ଭାରତ ଶୀତରେ ଥରୁଛି। ଭାରତୀୟ ପାଣିପାଗ ବିଭାଗ ଲା ନୀନା ସକ୍ରିୟ ଥିବା ନେଇ ସତର୍କ ସୂଚନା ଜାରି କରିଛି। ଯଦିଓ ଏହା ଦୁର୍ବଳ ରହିଛି, ଏହାର ପ୍ରଭାବ କିନ୍ତୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଶୀତ ସ୍ୱାଭାବିକ ହେବ। ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ, ବିହାର, ଛତିଶଗଡରେ ଥଣ୍ଡା ଲହରୀ ଜାରି ରହିବ ବୋଲି ବିଭାଗ କହିଛି। 

ଉତ୍ତର ଭାରତରେ ଦିନେ କିମ୍ବା ଦୁଇ ଦିନ ପର୍ଯ୍ୟନ୍ତ କୋଲ୍ଡ ଡେ ରହିବାର ସମ୍ଭାବନା ରହିଛି। ଗୁଜୁରାଟ ଏବଂ ଏହାର ଆଖପାଖ ରାଜ୍ୟରେ ଶୀତର ମାତ୍ରା ବୃଦ୍ଧି ପାଇବ। ବର୍ତ୍ତମାନ ୫ଟି ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ୧୮ଟି ରାଜ୍ୟରେ ଘନ କୁହୁଡ଼ି ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି।  ଏନେଇ ଚେତାବନୀ ଦେଇଛି। ହିମାଚଳ ପ୍ରଦେଶ ଏବଂ ଜାମ୍ମୁ କାଶ୍ମୀରରେ ତୁଷାରପାତ ହୋଇପାରେ। ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ବର୍ଷା ହେବାର ସମ୍ଭାବନା ରହିଛି। ଦିଲ୍ଲୀ-ଏନସିଆର ବିଷୟରେ କହିବା, ସକାଳ ଏବଂ ସନ୍ଧ୍ୟାରେ ହାଲୁକା କୁହୁଡି ସହିତ ଏହି ଦୁଇ ସହରରେ ଶୀତ ଲହରୀ ଜାରି ରହିଛି।

ମାତ୍ରାଧିକ ଥଣ୍ଡା କାରଣରୁ ମଧ୍ୟପ୍ରଦେଶର ଅଧିକାଂଶ ସହରରେ ରାତିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ତଳେ ରହିଛି। ଆସନ୍ତା ୩ ଦିନ ଧରି ଏହି ରାଜ୍ୟରେ ପ୍ରବଳ ଥଣ୍ଡା ହେବାର ସତର୍କ ସୂଚନା ଦିଆଯାଇଛି। ଆଜି ହିମାଚଳ ପ୍ରଦେଶ ଏବଂ ଜାମ୍ମୁ କାଶ୍ମୀରର ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହୋଇପାରେ। ବୁଧବାର ଲାହୌଲ ସ୍ପିତି ଟାବୋ ଗ୍ରାମରେ ସର୍ବନିମ୍ନ ତାପମାତ୍ରା -ବିଯୁକ୍ତ ୧୬ ଡିଗ୍ରୀ ରେକର୍ଡ କରାଯାଇଛି।  କାଶ୍ମୀର ଉପତ୍ୟକାରେ ତୁଷାରପାତ ହେଉଥିବା ନେଇ ଦେଖିବାକୁ ମିଳିଛି। ଚଣ୍ଡିଗଡ଼ର ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ସାଧାରଣ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଅନୁଯାୟୀ ଜାନୁୟାରୀ ମାସ ୨୦୨୫ ମସିହାରେ ଗରମ ଅନୁଭବ ହେବ। ପୂର୍ବ, ଉତ୍ତର-ପଶ୍ଚିମ, ପଶ୍ଚିମ-କେନ୍ଦ୍ରୀୟ ଭାରତ ବ୍ୟତୀତ ମଧ୍ୟ ଭାରତରେ ସାଧାରଣ ଅପେକ୍ଷା ଶୀତ ଲହରୀ ଜାରି ରହିବ। ଏହି ଶୀତଳ ପବନର ବେଗ ଘଣ୍ଟା ପ୍ରତି ୫୦ କିଲୋମିଟର ହେବ। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ-ଏନସିଆରରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ସେଲସିୟସ ହ୍ରାସ ପାଇଛି।

 

ସକ୍ରିୟ ରହିଛି ଲା ନିନା
ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ପୂର୍ବ ଆଫଗାନିସ୍ତାନ ଉପରେ ସାମୁଦ୍ରିକ ଝଡ଼ ପରି ପଶ୍ଚିମା ବାୟୁ ସକ୍ରିୟ ଅଛି। ଅନ୍ୟ ଏକ ପଶ୍ଚିମା ବାୟୁ ଇରାକ ଏବଂ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ରହିଛି। ଏହାର ପ୍ରଭାବ ହେତୁ ଆଜି ଏବଂ ଆସନ୍ତାକାଲି ପଶ୍ଚିମ ହିମାଳୟ ଅଞ୍ଚଳରେ ହାଲୁକା ବର୍ଷା / ତୁଷାରପାତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଜାନୁଆରୀ ୪ରୁ ୬ ମଧ୍ୟରେ ଏହି ଅଞ୍ଚଳରେ ପ୍ରବଳ ବର୍ଷା ଓ ତୁଷାରପାତ ହେବାର ସମ୍ଭାବନା ଅଛି। ଜାନୁଆରୀ ୫ରେ ଜାମ୍ମୁ କାଶ୍ମୀର ଏବଂ ଲଦାଖର ବିଚ୍ଛିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ପାଣିପାଗ ବିଭାଗ ଅନୁସାରେ ଆଜି ପଞ୍ଜାବ, ହରିଆଣା, ଚଣ୍ଡିଗଡ଼, ଉତ୍ତର ପ୍ରଦେଶର କିଛି ଅଞ୍ଚଳରେ କୋଲ୍ଡ ଡେରୁ ଆରମ୍ଭ କରି ସିଭିୟର କୋଲ୍ଡ ଡେ ସ୍ଥିତି ସୃଷ୍ଟି ହୋଇପାରେ। ଆଜି ଆଉ ଆସନ୍ତା କାଲି ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶର ଥଣ୍ଡାର ମାତ୍ରା ବୃଦ୍ଧି ପାଇପାରେ। ଦିଲ୍ଲୀ ଏନସିଆରରେ ସକାଳେ ଓ ସନ୍ଧ୍ୟାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ଦିନରେ ଶୀତଳ ବାୟୁ ପ୍ରବାହିତ ହେବାର ସମ୍ଭାବନା ରହିଛି। ପଞ୍ଜାବ, ହରିଆଣା, ଚଣ୍ଡିଗଡ଼, ଓଡ଼ିଶା, ହିମାଚଳ ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, ସିକ୍କିମ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରାରେ ୬ ଜାନୁଆରୀ ପର୍ଯ୍ୟନ୍ତ ଘନ କୁହୁଡି ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି।